ବି.ଜେ.ଇ.ଏମ୍. ସ୍କୁଲ ଓ ବରଗଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବି.ଜେ.ଇ.ଏମ୍. ସ୍କୁଲ ଓ ବରଗଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ
ସହଯୋଗରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଭୁବନେଶ୍ୱର, ତା: ୦୨.୧୦.୨୦୨୩ : ରାଜଧାନୀ ଭୁବନେଶ୍ୱରର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ
ବିଦ୍ୟାଳୟ ଓ ବରଗଡ଼ ହାଇ ସ୍କୁଲ ପୁରାତନ ଛାତ୍ର ସଂସଦର ମିଳିତ ସହଯୋଗରେ ପିଲାମାନଙ୍କ ମଧ୍ୟରେ ଗାନ୍ଧି
ଆଦର୍ଶ ପ୍ରତିଷ୍ଠାର ଲକ୍ଷ୍ୟ ନେଇ ଷ୍ଟୁଡେ୍ସ୍ ରିମେମ୍ବର ମହାତ୍ମା ଗାନ୍ଧି (ଏସ୍.ଆର୍.ଏମ୍.ଜି) କାର୍ଯ୍ୟକ୍ରମ ବିଦ୍ୟାଳୟ
ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାନ୍ଧିବାଦୀ ଓ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ କୁଶ
ଲେଙ୍କା ଯୋଗ ଦେଇ, ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ କହି କୀଟପତଙ୍ଗ ସମସ୍ତଙ୍କ ଠାରେ ଈଶ୍ୱର
ବିଦ୍ୟମାନ । ତେଣୁ ସମସ୍ତଙ୍କୁ ସ୍ନେହ, ଶ୍ରଦ୍ଧା, ଭକ୍ତି କରିବା ଦରକାର ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା
ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଜିତେନ୍ଦ୍ର ନାରାୟଣ ଦାଶ (ଦାଶ ବେନ୍ହୁର) ଯୋଗ ଦେଇ ଗାନ୍ଧୀ ଜୟନ୍ତୀ
ପାଳନର ଉଦ୍ଦେଶ୍ୟ, ଗାନ୍ଧିଙ୍କର ଗୁଣାତ୍ମକ ଭାବନା-ଚିନ୍ତନକୁ ନିଜ ଭିତରେ ଅନୁଭବ କରିବା ସହ ଛାତ୍ର
ଛାତ୍ରଛାତ୍ରୀମାନେ କଥା, କର୍ମ ଓ ଭାବନା ମଧ୍ୟରେ ସାମଞ୍ଜସ୍ୟ ରଖିବାର ଆବଶ୍ୟକତା ରହିଛି ବୋଲି ବକ୍ତବ୍ୟ ପ୍ରଦାନ
କରିଥିଲେ । ସେମାନେ ଗାନ୍ଧିଙ୍କୁ ପଢ଼ିବାର, ବୁଝିବାର ବ୍ୟକ୍ତିତ୍ୱରେ ଉଦ୍ବୋଧିତ ହେବାର ଆବଶ୍ୟକତା ରହିଛି ବୋଲି
ମତବ୍ୟକ୍ତ କରିଥିଲେ । ଉତ୍ସବର ପୁରୋଧା, ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଶ୍ରୀଯକ୍ତ ହାରୁନ
ରସିଦ ଖାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ର୍ବମାନ ସମୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ
ଭାରତୀୟତା ଭାବନା ସୃଷ୍ଟି ସହ ନୈତିକତା, ଯୋଗାଯୋଗ କୌଶଳ ବୃଦ୍ଧି ହେବାର ଆବଶ୍ୟକତା ରହିଛି ବୋଲି
ବକ୍ତବ୍ୟ ଦେଇଥିଲେ । ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଜୋନାଲ୍ ମ୍ୟାନେଜର ଶ୍ରୀଯୁକ୍ତ ସର୍ବେଶ ରଞ୍ଜନ ଯୋଗଦେଇ
