Search for:
  • Home/
  • ରାଜ୍ୟ/
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

Spread the love

Loading

କଟକ ଜିଲ୍ଲା ସାଲେପୁରରେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା
: ମନମୋହନ ସାମଲ

କଟକ(ସାଲେପୁର)/ଭୁବନେଶ୍ୱର, ତା.୨୫/୦୯: ଆଜି କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳିରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହୋଇଛନ୍ତି । ରାଷ୍ଟ୍ର ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ଅମର ‘ଯବାନ’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମାଟିକୁ ପ୍ରଣାମ ଓ ବୀରଙ୍କୁ ବନ୍ଦନା’ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଛି । କଟକ ଜିଲ୍ଲାର ଐତିହ୍ୟ ସ୍ଥାନ ତଥା ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ଜନ୍ମ ମାଟି ଗୋପିନାଥପୁରଠାରୁ ପାଗା ଛକ ପର୍ଯ୍ୟନ୍ତ “ଅମୃତ କଳସ ଯାତ୍ରା”ରେ ସାମିଲ ହୋଇ ଆଜି ରାଜ୍ୟ ସଭାପତି ମନମୋହନ ସାମଲ ଘର ଘର ବୁଲି କଳସରେ ମାଟି ସଂଗ୍ରହ କରିଥିଲେ । ମଧୁବାବୁଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରତିମୂର୍ତିରେ ପୁଷ୍ପଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା ବୋଲି ଶ୍ରୀ ସାମଲ କହିଛନ୍ତି ।
ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ପାକିସ୍ତାନ, ବାଙ୍ଗଲାଦେଶ, ଚୀନ, କାରଗିଲ ଯୁଦ୍ଧ ବେଳେ ଯେଉଁମାନେ ସହିଦ ହୋଇଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ କଟକ ସଦର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାମନାରାୟଣ ମହାନ୍ତି, ଆଲୋକ ମହାନ୍ତି, ଫୋରଜନ୍ ଖାନ୍‌, ଆଶୁତୋଷ ପଟ୍ଟନାୟକ, ଦିଲ୍ଲୀପ ରାଉତ, ସୁଜିତ ଭୂୟାଁ, ସମ୍ରାଟ ଲେଙ୍କା ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ, ମଣ୍ଡଳ ସଭାପତି ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required