ଆକ୍ରମଣ କଲେ ବିଜେପି ମହିଳା ନେତ୍ରୀ:ସୁନୀତି ମୁଣ୍ଡ
ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ପାର୍ଟି ଅଫିସରେ ଆକ୍ରମଣ କଲେ ବିଜେପି ମହିଳା ନେତ୍ରୀ
ବିଜେପିରେ ମହିଳାଙ୍କୁ ସମ୍ମାନ ନାହିଁ : ସୁନୀତି
ଭୁବନେଶ୍ବର : ବିଜେପିର ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆକ୍ରମଣ ହୋଇଛି। ବିଜେପି ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କୁ ଧକ୍କା ମାରି ବିଜେପି ପାର୍ଟି ଅଫିସରୁ ବାହାର କରିଛନ୍ତି ବିଜେପି ମହିଳା ନେତ୍ରୀ। ଗତକାଲି ବିଜେପିରୁ ନିଲମ୍ବିତ ହେବା ପରେ ଆଜି ଦଳୀୟ ସଭାପତି ମନମୋହନ ସାମଲଙ୍କୁ ଭେଟିବାକୁ ଆସିଥିବା ବେଳେ ପାର୍ଟି ଅଫିସରେ ତାଙ୍କୁ ଆକ୍ରମଣ କରାଯାଇଛି। ସୁନୀତିଙ୍କୁ ବିଜେପି ମହିଳା ନେତ୍ରୀ ଗୋଡାଇ ଗୋଡ଼ାଇ ରାସ୍ତାରେ ଛାଡ଼ିଛନ୍ତି। ସେପଟେ ବିଜେପି ଅଫିସରେ ଏଭଳି ଆଚରଣରେ ସୁନୀତି କ୍ଷୁବ୍ଧ ହେବା ସହ କହିଛନ୍ତି ବିଜେପିରେ ମହିଳାଙ୍କୁ ସମ୍ମାନ ନାହିଁ।
ବିଜେପିରୁ ନିଲମ୍ବିତ ହେବା ପରେ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡ ଆଜି ମଧ୍ୟ ଏକ ବିସ୍ଫୋରକ ବୟାନ ଦେଇଥିଲେ। କହିଥିଲେ ରାଜ୍ୟ ବିଜେପିରେ କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ ରହିଛନ୍ତି। କେନ୍ଦ୍ରୀୟ ବିଜେପି ଯେଉଁ ଢାଞ୍ଚାରେ କାମ କରୁଛି ସେହି ଢାଞ୍ଚାରେ ରାଜ୍ୟ ବିଜେପି କାମ କରୁଛି। ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା କହି ବିଜେପିର ଗୁମର ଖୋଲିଦେଇଛନ୍ତି ସୁନୀତି । ନିଲମ୍ବନ ନେଇ ବିଜେପି ନେତୃବୃନ୍ଦଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।