ବିଜେପିରେ ଯୋଗ ଦେଲେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ
ବିଜେପିରେ ଯୋଗ ଦେଲେ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ
ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ : ପ୍ରଦୀପ ପାଣିଗ୍ରାହୀ
ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି
ଓଡ଼ିଶାରେ ଅନ୍ଧ, ମୂକ, ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବା ଜରୁରୀ
ରାଜ୍ୟ ସଭାପତି, ବରିଷ୍ଠ ନେତା ଏବଂ ଗଂଜାମ ଜିଲ୍ଲାର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହେଲେ ସାମିଲ
ବିଜେପି ସରକାର ହେଲେ ରାଜ୍ୟରେ ସଚିବାଳୟଠାରୁ ମନ୍ତ୍ରାଳୟ ସମସ୍ତଙ୍କ ପାଇଁ ଖୋଲା ରହିବ
ଲୋକଙ୍କ ପାଇଁ ସମର୍ପିତ ହେବ ବିଜେପି ସରକାର
ଭୁବନେଶ୍ୱର,ତା.୨୨/୦୨: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ହାତମୁଠାକୁ ସୁଦୃଢ଼ କରିବା ପାଇଁ ଓ ଓଡିଶାର ବିକାଶ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମର୍ଥକମାନେ ଶଙ୍ଖ ଛାଡି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱ ଓ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ରାଜ୍ୟ କାର୍ଯ୍ୟାଳୟଠାରେ ପଦ୍ମ ଧରିଛନ୍ତି । ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ଓଡିଶାରେ ଛାୟା ସରକାରର ଶାସନ ଚାଲିଛି ଏବଂ ଏହା ବିତାଡିତ ହେବା ଜରୁରୀ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ ଓଡିଶାବାସୀଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି । ଏବେ ଓଡ଼ିଶାରେ ଦିନକୁ ଦିନ ବିଜେପି ବଢ଼ୁଛି ବିଜୁ ଜନତା ଦଳ ତଳକୁ ତଳ ଖସୁଛି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ମୋଦିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି । ଓଡ଼ିଶାରେ ଅନ୍ଧ, ମୂକ, ବଧିର, ଗର୍ବୀ, ଅହଙ୍କାରୀ ସରକାରକୁ ହଟାଇବାର ସମୟ ଆସିଛି । ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ହେଲେ ପରେ ନିଜର ସ୍ୱାର୍ଥ ଲାଗି ବିଜେପିର ହାତ ଛାଡିଥିଲେ । ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତାକୁ ଆଣିବାର ସମୟ ଆସିଛି । ପୂର୍ଣ୍ଣ ସମର୍ଥନ ଦେଇ ଥରେ ବିଜେପିକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଲୋକଙ୍କ ପାଇଁ ସମର୍ପିତ ହେବ ବିଜେପି ସରକାର । ବିଜେପି ସରକାର ହେଲେ ରାଜ୍ୟରେ ସଚିବାଳୟଠାରୁ ମନ୍ତ୍ରାଳୟ ସମସ୍ତଙ୍କ ପାଇଁ ଖୋଲା ରହିବ ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି । “ଶ୍ରେଷ୍ଠ ଭାରତ, ଶ୍ରେଷ୍ଠ ଓଡ଼ିଶା ଗଠନର ପ୍ରକୃଷ୍ଠ ସମୟ ଆସିଛି । ବର୍ତମାନ ଓଡ଼ିଶାବାସୀ ପରିବର୍ତନ ମୁହାଁ ହୋଇଛନ୍ତି । ସୁଦୃଢ଼ ଭାରତ ଗଠନ ପାଇଁ ସୁଦୃଢ଼ ଓଡ଼ିଶା ଗଠନର ଆବଶ୍ୟକତା ଅଛି । ଓଡ଼ିଶାରେ ଏକଛତ୍ରବାଦୀ ସରକାର ହଟାଇ ଲୋକତନ୍ତ୍ର ସରକାର ଆଣିବା ଦରକାର । ସଂକୀର୍ଣ୍ଣ ବିଚାରରୁ ଊର୍ଦ୍ଧ୍ୱକୁ ଯାଇ ଜାତୀୟତାର ମୁଖ୍ୟ ସ୍ରୋତରେ ଯୋଡି ହେବାକୁ ଆହ୍ୱାନ ଦେଇଛନ୍ତି । “ଓଡ଼ିଶାରେ ଡବଲ ଇଞ୍ଜନ”ର ସରକାର ଗଠନ ହେଲେ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିବ । କୃଷକ, ଗରିବ, ଯୁବକ ଓ ମହିଳା ଗୋଷ୍ଠୀଙ୍କ ପାଇଁ ମୋଦିଜୀଙ୍କ ପ୍ରାଥମିକତାକୁ ପ୍ରଶଂସା କରିଛନ୍ତି ଶ୍ରୀ ପାଣିଗ୍ରାହୀ ।
ଏହି ମିଶ୍ରଣ ପର୍ବରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଦିଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।