Search for:
  • Home/
  • ରାଜ୍ୟ/
  • ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

Spread the love

Loading

 

ସଙ୍ଗଠନକୁ ସୃଦୃଢ଼ କରିବା ପରିପେଖିରେ ରାଜ୍ଯ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି ହେଉଛି ଛାତ୍ର ବିଜେଡି।

ଆସନ୍ତା ୧୪ ରେ ଅୟୋଜନ ହେବାକୁ ଯାଉଛି ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ।

ଭୁବନେଶ୍ୱର:୧୩.୦୭ ରାଜ୍ୟବ୍ୟାପି ଛାତ୍ର ସଙ୍ଗଠନକୁ ସୁଦୃଢ କରିବା ସହ ସମସ୍ତ ଜିଲ୍ଲା କଲେଜ୍ କ୍ୟାମ୍ପସ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ତୃଣମୂଳ ସ୍ତରରୁ ସଂଗଠନକୁ ବ୍ୟାପକ କରିହେବ ଏବଂ ପଞ୍ଚାୟତ ରୁ ବୁଥ ସ୍ତର ପର୍ଯ୍ୟନ୍ତ କର୍ମକର୍ତ୍ତା ଚୟନ କରାଯିବାର ନିଷ୍ପତ୍ତି ଏହି ବୈଠକ ରେ ସ୍ଥିର କରାଯିବ। ଏହି ଅବସରରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ପ୍ରେସ ବିବୃତରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଆସନ୍ତା୧୪ ରେ ଆୟୋଜିତ ହେବାକୁ ଥିବା ବିଜୁ ଛାତ୍ର ଜନତା ଦଳ ରାଜ୍ଯ କାର୍ଯ୍ୟକାରୀଣି ବୈଠକରେ ଅନେକ ରାଜନୈତିକ ପ୍ରସ୍ତାବ, ସାଂଗଠନିକ ପ୍ରସ୍ତାବ ସମେତ ସଂକଳ୍ପ ଓ ଧନ୍ୟବାଦ ପ୍ରସ୍ତାବ ଆଗତ କରାଯିବ। ତତ୍ ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ସହ ଛାତ୍ର ସଂଗଠନ ଉଦ୍ଦେଶ୍ୟରେ ସାଂଗଠନିକ ଓ ସାମାଜିକ ପ୍ରତିବଦ୍ଧତା ପ୍ରତି ଥିବା ଗୁରୁତ୍ବ ବିଷୟରେ ଗୁରୁମନ୍ତ୍ର ପ୍ରଦାନ କରିବେ । ଏହା ସହ ଆଗମୀ ସାଧାରଣ ନିର୍ବାଚନ ନିମନ୍ତେ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଆ ବିକାଶ ଚିତ୍ର ଏବଂ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଜଣେ ଜଣେ ପ୍ରମୁଖ ଯୋଦ୍ଧା ସାଜିବା ନିମନ୍ତେ ଏହି ବୈଠକରେ ସଙ୍କଳ୍ପିତ ହେବ।

Leave A Comment

All fields marked with an asterisk (*) are required