ସୁନ୍ଦରପଦା ଗ୍ରାମରେ ଅନୁଷ୍ଠିତ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ବିଶାଳ ପଦଯାତ୍ରା
ସୁନ୍ଦରପଦା ଗ୍ରାମରେ ଅନୁଷ୍ଠିତ “ମୋ ଦେଶ ମୋ ମାଟି” କାର୍ଯ୍ୟକ୍ରମ ବିଶାଳ ପଦଯାତ୍ରା।
ଭୁବନେଶ୍ୱର, ତା.୧୫/୦୯: ରାଷ୍ଟ୍ର ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ଦେଇଥିବା ଆହ୍ୱାନ କ୍ରମେ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୬୭ ସୁନ୍ଦରପଦା ଗ୍ରାମରେ ଆୟୋଜିତ “ମୋ ମାଟି ମୋ ଦେଶ” ଅଭିଯାନରେ ବକ୍ସି ଜଗବନ୍ଧୁଙ୍କ ଦାୟଦ ତଥା ବ୍ରହ୍ମଗିରି ବିଧାୟକ ଓ ରାଜ୍ୟ ବିଜେପି ଉପସଭାପତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ସାମିଲ ହୋଇଛନ୍ତି । ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଇ ସହିଦଙ୍କ ସ୍ମୃତି ରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆହ୍ୱାନ ଦେଇଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ବୋଲି ଶ୍ରୀ ସିଂ କହିଛନ୍ତି।ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରିଛନ୍ତି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଏହି ସ୍ମାରକୀ ଦେଶମାତୃକା ପାଇଁ ସର୍ବୋଚ୍ଚ ବଳିଦାନ କରିଥିବା ବୀର ଯବାନମାନଙ୍କ ପାଇଁ ଶେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଆଜି ଅପରାହ୍ନରେ ସୁନ୍ଦରପଦା ଯୋଗେଶ୍ୱର ମନ୍ଦିର ରେ ପୂଜା କରି ଆଶୀର୍ବାଦ ନେଇ ସମଗ୍ର ୱାର୍ଡ଼ ନଂ ୬୭ ସୁନ୍ଦରପଦା ଗ୍ରାମ ପରିକ୍ରମା କରି ପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରି ଶେଷରେ ତାରିଣୀ ମନ୍ଦିର ଠାରେ ଏକ ପୂଜା ସହ ବିରାଟ ସଭା କରି ମାଟି ସଂଗ୍ରହ ସମସ୍ତ ହୋଇଥିଲା।
ଆଜିର ଏହି ଅମୃତ କଳସ ଯାତ୍ରା ରେ ୱାର୍ଡ ନଂ -୬୭ ର କର୍ପୋରେଟର ମଧୁସ୍ମିତା ପ୍ରଧାନ, ମଣ୍ଡଳ ସଭାପତି ସୁରେନ୍ଦ୍ର ପ୍ରଧାନ, ରାମଚନ୍ଦ୍ର ରଣସିଂହ, ଅରୁଣ ପୁରହିତ, ବିଜେପି ନେତା ଶେଷଦେବ ଦାସ,ପ୍ରଶାନ୍ତ ପ୍ରଧାନ, ବିଜୟ ସାହୁ,ତାପସ ଦଳାଇ, ସ୍ବାଗତ ମହାପାତ୍ର, ଟୁଲୁ ପ୍ରଧାନ,କୃଷ୍ଣଚନ୍ଦ୍ର ବଟୁ, ସୁମିତ୍ରା ଆଚାର୍ଯ୍ୟ,ଗୀତାରାଣୀ ବେହେରା,ଜ୍ଵତ୍ରୀମଇ ଅଗରୱାଲ, ନିବେଦିତା ରଥ , ପ୍ରଭାସ ଚମ୍ପତି, ମହେଶ୍ୱର ସ୍ବାଇଁ, ଅଜିତ କୁମାର ନନ୍ଦ,ମନୋଜ ପଶ୍ଚିମକବାଟ,ଜୟା ମଲ୍ଲିକ,ହେମନ୍ତ ପରିଡ଼ା, ଦୀପକ ପ୍ରଧାନ, ପ୍ରଦୀପ ମଙ୍ଗରାଜ,ଅଭୟ ଜୟ ସିଂ, ବିଶ୍ୱଜିତ୍ ମାର୍ଥା,ବାଇନ ମାର୍ଥା ,ଏସ୍ କେ ଇବ୍ରାହିମ୍ ପ୍ରମୁଖ ଉପସ୍ଥିତ ଥିଲେ।
(ଭୁବନେଶ୍ୱର ବିଜେପି ମିଡିଆ ସେଲ୍)