Search for:

ଧରିବେ ବିଜେଡି ମଙ୍ଗ ବବି।

Spread the love

Loading

ବବି ଧରିବେ ବିଜେଡି ମଙ୍ଗ!
ଭୁବନେଶ୍ୱର: ନବୀନ ପଟ୍ଟନାୟକ ତଥା ବିଜେଡିର ଉତ୍ତରାଧିକାରୀ କିଏ ହେବ, ତାହାକୁ ନେଇ କଳ୍ପନା-ଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଗାମୀ ଦିନରେ ବବି ଓରଫ ପ୍ରଣବ ପ୍ରକାଶ ଦଳର ମଙ୍ଗ ଧରିବାକୁ ଯାଉଛନ୍ତି । ଛାତ୍ର ଓ ଯୁବ ବିଜେଡିର ଛାମୁଆ ନେତମାନେ ଏଭଳି ଦାବି କରିଛନ୍ତି । ସେମାନଙ୍କ କହିବାନୁସାରେ, ବିଜେଡିକୁ ପୁଣି ଥରେ କ୍ଷମତାକୁ ଫେରିବାକୁ ହେଲେ ବବି ହିଁ ବିକଳ୍ପ ।

ସୂଚନା ଅନୁସାରେ, ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳ (ବିଜେଡି) ୨୦୨୪ରେ ଅପ୍ରତ୍ୟାସିତ ଭାବେ ପରାଜୟ ବରଣ କରିଛି । ବିଜେଡି କ୍ଷମତାରୁ ଯିବା ପରେ ଦଳ ଭିତରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ପରାଜୟକୁ ନିଜ ମୁଣ୍ଡକୁ ନେଇ ବରିଷ୍ଠ ନେତା ଭିକେ ପାଣ୍ଡିଆନ୍ ରାଜନୀତିରୁ ସନ୍ୟାସ ନେବା ପରେ ଆଗକୁ ବିଜେଡିକୁ କିଏ ପରିଚାଳନା କରିବ, ତାହାକୁ ନେଇ ନେତାଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । କାହା ନେତୃତ୍ୱରେ ଦଳ ସୁଦୃଢ ହେବ ଓ ୨୦୨୯ରେ ପୁଣି କ୍ଷମତାକୁ ଫେରିବ, ତାହାକୁ ନେଇ ଦଳରେ ଅଙ୍କକଷା ମଧ୍ୟ ଆରମ୍ଭ ହୋଇଛି ।ପରାଜିତ ପରେ ଦଳର ଛାମୁଆ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରୁଛନ୍ତି । ଏହି ଆଲୋଚନା ମାଧ୍ୟମରେ ନିଜକୁ ଦଳର ମଙ୍ଗୁଆଳ ସଜାଇବା ସପକ୍ଷରେ ମଧ୍ୟ ମତ ରଖୁଥିବା କୁହାଯାଉଛି । ହେଲେ ଯୁବ ଓ ଛାତ୍ର ସଂଗଠନର ନେତାମାନେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦଳର ମଙ୍ଗ ଧରିଲେ ଦଳ ପୁଣି ଥରେ ମଜବୁତ ହେବ ବୋଲି ଦାବି କରୁଛନ୍ତି । ବବି ଦଳର କ୍ରାଇସିସ୍ ମ୍ୟାନେଜର ହୋଇଥିବାରୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସେ ହିଁ ଏକମାତ୍ର ବିକଳ୍ପ ବୋଲି ଛାତ୍ର ଓ ଯୁବ ନେତମାନେ ଦାବି କରୁଛନ୍ତି ।ଛାତ୍ର ଓ ଯୁବନେତାଙ୍କ ମତ ଅନୁସାରେ, ୨୦୨୪ରେ ବବି ଦାସଙ୍କୁ ଦଳ ସମ୍ବଲପୁର ଲୋକସଭା ଆସନରୁ ଲଢିବାକୁ କହିିଥିଲା । ସେ ନିଜ ପ୍ରଚାରରେ ବ୍ୟସ୍ତ ରହିଲେ । ଫଳରେ ସେ ରାଜ୍ୟରେ ବୁଲି ଦଳ ପାଇଁ ପ୍ରଚାର କରିପାରିନଥିଲେ । ଯାହା ଫଳରେ ରାଜ୍ୟରେ ଯୁବ ଓ ଛାତ୍ର ସଂଗଠନ ସଂପୂର୍ଣ୍ଣ ଭାବେ ସକ୍ରିୟ ହୋଇପାରିନଥିଲା । ଏଥିପାଇଁ ଦଳକୁ ବହୁମୂଲ୍ୟ ଦେବାକୁ ପଡିଛି । ଦଳ ପ୍ରଥମ ଥର ଲାଗି ପରାଜୟ ବରଣ କରିଛି ।ଗତ ପଞ୍ଚାୟତ ନିର୍ବାଚନ ସମୟରେ ବବି ଦାସ ରାଜ୍ୟ ସାରା ବୁଲି ପ୍ରଚାର କରିଥିଲେ । ଫଳରେ ସମସ୍ତ ୩୦ ଜିଲ୍ଲାରେ ବିଜେଡି ଜିଲ୍ଲାପରିଷଦ ଗଠନ କରିବାରେ ସଫଳ ହୋଇଥିଲା । ଏହାକୁ ଲକ୍ଷ୍ୟ କଲେ, ଏବେ ସମୟ ଆସିଛି, ବବି ଦାସଙ୍କୁ ଦଳର ମଙ୍ଗ ଧରିବାକୁ ପଡିବ । ବବି ଦାସ ଦଳର ମଙ୍ଗ ଧରିଲେ, ରାଜ୍ୟରେ ବିଜେଡି ପୁଣି ସୁଦୃଢ ହେବା ସହ ୨୦୨୯ରେ କ୍ଷମତା ଫେରିବା ନିଶ୍ଚିତ । ତେଣୁ ଦଳର ସଭାପତି ନବୀନ ପଟ୍ଟନାୟକ ବବି ଦାସଙ୍କୁ ଦଳର ମଙ୍ଗୁଆଳ ଭାବେ ଦାୟିତ୍ୱ ନ୍ୟସ୍ତ କରିବା ଆବଶ୍ୟକ ।

Leave A Comment

All fields marked with an asterisk (*) are required