ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯ୍ୟାତିତ ଓ ଅବହେଳିତ: ମହେଶ୍ୱର ସାହୁ
ରାଜ୍ୟ କାର୍ଯ୍ୟାଳୟରେ କୃଷକମୋର୍ଚ୍ଚା କାର୍ଯ୍ୟକର୍ତା ବୈଠକ
ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯ୍ୟାତିତ ଓ ଅବହେଳିତ: ମହେଶ୍ୱର ସାହୁ
ପଂଚାୟତ ସ୍ତରରେ “କୃଷକ ପଂଚାୟତ”ଗଠନ କରି ଆନ୍ଦୋଳନକୁ ଓହ୍ଲାଇବ କୃଷକ ମୋର୍ଚ୍ଚା
ରାଜ୍ୟ ସରକାରଙ୍କର କୃଷକମାରଣ ନୀତି ବିରୋଧରେ କୃଷକ ପଂଚାୟତ ସଭା
ଭୁବନେଶ୍ୱର, ତା.୦୮/୧୦: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ କେନ୍ଦ୍ର ସରକାରର ଗତ ୯ ବର୍ଷ ଶାସନକାଳରେ ଅନେକ କୃଷି ଓ କୃଷକ କଲ୍ୟାଣ ଯୋଜନାର କାର୍ଯ୍ୟାନ୍ୱୟନ କରିଛନ୍ତି । ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ମୋଦି ସରକାର ସଂକଳ୍ପବଦ୍ଧ ଏବଂ କାର୍ଯ୍ୟରତ । ଅନ୍ୟ ପଟେ ନବୀନ ସରକାରରେ ଓଡ଼ିଶାର କୃଷକମାନେ ସବୁଠାରୁ ଅଧିକ ନିର୍ଯ୍ୟାତିତ ଓ ଅବହେଳିତ । କୃଷି ଓ କୃଷକ କଲ୍ୟାଣ ପାଇଁ କେନ୍ଦ୍ରର ବିଭିନ୍ନ ଯୋଜନାରେ ଆସୁଥିବା ବ୍ୟାପକ ମାତ୍ରାର ଟଙ୍କାକୁ ବିଜେଡି ସରକାର ହଡପ୍ କରୁଛନ୍ତି ଏବଂ ଲୋକାଭିମୁଖୀ କାର୍ଯ୍ୟକ୍ରମଗୁଡିକ ଚାଷୀଙ୍କ ନିକଟରେ ପହଂଚାଉନାହାନ୍ତି । ଏହି କାରଣରୁ ଚାଷୀର ଆର୍ଥୀକ ଅଭିବୃଦ୍ଧି ହେଉନାହିଁ । ବିଭିନ୍ନ ସମସ୍ୟା ଘେରରେ ଥିବା ରାଜ୍ୟର ଚାଷୀମାନେ ଅନେକ ସଂକଟର ସମ୍ମୁଖୀନ ହେଉଛନ୍ତି । ବିଜେଡି ସରକାରର ଗତ ୨୩ ବର୍ଷରେ ଭ୍ରଷ୍ଟାଚାର, ଦୁର୍ନୀତି, ଚାଷୀ ଆତ୍ମହତ୍ୟା, ମଣ୍ଡି ଅବ୍ୟବସ୍ଥା, ଜଳସେଚନର ବିଫଳତାକୁ ନେଇ ପ୍ରତି ପଂଚାୟତ ସ୍ତରରେ “କୃଷକ ପଂଚାୟତ”ଗଠନ କରି ବିଜେପି କୃଷକମୋର୍ଚ୍ଚା ଆନ୍ଦୋଳନକୁ ଓହ୍ଲାଇବ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋର୍ଚ୍ଚାର ସମସ୍ତ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ ରାଜ୍ୟ ସଂଯୋଜକମାନେ ଉପସ୍ଥିତ ଥିଲେ । ବୈଠକରେ ଯୋଗ ଦେଇ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି କୃଷକମୋର୍ଚ୍ଚାର ବିଗତ ଦିନରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହିତ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ତୃଣମୂଳ ସ୍ତରର ସଂଗଠନକୁ ସୁଦୃଢ଼ କରିବା ବିଷୟରେ ଆଲୋଚନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ହୃଷିକେଶ ଜେନା, ପ୍ରଦୀପ ପତ୍ରୀ, ବିପଦ ଭଞ୍ଜନ ଦାସ, ହଳପାଣି ମାଝି, କୃଷକମୋର୍ଚ୍ଚା ସାଧାରଣ ସଂପାଦକ ଉପେନ୍ଦ୍ର ଭଞ୍ଜ, ସମୀର ପାତ୍ର, କାର୍ଯ୍ୟାଳୟ ସଂପାଦକ ସତ୍ୟବାଦୀ ଚଇନି, କୃଷକମୋର୍ଚ୍ଚା ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ବରିଷ୍ଠ ନେତା ସଜ୍ଜନ ଶର୍ମା, ଲକ୍ଷ୍ମଣ ପଣ୍ଡା, ଶୁଭ୍ରାଶୁ ମୋହନ ପାଢ଼ୀ, ପ୍ରେମାନନ୍ଦ ଜେନା, କୃଷକମୋର୍ଚ୍ଚା ସାମାଜିକ ଗଣମାଧ୍ୟମ ସଂଯୋଜକ ପ୍ରଦୀପ ସାହୁ, ସହ ସାମାଜିକ ଗଣମାଧ୍ୟମ ମାଳତୀ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ବିକାଶ ପାଢ଼ୀ, ସହସଂଯୋଜକ ତାପସ ଜେନା, ନନ୍ଦିନୀ ଶତପଥୀ, ପୂର୍ଣ୍ଣିମା ଦାସ, ରୋଜାଲିନ ମହାନ୍ତି, ବନ୍ଦନା କାନୁନଗୋ, ସୁମିତ୍ରା ପାଣି, ଜୟଲକ୍ଷ୍ମୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।
(ବିଜେପି ମିଡିଆ ସେଲ୍)