ବିଧାନସଭା ରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟନାୟକ ଙ୍କ ଯୋଜନା.
ବିଧାନସଭା ରେ ଦୃଢ଼ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ ନିର୍ବାହ ପାଇଁ ନବୀନ ପଟନାୟକ ଙ୍କ ଯୋଜନା.
ଓଡିଶା ବାସୀଙ୍କ ସ୍ୱରକୁ ବିଧାନସଭା ରେ ଦୃଢ଼ ଭାବେ ପ୍ରତିଧ୍ୱନିତ କରିବା ତଥା ଜନତା ଙ୍କ ସ୍ୱାର୍ଥ ର ସୁରକ୍ଷା ପାଇଁ
ସରକାରଙ୍କ ବିଭିନ୍ନ ବିଭାଗ ର କାର୍ଯ୍ୟକ୍ରମ ଉପରେ ନଜର ରଖିବେ ବିଜେଡି ବିଧାୟକ.
ଭୁବନେଶ୍ୱର:17/7/24 ବିରୋଧୀ ଦଳ ହେଉଛି ଜନସାଧାରଣଙ୍କ ସ୍ୱାର୍ଥ ର ଜାଗ୍ରତ ପ୍ରହରୀ. ବିଧାନସଭା ରେ ବିରୋଧୀ ଦଳ ର ଏ ଦିଗରେ ଗୁରୁତ୍ୱପୂର୍ଣ ଭୂମିକା ରହିଛି.ତେଣୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର କାର୍ଯ୍ୟ କଳାପ ଉପରେ ତୀକ୍ଷ୍ଣ ନଜର ରଖିବା ସହ ବିଧାନସଭା ରେ ସମ୍ପୃକ୍ତ ବିଭାଗ ସମ୍ପର୍କିତ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କାରି ଓଡିଶା ବାସୀଙ୍କ ହକ ତଥା ଜନସାଧାରଣ ଙ୍କ ସ୍ୱାର୍ଥ କୁ ସୁରକ୍ଷିତ ରଖୁବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ବିଜୁ ଜନତା ଦଳ ର 50 ଜଣ ନିର୍ବାଚିତ ସଦସ୍ୟ ମାନଂକୁ ନିମ୍ନ ସୂଚୀ ଅନୁଯାୟୀ ଦାୟିତ୍ୱ ପ୍ରଦାନ କରିଛନ୍ତି.
ବିଧାନସଭା ରେ ବିରୋଧୀ ବିଜୁ ଜନତା ଦଳ କୁ ଅଧିକ ଦକ୍ଷତା ର ସହ ଦାୟିତ୍ୱ ସମ୍ପାଦନ କରିବାରେ ଏହା ସହାୟକ ହେବ ବୋଲି ଶ୍ରୀ ପଟନାୟକ ଆଶା ବ୍ୟକ୍ତ କରିଛନ୍ତି.