ପିଲାମାନେ ନୈତିକ ଶିକ୍ଷାମୂଳକ ଭାଷଣ, ଗପ, କଥା ଶୁଣିବା ସହ ଗାନ୍ଧିଙ୍କର ସତ୍ୟ, ଅହିଂସା, ସର୍ବୋଦୟ ଶିକ୍ଷା
ଲାଭ କରିବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର
ଗାନ୍ଧି ଓ ଶାସ୍ତ୍ରୀଙ୍କ ଚିନ୍ତନ, ଗାନ୍ଧିଙ୍କ ପ୍ରତିଟି ଉକ୍ତିକୁ ପିଲାମାନେ ଜୀବନରେ ଅନୁସରଣ କରିବାର ଆବଶ୍ୟକତା ଉପରେ
ଗୁରୁତ୍ୱ ଦେଇଥିଲେ । ବିଦ୍ୟାଳୟର ପରିଚାଳକ ତଥା ବରଗଡ଼ ପୁରାତନ ଛାତ୍ର ସଂସଦର ପରାମର୍ଶଦାତା ଶ୍ରୀଯୁକ୍ତ
ପ୍ରତାପ କୁମାର ଜେନା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟକୁ ଉପସ୍ଥାପିତ କରି ପ୍ରତ୍ୟେକ ବ୍ୟକ୍ତି ଗାନ୍ଧିନୀତି ପ୍ରଚାର ନୁହେଁ
ଅଭ୍ୟାସ କରିବାର ଆବଶ୍ୟକତା ରହିଛି, ଜୀବନରେ ଏ ଭାବନା ଅନୁସରଣ କରି ଗତିଶୀଳ ହେଲେ ସୁସ୍ଥ ସମାଜ
ଗଠନ ହୋଇପାରିବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ସରକାରୀ ଉଚ୍ଚ ବିଦ୍ୟାଳୟ, ବରଗଡ଼ର ପ୍ରଧାନ ଶିକ୍ଷୟିତ୍ରୀ
ଶ୍ରୀମତୀ ମନୋଜା ମଞ୍ଜରୀ ସାହୁ ପିଲାମାନଙ୍କୁ ଗାନ୍ଧିଙ୍କର ଜୀବନାଦର୍ଶ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସ୍କୁଲର ଅଧ୍ୟକ୍ଷା ମ୍ୟାଡାମ୍ ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର
ଧନ୍ୟବାଦ ଅର୍ପଣ କରିଥିଲେ । ବିଶିଷ୍ଟ ଗାନ୍ଧିବାଦୀ ଓ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ କୁଶ ଲେଙ୍କାକୁ ଏହି ଅବସରରେ
ସ୧ାନିତ କରାଯାଇଥିଲା । ଏଥିରେ “ସ୍ୱଚ୍ଛତା- ଏକ ସେବା” କାର୍ଯ୍ୟକ୍ରମ ଓ ଶାନ୍ତି ପଦଯାତ୍ରା ସହ ବିଭିନ୍ନ
ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସ୧ାନପତ୍ର, ଅର୍ଥରାଶି ଓ ଗାନ୍ଧିପୁସ୍ତକ ସହ ପୁରସ୍କୃତ
କରାଯାଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ସରକାରୀ ଉଚ୍ଚ ବିଦ୍ୟାଳୟ ବରଗଡ଼ର ପୁରାତନ
ଛାତ୍ର ସଂସଦ ଏବଂ ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟର ପର୍ଯ୍ୟବେକ୍ଷକ
ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ଶିବାନୀ ପ…ନାୟକ, ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ,
ଉଭୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମର୍କା ଉପସ୍ଥିତ ଥିଲେ । ଗାନ୍ଧିନୀତିକୁ ନେଇ ବିଦ୍ୟାଳୟ ପକ୍ଷରୁ
କରାଯାଇଥିବା ପ୍ରୟାସକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।