ଆସନ୍ତା ୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗ୍ରସ୍ତରେ ଆସୁଛନ୍ତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ
ଆସନ୍ତା ୬ ତାରିଖରେ ନିର୍ବାଚନ ପ୍ରଚାର ପାଇଁ ଓଡିଶା ଗ୍ରସ୍ତରେ ଆସୁଛନ୍ତି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ
ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ
ପ୍ରଧାନମନ୍ତ୍ରୀଙ୍କ ଆଗମନ ଓଡିଶାରେ ସରକାର ପରିବର୍ତନର ପୂର୍ବ ସୂଚନା : ଗୋଲକ ମହାପାତ୍ର
ଭୁବନେଶ୍ୱର, ତା.୦୧/୦୫: ଓଡିଶାରେ ଏଥର, ବିଜେପି ସରକାର । ୨୦୨୪ ସାଧାରଣ ନିର୍ବାଚନ ଓଡିଶା ପାଇଁ ପରିବର୍ତନର ନିର୍ବାଚନ ହେବ । ଉଭୟ କେନ୍ଦ୍ର ଓ ଓଡିଶାରେ ବିଜେପିର ସରକାର ଗଠନ ହେବ । ଭାରତବର୍ଷର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଗୋଟିଏ ଲକ୍ଷ୍ୟ ଭାରତ ସମେତ ଓଡିଶାରେ ଥିବା ପ୍ରତ୍ୟେକ ଗରିବ ଲୋକ କିଭଳି ଭାବରେ ସଶକ୍ତ ଓ ସକ୍ଷମ ହୋଇପାରିବ । ବିଶେଷ ଭାବେ ଓଡିଶାକୁ ଦେଶର ବିକଶିତ ରାଜ୍ୟ ଭାବେ ଗଢି ତୋଳିବାକୁ କାର୍ଯ୍ୟରତ । ରାଜ୍ୟରେ ଥିବା ସମସ୍ତ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଚିନ୍ତାପ୍ରକଟ କରିଛନ୍ତି । ଅନ୍ୟ ପଟେ ବିକାଶର ବାଧକ ସାଜିଛି ବିଜୁ ଜନତା ଦଳ । ଆଜି ଓଡିଆ ଅସ୍ମିତା ବିପଦରେ । ଅଣଓଡିଆଙ୍କ ହାତରେ ଓଡିଶାର ଶାସନ ଡୋରୀ । ପ୍ରଧାନମନ୍ତ୍ରୀଙ୍କ ଆଗମନ ଓଡିଶାରେ ସରକାର ପରିବର୍ତନର ପୂର୍ବ ସୂଚନା ଓ ଓଡିଶାରେ ଡବଲ ଇଞ୍ଜିନ ସରକାର ଆଣିବାରେ ସଫଳ ହେବ । ମୋଦିଜୀଙ୍କ ଗସ୍ତକୁ ନେଇ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ବେଶ୍ ଉତ୍ସାହିତ ଅଛନ୍ତି । ନିର୍ବାଚନ ପ୍ରଚାର ପ୍ରସାରକୁ ଶାଣିତ କରିବା ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଆସନ୍ତା ୬ ତାରିଖ ଦିନ ସକାଳ ୧୦ଟାରେ ବ୍ରହ୍ମପୁର ଓ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଜନସଭାରେ ଯୋଗଦେବେ ବୋଲି ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।