Search for:
  • Home/
  • ରାଜ୍ୟ/
  • ଇତିହାସର ଅଲିଭା କଳାଦାଗ ଜରୁରୀକାଳିନ ପରିସ୍ଥିତି : ବିଜେପି

ଇତିହାସର ଅଲିଭା କଳାଦାଗ ଜରୁରୀକାଳିନ ପରିସ୍ଥିତି : ବିଜେପି

Spread the love

Loading

ଇତିହାସର ଅଲିଭା କଳାଦାଗ ଜରୁରୀକାଳିନ ପରିସ୍ଥିତି
: ବିଜେପି
ଦେଶର ର୍ନିିଷ୍ଟ ଗୋଟିଏ ପରିବାରକୁ ଶାସନ କ୍ଷମତାରେ ରଖିବା ପାଇଁ କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା
ଯେଉଁମାନଙ୍କୁ କଂଗ୍ରେସ ଜେଲ୍‌ରେ ରଖ ôଥିଲା ଏବେ ସେହି ନେତା ଓ ତାଙ୍କ ପରିବାର କଂଗ୍ରେସର ଆଶ୍ରିତ
ସମ୍ବିଧାନକୁ ହତ୍ୟା କରିଥିବା ପାପୀମାନେ ଏବେ ସମ୍ବିଧାନ ରକ୍ଷାର ଫମ୍ପା ସ୍ଳୋଗାନ ଦେଉଛନ୍ତି
ଭୁବନେଶ୍ୱର, ତା.୨୬/୦୬: ଦେଶରେ ଗଣତନ୍ତ୍ର ଓ ସମ୍ବିଧାନକୁ କଂଗ୍ରେସ ବାରମ୍ବାର ହତ୍ୟା କରିବାକୁ ଚେଷ୍ଠା କରିଛି । ୪୯ ବର୍ଷ ପୂବେ କଂଗ୍ରେସ ପକ୍ଷରୁ ଲଗାଯାଇଥିବା ଜରୁରୀକାଳୀନ ପରସ୍ଥିତି ହେଉଛି ଏହାର ପ୍ରମୁଖ ଉଦାହରଣ । ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ମସିହା ଜୁନ୍‌୨୫ ମଧ୍ୟରାତ୍ରିରେ ଭାରତରେ ପ୍ରଥମଥର ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିଲେ । ୧୯୭୧ ନିର୍ବାଚନରେ ସେ ସରକାରୀକଳର ଅପବ୍ୟବହାର କରି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ରାଜ ନାରାୟଣଙ୍କୁ ପରାସ୍ତ କରିଥିଲେ ବୋଲି ଉଲ୍ଲେଖ କରି ଆହ୍ଲାବାଦ ହାଇକୋର୍ଟ ତାଙ୍କ ସଭ୍ୟପଦ ନାକଚ କରିଥିଲେ । ଏହି ସମୟରେ ନିଜକୁ ପ୍ରଧାନମନ୍ତ୍ରୀ ପଦରେ ବେଆଇନଭାବେ କାର୍ଯ୍ୟ କରିବା ପାଇଁ ଶ୍ରୀମତୀ ଗାନ୍ଧୀ ଅସାମ୍ବିଧାନିକଭାବେ ୩୫୬ ଧାରାର ପ୍ରୟୋଗ କରି ୧୯୭୫ରେ ଜରୁରିକାଳୀନ ପରିସ୍ଥିତ ଘୋଷଣା କରିଥିଲେ । ୨୧ମାସ ଧରି କଂଗ୍ରେସ ସରକାର ଭାରତରେ ସ୍ୱେଚ୍ଛାଚାରୀ ଶାସନ ଚଳାଇ ସମ୍ବିଧାନର ମୁଖବନ୍ଧକୁ ପରିବର୍ତନ କରିଦେଇଥିଲା । ଏହି ସମୟରେ ସମ୍ବିଧାନରେ ଉଲ୍ଲେଖ ଥିବା ବ୍ୟକ୍ତିର ସ୍ୱାଧୀନତା, ଗଣମାଧ୍ୟମରର ସ୍ୱାଧୀନତା, ନ୍ୟାୟପାଳିକାର ସ୍ୱତନ୍ତ୍ରତା ସମେତ ମୈାଳିକ ଅଧିକାରକୁ ହତ୍ୟା କରି ଅଗଣତାନ୍ତ୍ରିକ ଭାବେ ଶାସନ କ୍ଷମତାକୁ ଅକ୍ତିଆର କରିବାର ପ୍ରୟାସ କରାଯାଇଥିଲା । ବିଶେଷ ଭାବେ ଗଣମାଧ୍ୟମ ଓ ଛାତ୍ର ଆନ୍ଦୋଳନକୁ ଅଗଣତାନ୍ତ୍ରିକ ଭାବେ ଦମନ କରାଯାଇଥିଲା । ଏହି ଜରୁରୀକାଳିନ ପରିସ୍ଥିତିକୁ ବିରୋଧ କରୁଥିବା ୩ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଅଣକଂଗ୍ରେସ ରାଜନୈତିକ ଦଳର ନେତା, ସତ୍ୟାଗ୍ରହୀ, ବୁଦ୍ଧିଜୀବୀ ଏବଂ ପତ୍ରକାରମାନଙ୍କୁ “ମିଶା ଆଇନ” ବଳରେ ଜୋର ଜବରଦସ୍ତ ଜେଲରେ ଭର୍ତି କରାଯାଇଥିଲା । ଜୟପ୍ରକାଶ ନାରାୟଣଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ମୋରାଜୀ ଦେଶାଇ, ଜର୍ଜ ର୍ଫାଜେ, ଚୈାଧୁରୀ ଚରଣ ସିଂହ, ବିଜୟାରାଜେ ସିନ୍ଧିଆ, ଅଶ୍ୱିନୀ ଚୈାବେ, ଅରୁଣ ଜେଟଲୀ ପ୍ରମୁଖ କାରାବାରଣ କରିଥିଲେ । ସେହିପରି ଓଡିଶାରେ ମଧ୍ୟ ଡ. ହରେକୃଷ୍ଣ ମହତାବ, ବିଜୁ ପନାୟକ, ନବକୃଷ୍ଣ ଚୌଧୁରୀ, ରବି ରାୟ ପ୍ରମୁଖଙ୍କ ସମେତ ୧୨୦୦ରୁ ଉର୍ଦ୍ଧ୍ୱ ସତ୍ୟାଗ୍ରହୀ ଏବଂ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ର, ଯୁବ ଓ ରାଜନେତାଙ୍କୁୁ ଗିରଫ କରାଯାଇ ଜେଲରେ ଭର୍ତି କରିଦିଆଯାଇଥିଲା । ଦେଶର ର୍ନିିଷ୍ଟ ଗୋଟିଏ ପରିବାର ଶାସନ କ୍ଷମତାରେ ରହିବା ପାଇଁ ଦେଶର କୋଟି କୋଟି ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଜଳାଞ୍ଜଳି ଦିଆଯାଇଥିଲା । ସମ୍ବିଧାନକୁ ହତ୍ୟା କରିଥିବା ପାପୀମାନେ ଏବେ ସମ୍ବିଧାନ ରକ୍ଷାର ଫମ୍ପା ସ୍ଳୋଗାନ ଦେଉଛନ୍ତି । ସ୍ୱାଧିନତା ପରବର୍ତୀ ଭାରତ ବର୍ଷର ଇତିହାସରେ ଜରୁରୀକାଳିନ ପରିସ୍ଥିତ ଏକ ଅଲିଭା କଳାଦାଗ ବୋଲି ମୁଖ୍ୟ ଅତିଥି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିମ୍ବାଧର କୁଅଁର କହିଛନ୍ତି ।
ନିଜ ଦଳର ଅଭ୍ୟନ୍ତରୀଣ ଗଣତନ୍ତ୍ରକୁ ହତ୍ୟା କରିଥିବା ଏବଂ ପରିବାରବାଦ୍ ରାଜନୀତିରେ ବିଶ୍ୱାସ କରୁଥିବା ଆଜି କିଛି ରାଜନୈତିକ ଦଳ ଗଣତନ୍ତ୍ରକୁ ହତ୍ୟା କରିଥିବା ସେହି କଂଗ୍ରେସ ଦଳ ସହ ହାତ ମିଶାଇଛନ୍ତି । ଅତୀତର ଭୁଲ ପାଇଁ କଂଗ୍ରେସ ଦଳ ଏପର୍ଯ୍ୟନ୍ତ କ୍ଷମା ପ୍ରାର୍ଥନା କରି ନଥିବାବେଳେ ନିଜ ସ୍ୱାର୍ଥ ହାସଲ ପାଇଁ ହୀନ ରାଜନୀତି କରିବାକୁ ଆରମ୍ଭ କରିଦେଇଛି । ଏତେ ବର୍ଷେ ପରେ ବି କଂଗ୍ରେସ ଦଳରେ କୌଣସି ସୁଧାର ଆସିନାହିଁ, ଯେଉଁଥିପାଇଁ ଏହି ଦଳକୁ ଲୋକେ ଆଜି ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହି ଦଳ ଓଡ଼ିଶା ଓ ଓଡ଼ିଆ ବିରୋଧି ବୋଲି ବହୁ ଥର ପ୍ରମାଣିତ ହୋଇସାରିଛି । ଅତୀତରେ ଓଡ଼ିଶାର ବିକାଶ ପାଇଁ ଅର୍ଥର ଆବଶ୍ୟକତା ଥିଲାବେଳେ ତତ୍‌କାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓଡ଼ିଶା ବିରୋଧି ମାନସିକତାର ପରିଚୟ ଦେଇ ଟଙ୍କା ଗଛରେ ଫଳେ ନାହିଁ ବୋଲି କହିଥିଲେ । ଅପରପକ୍ଷେ ମୋଦି ସରକାର ଓଡ଼ିଶାବାସୀଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅନେକ ଓଡ଼ିଆ ପ୍ରତିଭାମାନଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଓଡ଼ିଶାର ଝିଅ ଆଜି ଭାରତର ସର୍ବପ୍ରଥମ ନାଗରିକ । ମନ୍ତ୍ରୀମଳରେ ଓଡ଼ିଆଙ୍କୁ ସର୍ବଦା ଗୁରୁତ୍ୱ ଦିଆଯିବା ସହ ଭାରତର ବିଭିନ୍ନ ବିଭାଗରେ ଓଡ଼ିଆକୁ ସର୍ବୋଚ ପଦବୀରେ ଅବସ୍ଥାପିତ କରାଯାଇଛି । ଓଡ଼ିଶାର ବିକାଶକୁ ବିଜେପି ଗୁରୁତ୍ୱ ଦେଉଥିବାବେଳେ କଂଗ୍ରେସ ତାହା ସହିପାରୁନାହିଁ ବୋଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ଗଣତନ୍ତ୍ରର ମୂଲ୍ୟବୋଧକୁ ଯୁବପିଢୀମାନଙ୍କ ଭିତରେ ଉଜ୍ଜିବୀତ ରଖିବା ପାଇଁ ବିଜେପି ପକ୍ଷରୁ ପ୍ରତିବର୍ଷ ଆଜିର ଏହି ଦିନକୁ କଳା ଦିବସ ଭାବେ ପାଳନ କରାଯାଉଛି । ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରୀ ବିମ୍ବାଧର କଅଁର, ସମ୍ମାନିତ ଅତିଥିଭାବେ ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଏକାମ୍ର ବିଧାୟକ ବାବୁ ସିଂ, ପ୍ରଫେସର ର୍ପୂଚନ୍ଦ୍ର ମଲ୍ଲିକ, ମୁଖ୍ୟବକ୍ତା ଭାବେ ପୂର୍ବତନ କୁଳପତି ଡ. ପ୍ରଫୁଲ୍ଲ କୁମାର ମିଶ୍ର ଓ ବରିଷ୍ଠ ନେତା ଭୂବନାନନ୍ଦ ତ୍ରିପାଠୀ ଯୋଗଦେଇ ଥିଲେ । ସୁସ୍ଥ ଗଣତନ୍ତ୍ର ପାଇଁ ଗଣମାଧ୍ୟମର ଭୂମିକା ଅନେକ ରହିଛି । ସେହିପରି ରାଜନୈତିକ ଦଳ ଏବଂ ଗଣମାଧ୍ୟମର ଭୂମିକା ମଧ୍ୟ ନିହାତି ମହତ୍ୱର୍ପୂ । ଜରୁରୀକାଳିନ ପରିସ୍ଥିତି ସମୟରେ ସମସ୍ତେ ଅନେକ ସଂଘର୍ଷ କରିଛନ୍ତି । ଏହି ସମୟରେ କାରବରଣ କରିଥିବା ସର୍ବଶ୍ରୀ ବିମ୍ବାଧର କୁଅଁର, ଭୁବନାନନ୍ଦ ତ୍ରିପାଠୀ, ଶ୍ରୀଧର ଦାସ, ଗୁରୁଚରଣ ଜେନା, ହରିହର ସାହୁ, ପ୍ରାଣବନ୍ଧୁ ସେନାପତି, ବିନାୟକ ସେନାପତି, ନିର୍ମଳ ଚନ୍ଦ୍ର ଜେନା, ଧୃବଚରଣ ଦଳାଇ, ପ୍ରଫୁଲ୍ଲ କୁମାର ସାହୁ, ଶଚ୍ଚିଦାନନ୍ଦ ଦଲାଲ, ଭବାନିଶଙ୍କର ଦାସ ଓ ସୁରେନ୍ଦ୍ର ନାୟକଙ୍କୁ ରାଜ୍ୟ କାର୍ଯ୍ୟାଳୟଠାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶେଷରେ ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥିସହ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଅନେକ ସ୍ଥାନରେ ବିଜେପି ତରଫରୁ କଳା ଦିବସ ପାଳନ କରାଯାଇଛି ।

Leave A Comment

All fields marked with an asterisk (*) are required