Search for:
  • Home/
  • ରାଜ୍ୟ/
  • ନିଶ୍ଚିତ ପରାଜୟ ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ନିଶ୍ଚିତ ପରାଜୟ ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

Spread the love

Loading

ନିଶ୍ଚିତ ପରାଜୟ ଜାଣି ମିଥ୍ୟା ଅଭିଯୋଗ କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି
ନିର୍ବାଚନ ହାରିଲେ ମିଛ ଅଭିଯୋଗ ଆଣିଥାଏ ବିଜେପି
୧୦ବର୍ଷର କେନ୍ଦ୍ରମନ୍ତ୍ରୀ ଭାବେ କିଛି କରି ନାହାନ୍ତି ଧର୍ମେନ୍ଦ୍ର
କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଦକ୍ଷତା ବିକାଶ କେନ୍ଦ୍ରଟିଏ ଖୋଲିପାରି ନାହାନ୍ତି
ଏମସିଏଲ୍‍ ରେ ମିଳୁନି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି
ପ୍ରଚାରବେଳେ ଧର୍ମେନ୍ଦ୍ରଙ୍କୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ
bêêaù^gße, 22/05/2024: ସମ୍ବଲପୁରରେ ଏବେ ସ୍ପଷ୍ଟ ହୋଇଛି ଯେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନରେ ପରାଜିତ ହେଉଛନ୍ତି। ଓଡ଼ିଶାରେ ବିଜେପି ଯେତେବେଳେ ବି ନିର୍ବାଚନ ହାରିଯାଉଛି, ସେମାନେ ସରକାରୀ କଳର ଅପବ୍ୟବହାର, ଅର୍ଥବଳ ଆଦି ସମସ୍ତ ପ୍ରକାର ମିଥ୍ୟା ଅଭିଯୋଗ ଆଣିବା ଆରମ୍ଭ କରିଦିଅନ୍ତି ବୋଲି କହିଛନ୍ତି ବିଜେଡିର ବ୍ରହ୍ମପୁର ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ଭୃଗୁ ବକ୍ସିପାତ୍ର ।
ଶ୍ରୀ ବକ୍ସିପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୦ ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ଅଛନ୍ତି। ହେଲେ ଏ ଅଞ୍ଚଳରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରୁନଥିବାରୁ ତାଙ୍କ ବିରୋଧରେ ପ୍ରବଳ ଜନମତ ପ୍ରକାଶ ପାଇଛି। ଗତ ୧୦ ବର୍ଷ ମଧ୍ୟରେ ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ହୋଇପାରି ନଥିବାରୁ ଦୁର୍ଘଟଣାରେ ଶହ ଶହ ମୂଲ୍ୟବାନ ଜୀବନ ଯିବା ସହ ଲୋକେ ମୃତ୍ୟୁମୁଖରେ ପଡ଼ିଛନ୍ତି।
ସେ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ହୋଇଥିଲେ ବି ଏହି ଅଞ୍ଚଳରେ ଗୋଟିଏ ହେଲେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ କରିବାରେ ବିଫଳ ହୋଇଛନ୍ତି । କେନ୍ଦ୍ରୀୟ ଦକ୍ଷତା ବିକାଶ ମନ୍ତ୍ରୀ ହୋଇଥିଲେ ମଧ୍ୟ ଗୋଟିଏ ବି ଦକ୍ଷତା ବିକାଶ କେନ୍ଦ୍ର ଖୋଲିପାରି ନାହାନ୍ତି । ମା’ ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ସେ ବିରୋଧ କରିଥିଲେ ବୋଲି ସମ୍ବଲପୁରବାସୀ ଭଲଭାବେ ଜାଣିଛନ୍ତି।
ଛେଣ୍ଡିପଦା ଅଞ୍ଚଳରେ ଏମସିଏଲ ଦ୍ୱାରା କୋଇଲା ଖନନ ଯୋଗୁଁ ହେଉଥିବା ପ୍ରଦୂଷଣ, ଏମସିଏଲରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ଅଭାବ, ମଧ୍ୟପ୍ରଦେଶ ଓ ବିହାରର ଲୋକଙ୍କୁ ଚାକିରି ମିଳିଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ଚାକିରି ମିଳୁନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏମସିଏଲ ସିଏସଆର ପାଣ୍ଠି ସ୍ଥାନୀୟ ଲୋକଙ୍କ ପାଇଁ ବ୍ୟବହୃତ ହେଉନାହିଁ । ଏହା କେଉଁଠି ବ୍ୟବହାର କରାଯାଉଛି ତାହା କେହି ଜାଣନ୍ତି ନାହିଁ।
ସେ ଏବେ ଏହି ଅଞ୍ଚଳକୁ ଯାଉଥିବା ବେଳେ ତାଙ୍କ ବିରୋଧରେ ଲୋକଙ୍କ କ୍ରୋଧ ଅନୁଭବ କରିଛନ୍ତି। ସେ ଅନୁଭବ କଲେଣି ଯେ ସେ ଏହି ନିର୍ବାଚନରେ ସେ ପରାଜିତ ହେଉଛନ୍ତି ଏବଂ ସେଥିପାଇଁ ସେ ସମସ୍ତ ପ୍ରକାର ମିଥ୍ୟା ଅଭିଯୋଗ କରିବା ଆରମ୍ଭ କରିଛନ୍ତି । ସମ୍ବଲପୁରବାସୀ ଜାଣନ୍ତି କିଏ ବିପୁଳ ଅର୍ଥ ଖର୍ଚ୍ଚ କରୁଛି ଏବଂ ଏକ ନିର୍ଦ୍ଦିଷ୍ଟ ପରାଜୟକୁ ରୋକିବା ପାଇଁ ଚେଷ୍ଟା କରୁଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି।

Leave A Comment

All fields marked with an asterisk (*) are required