ଦୁର୍ନୀତିର ଗନ୍ତାଘର ‘୫-ଟି’ : ମନମୋହନ ସାମଲ
ନୂଆପଡାରେ ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀ
ଦୁର୍ନୀତିର ଗନ୍ତାଘର ‘୫-ଟି’ : ମନମୋହନ ସାମଲ
ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ
ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ ସରକାର ଚାଲିଛି
ମରୁଡିଗସ୍ତ ନୂଆପଡା ଚାଷୀଙ୍କ ପାଇଁ ରାଜ୍ୟ ସରକାର ସାର, ଋଣ, ମଞ୍ଜି ଇତ୍ୟାଦି ସମେତ ରିଲିଫ ଫଣ୍ଡରୁ ସହାୟତା ରାଶି ଯୋଗାଇ ଦିଅନ୍ତୁ
ନୂଆପଡା/ଭୁବନେଶ୍ୱର, ତା.୦୮/୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟି ଟଙ୍କା ଓଡ଼ିଶାର ବିକାଶ, ଗରୀବ କଲ୍ୟାଣ ଏବଂ ଜଳସେଚନ, ପର୍ଯ୍ୟଟନ ବିକାଶ, ଜାତୀୟ ରାଜପଥର ଓ ରେଳପଥ ଉନ୍ନତୀକରଣ ଏବଂ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାର କ୍ରିୟାନ୍ୱୟନ ପାଇଁ ଓଡ଼ିଶାକୁ ଦେଇଛନ୍ତି । କିନ୍ତୁ ଦୁର୍ନୀତି, ଅତ୍ୟାଚାର ଓ ବ୍ୟଭିଚାରୀ ରାଜ୍ୟ ସରକାର ଏହି ଟଙ୍କାକୁ ଓଡିଶା ତଥା ଓଡିଶାବାସୀଙ୍କ ବିକାଶ କାର୍ଯ୍ୟରେ ନଲଗାଇ ବ୍ୟାପକ ମାତ୍ରାରେ ହଡପ୍ କରିଛନ୍ତି । ଏଥିରୁ ନୂଆପଡା ଜିଲ୍ଲା ମଧ୍ୟ ବାଦ୍ ପଡିନାହିଁ । ନୂଆପଡା ଜିଲ୍ଲା ପାଇଁ ଆସିଥିବା ହଜାର ହଜରା କୋଟି କୋଟି ଟଙ୍କା ବାଟମାରଣା ହୋଇଛି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ହାତ ଖୋଲା କରି ଟଙ୍କା ଦେଉଛନ୍ତି କିନ୍ତୁ ନବୀନ ସରକାର ସେହି ଟଙ୍କାରେ କୌଣସି ବିକାଶ କାର୍ଯ୍ୟ କରି ନାହାନ୍ତି । ଓଡିଶାରେ କାମ ନହୋଇ ବିଲ୍ କରି ଆତ୍ମସାତ କରାଯାଉଛି । ବିନା ପିସିରେ କୈାଣସି କାର୍ଯ୍ୟ ହେଉନାହିଁ । ‘୫-ଟି ଦୁର୍ନୀତିର ଗନ୍ତାଘର ସାଜିଛି’ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ନୂଆପଡାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ମୋଦିଜୀଙ୍କ ଐତିହାସିକ ମାଇନିଂ ପଲିସି ପାଇଁ ଓଡ଼ିଶା ସରକାରଙ୍କୁ ପ୍ରତି ବର୍ଷ ୫୦ହଜାର କୋଟି ଟଙ୍କାର ଖଣି ରାଜସ୍ୱ ମିଳୁଛି । ଖଣି ଖାଦାନରୁ ଆଉ ୨ବର୍ଷ ପରେ ୨ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିବ । ଓଡିଶା ଧନୀ, ଓଡ଼ିଶାର ଲୋକ ଗରୀବ । ଓଡ଼ିଶାରେ ଖଣିଜସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ ବିକାଶ କ୍ଷେତ୍ରରେ କୌଣସି ବିକାଶ ହୋଇନାହିଁ । ଓଡ଼ିଶାରେ ଦେଢ଼କୋଟି ଲୋକ ଦାଦନ ଖଟିବାକୁ ଅନ୍ୟତ୍ର ଯାଉଛନ୍ତି । ଓଡ଼ିଶାରେ ଗୋଟିଏ ଢଗ ଜାଣିଥିବେ- “ସୁନା ଥିଲେ କାନ ନାହିଁ, କାନ ଥିଲେ ସୁନା ନାହିଁ” । ଠିକ୍ ସେମିତି ଓଡ଼ିଶାରେ ସବୁଥାଇ ବି ଲୋକେ ଦାଦନ ଖଟୁଛନ୍ତି, ଯାହା ବଡ ଦୁର୍ଭାଗ୍ୟର ବିଷୟ । ଏଥି ପାଇଁ ବିଜେଡି ସରକାର ସଂପୂର୍ଣ୍ଣ ଦାୟୀ ବୋଲି ଶ୍ରୀ ସାମଲ କହିଛନ୍ତି ।
ପ୍ରଥମ ରାଜନୈତିକ ଦଳ ଭାବେ ବିଜେପି ଦେଶରେ ମହିଳାଙ୍କ ୩୩% ସଂରକ୍ଷଣ ପାଇଁ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ସମ୍ଭବ ହୋଇଛି । ଭାରତ ବର୍ଷର ଗଣତନ୍ତ୍ରର ଏହି ମହାଅବସରରେ ଆମେ ସମସ୍ତେ ଏହି ଯୁଗାନ୍ତକାରୀ ନିଷ୍ପତିର ସାକ୍ଷୀଭାବରେ ଗର୍ବ ଅନୁଭବ କରୁଛେ । ମୋଦିଜୀ ୭୫ଲକ୍ଷ ଭଉଣୀ, ମାଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇବାର ନିଷ୍ପତି ନେଇଛନ୍ତି । ଦେଶର ୧୦କୋଟି ୭୫ଲକ୍ଷ ଭଉଣୀମାନେ ବିନା ମୂଲ୍ୟରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ରାଜ୍ୟର ୫୩ ଲକ୍ଷ ହିତାଧିକାରୀ ଅଛନ୍ତି ଏବଂ ନୂଆପଡା ଜିଲ୍ଲାର ମାଁ ଓ ଭଉଣୀମାନେ ଅଧିକ ଉପକୃତ ହୋଇଛନ୍ତି । ମୋଦିଜୀଙ୍କ ପାଇଁ ଭାରତରେ ୫୨କୋଟି ବ୍ୟାଙ୍କ ଆକାଉଂଟ ଖୋଲିବାରେ ମହିଳାମାନେ ସକ୍ଷମ ହୋଇଛନ୍ତି । ପୂର୍ବଦ୍ୟୋୟର ବିକାଶକୁ ଗୁରୁତ୍ୱ ଦେଉଥିବା ମୋଦି ସରକାର ଗତ ୯ବର୍ଷ ଧରି ପୂର୍ବାଂଚଳ ଓ ବିଶେଷ ଭାବେ ଓଡିଶାର ବିକାଶକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବାରୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଓଡ଼ିଶାରେ ଶାସନ ବଡ ବିଚିତ୍ର । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଯେଉଁଠି ଅଦୃଶ ସେ ସରକାର ଆଉ ଚାଲିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଦେଖା ମିଳୁନାହିଁ । ଓଡ଼ିଶାରେ କିଏ ସରକାର ଚଳାଉଛି ତାହା ଜାଣିହେଉନାହିଁ । ଓଡ଼ିଶାର ମନ୍ତ୍ରୀ, ବିଧାୟକଙ୍କ ବାକ୍ଶକ୍ତି ହରାଇ ବସିଛନ୍ତି । ଓଡ଼ିଶାରେ ସ୍ଥାଣୁ ଓ ଅଦୃଶ ସରକାର ଚାଲିଛି । ଓଡ଼ିଶାର ଖବର ଶୁଣିବାକୁ, ବୁଝିବାକୁ କେହି ନାହାନ୍ତି । ଓଡ଼ିଶାର ଚାଷୀଙ୍କ କଥା ନକହିବା ଭଲ । ନୂଆପଡାର ଚାଷୀ ମରୁଡିରେ ଶିକାର ହେଉଛନ୍ତି । ଧାନର ଅଭାବ ବିକ୍ରି ହେଉଛି । ରାଜ୍ୟ ସରକାର ନୂଆପଡା ଜିଲ୍ଲାର ଚାଷୀଙ୍କ ପାଇଁ ଏଯାଏଁ ଏକ ଟିମ୍ ପଠାଇନାହାନ୍ତି । ମୋଦିଜୀ କହିଛନ୍ତି ୩୩% ଜମି କ୍ଷତିହେଲେ କ୍ଷତିପୂରଣ ମିଳିବ । ଚାଷୀଙ୍କ ପାଇଁ ମୋଦିଜୀ ଏକ ବୈପ୍ଳବିକ ନୀତି ପ୍ରଣୟନ କରିଛନ୍ତି । ଯଥାଶୀଘ୍ର ଅନୁଧ୍ୟାନ କରି ନୂଆପଡା ଚାଷୀଙ୍କ ପାଇଁ ରାଜ୍ୟ ସରକାର ସାର, ଋଣ, ମଞ୍ଜି ଇତ୍ୟାଦି ସମେତ ରିଲିଫ ଫଣ୍ଡରୁ ସହାୟତା ରାଶି ଯୋଗାଇ ଦିଅନ୍ତୁ । ସେହିପରି ନୂଆପଡାରେ ଚାଷୀଙ୍କ ପାଇଁ ଯୁଦ୍ଧକାଳୀନ ଭିତିରେ ଜଳସେଚନ ବ୍ୟବସ୍ଥା କରାଯାଉ । ନୂଆପଡାରେ କୃଷିଭିତକ ଶିଳ୍ପ, ଲଘୁ ଖଣିଜଜାତ ଦ୍ରବ୍ୟ କିଭଳି କିଣାଯିବ ତାହାର ସୁବନ୍ଦୋବସ୍ଥ କରନ୍ତୁ । ଚାଷୀ ଦୁଇଗୁଣା ରୋଜଗାର କରନ୍ତୁ ବୋଲି ମୋଦିଜୀ ଚିନ୍ତା କରୁଥିବାବେଳେ ନବୀନ ବାବୁ କିନ୍ତୁ ତାଙ୍କ ଧାନ ନକଣି ଖଟନି ଛଟନି କରି ୨୧ଶହ ଟଙ୍କା ଧାନକୁ ହଜାରେ ୧୨ଶହରେ କିଣୁଛନ୍ତି । “ଚାଷୀ ବଂଚିଲେ ଦେଶ ଓ ସମାଜ ବଂଚିବ” ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ବସନ୍ତ ପଣ୍ଡା, ଜିଲ୍ଲା ସଭାପତି ସୁବ୍ରତ ଠାକୁର, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣୀ ପାଣିଗ୍ରାହୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଏନଏସି ଅଧ୍ୟକ୍ଷା ସୋନାଲି ଗୋଲ୍ଡି ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।
ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ନୂଆପଡା, କଂଟାବାଝୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରାଯିବା ପରେ ଖରିଆର ରୋଡ ଯୋଗେଶ୍ୱର ମଣ୍ଡଳ ଆମସେନା ସ୍ଥିତ ଗୁରୁକୁଳ ଆଶ୍ରମରେ ଗୁରୁଜୀ ଧର୍ମାନନ୍ଦ ସ୍ୱରସ୍ୱତୀଙ୍କ ଆଶ୍ରିବାଦ ନେଇଥିଲେ ରାଜ୍ୟ ସଭାପତି ଶ୍ରୀ ସାମଲ । ଏହାପରେ ସେହି ଆଶ୍ରମରୁ କଳସରେ ମାଟି ସଂଗ୍ରହ କଲେ ଏବଂ ଆଦର୍ଶ କନ୍ୟା ଆଶ୍ରମରୁ ମାଟି ସଂଗ୍ରହ କରିଥିଲେ ଶ୍ରୀ ସାମଲ । ଏହାପରେ ନୂଆପଡା,କଂଟାବାଞ୍ଜିରେ କାର୍ଯ୍ୟକର୍ତା ସମ୍ମିଳନୀରେ ଶ୍ରୀ ସାମଲ ଯୋଗ ଦେଇଥିଲେ । କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲାର ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବା ପରେ ସେଠାରୁ ମାଟି ସଂଗ୍ରହ କରି ଶପଥ ପାଠ କରାଇଥିଲେ ଶ୍ରୀ ସାମଲ ।
(ବିଜେପି ମିଡିଆ ସେଲ୍)