Search for:
  • Home/
  • ରାଜ୍ୟ/
  • ବଲାଙ୍ଗୀରରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

ବଲାଙ୍ଗୀରରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

Spread the love

Loading

ବଲାଙ୍ଗୀରରେ ଅନୁଷ୍ଠିତ “ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ଯୋଗଦେଲେ ରାଜ୍ୟ ସଭାପତି

ଶିକ୍ଷା, ଭାଷା, ସେବା, ରାଜନୀତି ଓ ସାମ୍ବାଦିକତାର ମହାମିଳନର ବିରଳ ବ୍ୟକ୍ତିତ୍ୱ ଗୋପବନ୍ଧୁ: ମନମୋହନ ସାମଲ

 ଟିଟିଲାଗଡଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଲେ ରାଜ୍ୟ ସଭାପତି
 ଶହୀଦ ଯବାନ ଥବିର ବୁଡେକଙ୍କ ଫୋଟରେ ପୁଷ୍ପମାଲ୍ୟ ଦେବା ପରେ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରି ତାଙ୍କ ଘରୁ ମାଟି ସଂଗ୍ରହ କଲେ ରାଜ୍ୟ ସଭାପତି
 ବଲାଙ୍ଗୀର ସମେତ ସମଗ୍ର ରାଜ୍ୟବାସୀ “ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମରେ ସ୍ୱତଃ ପ୍ରବୃତ ଭାବେ ଯୋଗ ଦେଉଛନ୍ତି

ବଲାଙ୍ଗୀର/ଭୁବନେଶ୍ୱର, ତା.୦୯/୧୦: ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ, ଏବଂ ଦୈନିକ ଖବରକାଗଜ ସମାଜ ଓ ସତ୍ୟବାଦୀ ପତ୍ରିକାର ପ୍ରତିଷ୍ଠାତା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ । ଶିକ୍ଷା, ଭାଷା, ସେବା, ରାଜନୀତି ଓ ସାମ୍ବାଦିକତାର ମହାମିଳନର ବିରଳ ବ୍ୟକ୍ତିତ୍ୱ ଥିଲେ ଗୋପବନ୍ଧୁ ଦାସ । ସେ ଥିଲେ ଓଡିଆ ଜାତିର ନବଜାଗଣରେ ଅଲିଭା କର୍ଣ୍ଣଧାର । ଆଜି ସେହି ମହାନ୍ ପୂଣ୍ୟତ୍ମାଙ୍କ ଶୁଭ ଜନ୍ମଦିନରେ ଟିଟିଲାଗଡଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ତାଙ୍କର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ‘ଦେଶର ପ୍ରତି ଗାଁ, ପଂଚାୟତ, ବ୍ଲକ, ସହର, ନଗର, ପୌରପାଳିକା ଅଂଚଳରେ ବୀର ସ୍ୱାଧୀନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ସ୍ମୃତିରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ସହିଦ ଓ ବଳିଦାନ ଦେଇଥିବା ବୀରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ମୋ ମାଟି ମୋ ଦେଶ” ଆୟୋଜିତ ହେଉଛି । ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ସଇଁତଳା ବ୍ଲକ ଗୁରୁମୁନି ଗାଁର ଶହୀଦ ଯବାନ ଥବିର ବୁଡେକଙ୍କ ଫୋଟରେ ପୁଷ୍ପମାଲ୍ୟ ଦେବା ପରେ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରିଥିଲେ ଓ ତାଙ୍କ ଘରୁ ଏକ କଳସରେ ମାଟି ସଂଗ୍ରହ କରିଥିଲେ । ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରୀ ସାମଲ ଟିଟିଲାଗଡର କାର୍ଯ୍ୟକର୍ତା ସମ୍ମିଳନୀ ଯୋଗଦେଇ ଶପଥ ପାଠ କରାଇଥିଲେ ଓ ବାଇକ ରାଲିରେ ଯୋଗ ଦେଇଥିଲେ ।
ଶ୍ରୀ ସାମଲ କହିଛନ୍ତି ଯେ, ବଲାଙ୍ଗୀର ସମେତ ସମଗ୍ର ରାଜ୍ୟବାସୀ ‘ମୋ ମାଟି, ମୋ ଦେଶ”କୁ ସ୍ୱତଃ ପ୍ରବୃତ ଭାବେ ଯୋଗ ଦେଉଛନ୍ତି ଏବଂ ସେଥିରେ ସେମାନଙ୍କ ଉତ୍ସାହ ବେଶ ଲକ୍ଷ୍ୟଣୀୟ । ଜନତାଙ୍କୁ ଦେଖି ସ୍ପଷ୍ଟ ଜଣାପଡୁଛି ଯେ, ମୋଦିଜୀଙ୍କ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଓଡ଼ିଶାରେ ସଫଳ ହୋଇଛି । ଏଥି ପାଇଁ ଶ୍ରୀ ସାମଲ ସମଗ୍ର ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଦେଶର ଅଖଣ୍ଡତା ପାଇଁ ଯେଉଁ ଯବାନମାନେ ଲଢ଼ୁଛନ୍ତି ସେମାନଙ୍କ ସ୍ମୃତି ରକ୍ଷା ପାଇଁ ମୋଦିଜୀ ଆହ୍ୱାନ କ୍ରମେ ଆଜି ଯବାନମାନଙ୍କ ସ୍ମୃତି ପାଇଁ “ମାଟି ସଂଗ୍ରହ” କରାଯାଉଛି । ଏହି ମାଟି ଦିଲ୍ଳୀ ଯିବ, ସେଠାରେ ସହିଦଙ୍କ ପାଇଁ ଏହା ଏକ ବଡ ସ୍ମାରକୀ ହେବ । ଦେଶର ଏକତା, ଅଖଣ୍ଡତା ପାଇଁ ଯବାନମାନେ ଲଢ଼ି ପ୍ରାଣବଳି ଦେଉଛନ୍ତି । ସ୍ୱାଧୀନତାର ଶତାବ୍ଦୀ ପୂର୍ତି ଅବସରରେ ୨୦୪୭ ମସିହାରେ ଭାରତବର୍ଷକୁ ବିଶ୍ୱ ଗୁରୁ ଭାବେ ପରିଣତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସଫଳ କରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ଏହି ଅବସରରେ ସାଂସଦ ସଙ୍ଗୀତା ସିଂହଦେଓ, ବରିଷ୍ଠ ନେତା କେ.ଭି.ସିଂହଦେଓ, ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲକ୍ଷ୍ମଣ ବାଗ୍‌, ଜିଲ୍ଲା ପରିଷଦ ସଦସ୍ୟ ଶବ୍ଦ ମିର୍ଦ୍ଧା ଓ ଅନିମା ଦାସ ପ୍ରମୁଖ ପ୍ରମୁଖଙ୍କ ସମେତ ଜିଲ୍ଲାର ପ୍ରମୁଖ ନେତୃବୃନ୍ଦ ଓ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required