ଦୁର୍ନୀତି, ଭ୍ରଷ୍ଟାଚାରକୁ ଲୁଚାଇବା ପାଇଁ ବିଜେଡିର ପ୍ରଳାପ : ସଜ୍ଜନ ଶର୍ମା
ଦୁର୍ନୀତି, ଭ୍ରଷ୍ଟାଚାରକୁ ଲୁଚାଇବା ପାଇଁ ବିଜେଡିର ପ୍ରଳାପ
: ସଜ୍ଜନ ଶର୍ମା
ଜଳସେଚନ, ଜଳସଂରକ୍ଷଣ ପାଇଁ ଆସିଥିବା ଲକ୍ଷାଧିକ କୋଟି ଟଙ୍କା ବାଟମାରଣା କରିଛନ୍ତି
ସବୁଜ ମହାନଦୀ ବାବଦରେ ବନୀକରଣ ପାଇଁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଚଳୁ କରିଥିଲା ବିଜେଡି
୨୫ବର୍ଷ ଶାସନରେ ବିଜେଡି ସରକାର ମହାନଦୀ ନୁହେଁ, ରାଜ୍ୟର କୈାଣସି ଗୋଟିଏ ନଦୀରେ ବନ୍ଧ ନିର୍ମାଣ କରିପାରି ନାହାନ୍ତି
ନବୀନ ବାବୁ ନିଜେ ଆଲୋଚନାରୁ ଦୂରେଇ ଯାଇ ଟ୍ରିବ୍ୟୁନାଲକୁ ଯାଇଛନ୍ତି, ବିଜେପି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ
ଭୁବନେଶ୍ୱର,୨୭/୦୬ : ବିଜେଡି ସରକାର ୨୫ ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ସତ୍ୱେ ରାଜ୍ୟର ସାମୁହିକ ସ୍ୱାର୍ଥକୁ ଅଣଦେଖା କରି ଚାଲିଥିଲା । ଫଳସ୍ୱରୁପ ଓଡିଶାର ବିକାଶ ବାଧାପ୍ରାପ୍ତ ହେଲା । ଦୁର୍ନୀତି, ଭ୍ରଷ୍ଟାଚାର, ବ୍ୟଭୀଚାରରେ ଲିପ୍ତ ବିଜେଡି ସରକାରର ମନ୍ତ୍ରୀ ଓ ନେତାମାନେ ସ୍ୱର୍ଣ୍ଣଗର୍ଭା ଓଡିଶାକୁ ଲୁଟ୍ କରିଛନ୍ତି । ବିଜେଡି ଶାସନରେ ଅଣନିଶ୍ୱାସୀ ଓଡିଶାବାସୀ ପରିବର୍ତନ ମୁହାଁ ହୋଇ ବିଜେପିକୁ ଶାସନ ଭାର ଦେଲେ । ଆଜି ଯେତେବେଳେ ଧୀରେ ଧୀରେ ବିଜେଡି ନେତା ଓ ମନ୍ତ୍ରୀଙ୍କ ଅସଲ ମୁଖା ସାମ୍ନାକୁ ଆସୁଛି, ବିବ୍ରତ ହୋଇ ବିଜେଡିର ନେତାମାନେ ଗଣମାଧ୍ୟମକୁ ପୁଣି ଥରେ ବିଭ୍ରାନ୍ତ ବକ୍ତବ୍ୟ ଦେଇ ଖସିଯିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ଶର୍ମା କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ଧରି ବିଜେଡି ସରକାର ଶୋଇ ରହିଥିଲା । ଓଡିଶାରେ ଅପାର ସମ୍ଭାବନା ସତ୍ୱେ ନିଜ ଅପାରଗତା ଏବଂ ଦୁରଦୃଷ୍ଟି ଅଭାବ କାରଣରୁ ବିଜେଡି ସରକାର ହିରାକୁଦ ନଦୀବନ୍ଧର ତଳ ଭାଗରେ ଗୋଟିଏ ହେଲେ ବନ୍ଧ ନିର୍ମାଣ କରିପାରିଲେ ନାହିଁ । କେବଳ ମହାନଦୀ ନୁହେଁ, ରାଜ୍ୟର କୌଣସି ଗୋଟିଏ ନଦୀରେ ବନ୍ଧ ନିର୍ମାଣ ସଂପୂର୍ଣ୍ଣ କରିପାରିଲେ ନାହିଁ । ଜଳସେଚନ, ଜଳସଂରକ୍ଷଣ ପାଇଁ ଆସିଥିବା ଲକ୍ଷାଧିକ କୋଟି ଟଙ୍କା ବାଟମାରଣା କରାଗଲା । ସବୁଜ ମହାନଦୀ ବାବଦରେ ବନୀକରଣ ପାଇଁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଚଳୁ କରିଦେଇଛନ୍ତି । ନବୀନ ବାବୁ ନିଜେ ଆଲୋଚନାରୁ ଦୂରେଇ ଯାଇ ଟ୍ରିବ୍ୟୁନାଲକୁ ଯାଇଛନ୍ତି, ବିଜେପି ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ।