ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ୨୮ ତାରିଖରେ କେନ୍ଦ୍ର ଏବଂ ରାଜ୍ୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ
ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ ଆସନ୍ତା କାଲି ୨୮ ତାରିଖରେ କେନ୍ଦ୍ର ଏବଂ ରାଜ୍ୟ ନେତୃବୃନ୍ଦଙ୍କ ଗସ୍ତ କାର୍ଯ୍ୟକ୍ରମ
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା କାଲି ୨୮ ତାରିଖ ଦିନ ଚାନ୍ଦବାଲି, କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲି ଏବଂ ନିମାପଡାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ
ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତା କାଲି ୨୮ ତାରିଖ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ । ଏହା ପରେ ଶ୍ରୀ ବିଶ୍ୱଶର୍ମା ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ସୋରର ରଘୁନାଥପୁର ଏବଂ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ୨୮ ତାରିଖ ଦିନ ବଡଚଣା,ଧର୍ମଶାଳା, ବିଂଝାରପୁର, ବାଲିକୁଦାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହ କୋରେଇଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଶ୍ରୀ ପ୍ରଧାନ
ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପାଟକୁରାଠାରେ ଅନୁଷ୍ଠିତ ରୋଡ ସୋ ଏବଂ ଜନସଭାରେ ଯୋଗ ଦେବେ
ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆସନ୍ତା କାଲି ୨୮ ତାରିଖ ଦିନ ନିଆଳି ନିର୍ବାଚନମଣ୍ଡଳୀର ବ୍ରାହ୍ମଣଝରିଲୋଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବା ପରେ ଉସୁମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ପୂର୍ବତନ ସାଂସଦ ତଥା ସିନେ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତା କାଲି ୨୮ ତାରିଖ ଦିନ ସୁକିନ୍ଦା ଏବଂ ଚାନ୍ଦବାଲିଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ
ଭୁବନେଶ୍ୱର, ତା.୨୭/୦୫: ବିକଶିତ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଜରୁରୀ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ପ୍ରଥମ ଥର ପାଇଁ ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବ ଏବଂ ଏହାର ନେତୃତ୍ୱ ନେବେ ଓଡିଆ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ସହିତ ଚାରି ଦ୍ୱାର ଖୋଲାଯିବ । ଓଡିଆ ଅସ୍ମିତାର ସୁରକ୍ଷା ହେବ ଆମର ପ୍ରାଥମିକତା । ରାଜ୍ୟ ବିକାଶରେ ବାଧକ ସାଜିଥିବା ଦୁର୍ନୀତିଖୋର ଓ ଭ୍ରଷ୍ଟାଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶେଷ ହୋଇଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପିକୁ ବ୍ୟାପକ ସମର୍ଥନ ମିଳିଛି । ପ୍ରଥମ ୩ଟି ପର୍ଯ୍ୟାୟ ନିର୍ବାଚନରେ ଉଭୟ ବିଧାନସଭା ଏବଂ ଲୋକସଭା ଆସନରେ ବିଜେପି ବୃହତ ବିଜୟ ଲାଭ କରିବ । ଆସନ୍ତା ଜୁନ ୧ ତାରିଖ ଦିନ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।
ପ୍ରଚାର ପ୍ରସାରକୁ ଶାଣିତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଆସନ୍ତା କାଲି ୨୮ ତାରିଖ ଦିନ ମଧ୍ୟାହ୍ନ ୧୨.୪୫ରେ ଚାନ୍ଦବାଲିଠାରେ, ଅପରାହ୍ନ ୨.୧୫ରେ କୋରେଇ ନିର୍ବାଚନମଣ୍ଡଳୀର ପାଣିକୋଇଲିଠାରେ ଏବଂ ଅପରାହ୍ନ ୪ଟାରେ ନିମାପଡାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
ସେହିପରି ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା ଆସନ୍ତା କାଲି ୨୮ ତାରିଖ ଦିନ ପୂର୍ବାହ୍ନ ୧୦.୩୦ରେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ । ଏହା ପରେ ଶ୍ରୀ ବିଶ୍ୱଶର୍ମା ମଧ୍ୟାହ୍ନ ୧୨.୧୫ରେ ମୋରଡା ନିର୍ବାଚନମଣ୍ଡଳୀର ସୁଳିଆପଦା, ଅପରାହ୍ନ ୨.୧୫ରେ ସୋରର ରଘୁନାଥପୁର, ଅପରାହ୍ନ ୪ଟାରେ ଜଗତସିଂହପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ୨୮ ତାରିଖ ଦିନ ପୂର୍ବାହ୍ନ ୧୦ଟାରେ ବଡଚଣା, ପୂର୍ବାହ୍ନ ୧୧ଟାରେ ଧର୍ମଶାଳା, ମଧ୍ୟାହ୍ନ ୧୨.୧୫ରେ ବିଂଝାରପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ । ଏହା ପରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ସହ କୋରେଇଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଶ୍ରୀ ପ୍ରଧାନ । ଅପରାହ୍ନ ୩ଟାରେ ଶ୍ରୀ ପ୍ରଧାନ ଜଗତସିଂହପୁରର ବାଲିକୁଦାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।
ସେହିପରି ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପାଟକୁରାଠାରେ ଅନୁଷ୍ଠିତ ରୋଡ ସୋ ଏବଂ ଜନସଭାରେ ଯୋଗ ଦେବେ । ଅନ୍ୟତମ ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଆସନ୍ତା କାଲି ୨୮ ତାରିଖ ଦିନ ଅପରାହ୍ନ ୩ଟାରେ ନିଆଳି ନିର୍ବାଚନମଣ୍ଡଳୀର ବ୍ରାହ୍ମଣଝରିଲୋଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବା ପରେ ଅପରାହ୍ନ ୪.୩୦ରେ ଉସୁମାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ।
ସେହିପରି ପୂର୍ବତନ ସାଂସଦ ତଥା ସିନେ ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଆସନ୍ତା କାଲି ୨୮ ତାରିଖ ଦିନ ସକାଳ ୮.୩୦ରେ ସୁକିନ୍ଦାଠାରେ ଏବଂ ଅପରାହ୍ନ ୩ଟାରେ ଚାନ୍ଦବାଲିଠାରେ ଅନୁଷ୍ଠିତ ରୋଡ ସୋ ରେ ଯୋଗ ଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।