Search for:
  • Home/
  • ରାଜ୍ୟ/
  • ଓଡିଶାରେ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବା

ଓଡିଶାରେ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବା

Spread the love

Loading

ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା ପ୍ରସଙ୍ଗରେ

କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଜେପି ବଦ୍ଧପରିକର : ମନମୋହନ ସାମଲ

 ଧାନ ସମେତ ଅନ୍ୟାନ୍ୟ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଥିବାରୁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ଧନ୍ୟବାଦ ଜ୍ଞାପନ କଲେ ରାଜ୍ୟ ସଭାପତି
 ଓଡିଶାରେ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବା ନେଇ କ୍ୟାବିନେଟ ନିଷ୍ପତି ନେଇଛି
 ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ପାଇଁ ଏମଏସପି ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରତ୍ସୋହିତ ହେବେ

ଭୂବନେଶ୍ୱର, ତା.୨୦/୦୬ : ଚାଷୀମାନେ ହେଉଛନ୍ତି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ । ଚାଷୀର ପ୍ରଗତିରେ ଦେଶର ପ୍ରଗତି । କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଜେପି ବଦ୍ଧପରିକର । ଏହାକୁ ହୃଦୟଙ୍ଗମ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ୨୦୧୪ ମସିହାରେ ଦେଶ ଶାସନର ଦାୟୀତ୍ୱ ନେବା ପରେ କୃଷକର ଆୟକୁ ଦ୍ୱିଗୁଣିତ କରିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦେଶର ଦାୟୀତ୍ୱ ନେବା ସମୟରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପ୍ରତି ୧୩୬୦ ଟଙ୍କା ଥିଲା । ମୋଦି ସରକାରଙ୍କ ୧୦ ବର୍ଷର ଶାସନ ଭିତରେ ଏହାକୁ କ୍ରମାଗତ ଭାବେ ବୃଦ୍ଧି କରାଯାଇ କ୍ୱିଂଟାଲ ପ୍ରତି ୨୩୦୦ ଟଙ୍କା କରାଯିବା ଚାଷୀକୁଳ ପାଇଁ ଆଶ୍ୱସ୍ଥି ଆଣିଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଗତ କାଲି କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତି ଅନୁଯାୟୀ ଧାନ ସମେତ ଅନ୍ୟାନ୍ୟ ୧୪ଗୋଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୈାହାନଙ୍କୁ ରାଜ୍ୟବାସୀଙ୍କ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ସାମଲ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଓଡ଼ିଶାର ପ୍ରମୁଖ ଫସଲ ଧାନ ହୋଇଥିବାରୁ ଏହାର ଫାଇଦା ଓଡ଼ିଶାର ଚାଷୀମାନେ ଭରପୁର ନେବେ । ଆଜିର ଏହି ନିଷ୍ପତି ଫଳରେ ଧାନର ଏମଏସପି ୧୧୭ଟଙ୍କା ବୃଦ୍ଧି କରାଯାଇ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଏବଂ “ଏ” ଗ୍ରେଡ ଧାନର ମୂଲ୍ୟ କ୍ୱିଂଟାଲ ପିଛା ୨୩୨୦ ଟଙ୍କା ହୋଇଛି । ଓଡିଶାରେ ଧାନ କ୍ୱିଂଟାଲ ପିଛା ଚାଷୀ ୩୧୦୦ ଟଙ୍କା ପାଇବା ନେଇ ବିଜେପି ସରକାରର ପ୍ରଥମ କ୍ୟାବିନେଟରେ ନିଷ୍ପତି ହୋଇଛି । ସେହିପରି ହରଡ ଡାଲି କି୍ୱଂଟାଲ ପିଛା ୫୫୦ ଟଙ୍କା ବୃଦ୍ଧି ହୋଇ ୭୫୫୦ ଟଙ୍କା, ମୁଗ ଡାଲି କି୍ୱଂଟାଲ ପିଛା ୧୨୪ ଟଙ୍କା ବୃଦ୍ଧି ୮୬୮୨ ଟଙ୍କା, ବିରି ଡାଲି କି୍ୱଂଟାଲ ପିଛା ୪୫୦ ଟଙ୍କା ବୃଦ୍ଧି ହୋଇ ୭୪୪୦ ଟଙ୍କା, ବାଦାମ କି୍ୱଂଟାଲ ପିଛା ୪୦୬ ଟଙ୍କା ବୃଦ୍ଧି ୬୭୮୩ ଟଙ୍କା, ସୁର୍ଯ୍ୟମୁଖୀ ବୀଜ ଏମଏସପିରେ ୫୨୦ ଟଙ୍କା ବୃଦ୍ଧି କରାଯାଇ ୭୨୮୦ ଟଙ୍କା, ସୋୟାବିନ କ୍ଷେତ୍ରରେ ୨୯୨ ଟଙ୍କା ବୃଦ୍ଧି କରାଯାଇ ୪୮୯୨ ଟଙ୍କା, ରାଶି କ୍ଷେତ୍ରରେ ୬୩୨ ଟଙ୍କା ବୃଦ୍ଧି କରାଯାଇ ୯୨୬୭ ଟଙ୍କା, ନାଇଜରସିଡ କ୍ଷେତ୍ରରେ ୯୮୩ ଟଙ୍କା ବୃଦ୍ଧି କରାଯାଇ ୮୭୧୭ ଟଙ୍କା, ମଧ୍ୟମ ଆକାର କପାର ଏମଏସପି ୫୦୧ ଟଙ୍କା ବୃଦ୍ଧି କରାଯାଇ ୭୧୨୧ ଏବଂ ଲମ୍ବା କପାର ଏମଏସପି ୫୦୧ ଟଙ୍କା ବୃଦ୍ଧି କରାଯାଇ ୭୫୨୧ ଟଙ୍କା କରାଯାଇଛି । ଅନ୍ୟାନ୍ୟ ଫସଲ ଏବଂ ଡାଲି ଜାତୀୟ ଶସ୍ୟ ପାଇଁ ଏମଏସପି ବୃଦ୍ଧି କରାଯିବା ଫଳରେ ଆମ ରାଜ୍ୟର ଚାଷୀମାନେ ଅନ୍ୟାନ୍ୟ ଫସଲ ଚାଷ କରିବା ପାଇଁ ଅଧିକ ପ୍ରତ୍ସୋହିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।

*(ବିଜେପି ମିଡିଆସେଲ୍‌)*

Leave A Comment

All fields marked with an asterisk (*) are required