ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ କ୍ଷମା ପ୍ରାର୍ଥନା ଦାବୀରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।
ଅମୃତ ଭାରତ ଷ୍ଟେସନ୍ ଯୋଜନା ଅନ୍ତର୍ଗତ ଲିଙ୍ଗରାଜ ଷ୍ଟେସନ୍ ଉଦ୍ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀ ଙ୍କର ଉଦ୍ଘାଟନୀ ଅଭିଭାଷଣ କୁ ବର୍ଜନ କରି ସଙ୍ଘୀୟ ବ୍ୟବସ୍ଥାର ଅବମାନନା କରି ଥିବା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ କ୍ଷମା ପ୍ରାର୍ଥନା ଦାବୀରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ।
ଭୁବନେଶ୍ୱର,ତା ୭/୦୮: ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଲିଙ୍ଗରାଜ ଷ୍ଟେସନ ସମ୍ମୁଖରେ ଏକାମ୍ର ବିଜେପି ପକ୍ଷରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ କୁଶପୁ୍ତଳିକା ଦାହ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଗତକାଲି ସାରା ଭାରତ ବର୍ଷ ପାଇଁ ଏକ ଐତିହାସିକ ଖୁସିର ଦିନ ଥିଲା ତାସହିତ ମଧ୍ୟ ଓଡ଼ିଶା ବାସୀଙ୍କ ପାଇଁ ମଧ୍ୟ ଖୁସିର ଦିନ ଥିଲା।ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାରା ଦେଶରେ ୫୦୮ ରେଳ ଷ୍ଟେସନର ପୁନଃବିକାଶ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ୨୫,୦୦୦ କୋଟି ଟଙ୍କା ବ୍ୟୟରେ ଅମୃତ ଭାରତ ଯୋଜନାରେ। ସାରା ଭାରତ ବର୍ଷ ର ବିଭିନ୍ନ ରାଜ୍ୟରେ ଉଦ୍ଘାଟନ ଉତ୍ସବ ପାଳନ ହୋଇଥିଲା। କେବଳ ବିଜେପି ଶାସିତ ନୁହେଁ ବରଂ ଯେଉଁଠାରେ ମଧ୍ୟ ବିଜେପି ଶାସନ ରେ ନାହିଁ ସେଠୀ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିଥିଲା। ପ୍ରଧାମନ୍ତ୍ରୀ ଉଦ୍ଘାଟନ କରିଥିଲେ ଏହି କାର୍ଯ୍ୟକ୍ରମକୁ ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମଧ୍ୟ ଭିସି ମାଧ୍ୟମରେ ଉପସ୍ଥିତ ଥିଲେ। ଓଡ଼ିଶାର ୨୫ ଟି ଷ୍ଟେସନ ଏହି ଯୋଜନା ରେ ସାମିଲ ହୋଇଥିଲା ଓ ଏଥିପାଇଁ ପ୍ରାୟ ୫୩୧ କୋଟି ୮୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଖୁସିର କଥା ଭୁବନେଶ୍ୱର ମଧ୍ଯ ୨ଟି ଷ୍ଟେସନ୍ ଯଥା ଲିଙ୍ଗରାଜ ଷ୍ଟେସନ ଓ ମଞ୍ଚେଶ୍ଵର ଷ୍ଟେସନ୍ ଏହି ଯୋଜନାରେ ସାମିଲ ହୋଇଛି। ଲିଙ୍ଗରାଜ ଷ୍ଟେସନ ର ଉନ୍ନତି କରଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର ହୋଇଛି ଯାହା ପାଇଁ ଏହି ଅଞ୍ଚଳର ଜନସାଧାରଣ ଖୁସୀ ଅନୁଭବ କରୁଛନ୍ତି। ଏହି ଅଞ୍ଚଳର ବାରିଷ୍ଟନାଗରିକ ଓ ବିଭି୍ନତା ଲୋକ ମଧ୍ୟ ଏହି ଉଦ୍ଘାଟନୀ ଉତ୍ସବ ରେ ପ୍ରଧାନମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବାକୁ ଆସିଥିଲେ। ଏଠାରେ ମଧ୍ୟ ଭିସି ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କୁ ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲା। ଦୁର୍ଭାଗ୍ୟର ବିଷୟ ମନ୍ତ୍ରୀ ଲୋକଙ୍କୁ ଦେଖାଇବା ପାଇଁ ତାଙ୍କ ପଟୁଆର ନେଇ ଆସିଲେ କିନ୍ତୁ ପହଞ୍ଚିବା ପାଞ୍ଚ ମିନିଟ୍ ରହି ନିଜ ଭାଷଣ ସାରିଦେଇ ଯେମିତି ଭାଷଣ ଦେବାକୁ ଆସିଥିଲେ ସଙ୍ଗେ ସଙ୍ଗେ ଉଦ୍ଘାଟନ ଓ ପ୍ରଧାମନ୍ତ୍ରୀ ଙ୍କ ଅଭିଭାଷଣ ପୂର୍ବରୁ ପଳେଇଲେ।
ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଦଳର ହୁଅନ୍ତୁ ନା କାହିଁକି ଆମର ଗୁରୁଦାୟିତ୍ଵ ରହିଛି ଦେଶର ମହାମହିମ ରାଷ୍ଟ୍ରପତି ଙ୍କ ପରେ ଦେଶର ପ୍ରଧାନମନ୍ତ୍ରୀ ଙ୍କୁ ସମ୍ମାନ ଦେବା ଭାରତୀୟଙ୍କ ଦାଇତ୍ଵ। ସେ ଦାଇତ୍ଵ ବୋଦ୍ଦେ ମୋତେ ଲାଗୁଛି ବିଜୁଜନତା ଦଳ ସରକାରଙ୍କ ନିର୍ଦ୍ଦେଶ ରେ ଏଠି ସ୍ଥାନୀୟ ମନ୍ତ୍ରୀ ଦାଇତ୍ୱ ଭୁଲି ଯାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଘାଟନୀ ଉତ୍ସବ ରେ ନିଜେ ଅତିଥି ହୋଇ କିଭଳି ଅନୁପସ୍ଥିତ ରହୁଛନ୍ତି ଓ ଆସିକି ତରବରିଆ ଭାବରେ ତାଙ୍କର ପଟୁଆର ନେଇ ଆସି ନିଜର ଜିନ୍ଦା ବାଦ୍ ପକେଇ ପକାଉଛନ୍ତି। ପ୍ରଧାନମନ୍ତ୍ରୀ ନା ରେଳ ମନ୍ତ୍ରୀ ଙ୍କ ଅଭିଭାଷଣ ଓ ଉଦ୍ଘାଟନୀ ଉତ୍ସବ ସମୟରେ ରହିଲେ ଏହାଠୁ ଦୁର୍ଭାଗ୍ୟର ବିଷୟକଣ ହୋଇପାରେ। ଓଡ଼ିଶାର ତମେ ଜଣେ ମନ୍ତ୍ରୀ ସମ୍ବିଧାନର କଣ ନିୟମ ରହିଛି ସେତିକିଜଦି ଆପଣ ମାନେ ବୁଝି ନପାରିବେ ତେବେ ଆପଣ କାହିଁକି ମନ୍ତ୍ରୀ ରହିଛନ୍ତି? ଦେଶର ପ୍ରଧାନମନ୍ତ୍ରୀ ସାରା ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ଦେଶ ପାଇଁ ଏକ ନୂଆ ଇତିହାସ ଫର୍ଦ୍ଦ ଯୋଡ଼ା ଯାଉଛି ଓ ଓଡ଼ିଶା ମଧ୍ୟ ତାସହ ସାମିଲ ହୋଇଛି। ସେହି ସମୟରେ ଏଠାରେ ଥିବା ସ୍ଥାନୀୟ ମନ୍ତ୍ରୀ ସେ ଉଦ୍ଘାଟନୀସଭା ଓ ପ୍ରଧାନମନ୍ତ୍ରୀ ଙ୍କ ଅଭିଭାଷଣ କୁ ବର୍ଜନ କଲାଭଳିଆ ଯେଉଁ ଭଳି ଭୁଲ କରିଛନ୍ତି ଏହା ସମସ୍ତଙ୍କୁ ଆଘାତ ଓ ଦୁଃଖ ଲାଗିଛି ସେଥିପାଇଁ ଭାରତୀୟ ଜନତା ପାର୍ଟି ଆଜି ରାଜରାସ୍ତାକୁ ଓହ୍ଲାଇଛି। ଅତିଶୀଘ୍ର ମନ୍ତ୍ରୀ ମହୋଦୟ ପ୍ରଧାନମନ୍ତ୍ରୀ ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ନଚେତ୍ ଶାନ୍ତି ପ୍ରିୟ ଓଡ଼ିଶା ବାସୀ ନା ବିଜୁଜନତା ଦଳ କୁ ନା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କୁ କ୍ଷମା ଦେବେ ବୋଲି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ତଥା ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ବାବୁ ସିଂ କହିଛନ୍ତି।
ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ବିଜେପି ନେତା ସୁରେନ୍ଦ୍ର ପ୍ରଧାନ, ରାମ ଚନ୍ଦ୍ର ରଣସିଂ, ଉପେନ୍ଦ୍ର ଭଞ୍ଜ, ସ୍ଵଂୟ ସେବକ ରାୟ,ତୃପ୍ତିମଇ ମକଦ୍ଦମ, ତାପସ ଦଳାଇ , ଅଞ୍ଜନ ନାଥ, ସୁନିଲ ପ୍ରଧାନ, ମନୋଜ ପଶ୍ଚିମକବାଟ,ସେଶବେଦ ଦାସ, କୃଷ୍ଣ ଚନ୍ଦ୍ର ବଟୁ, ରଜନୀ ବାଳା ଦାସ, ସଂଗ୍ରାମ କେଶରୀ ନାୟକ, ନିର୍ମଳ ପଣ୍ଡା, ସୁରେଶ ଦାସ, ଶାଶ୍ଵତ ନାୟକ, ବିଜୟ ସାହୁ,ଗୟାଧର ରଥ, ମୁରଲୀ ନାୟକ, ଚଣ୍ଡୀ ପ୍ରସାଦ ବେହେରା, ଅଭିଷେକ ପରିଡ଼ା, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।