Search for:
  • Home/
  • ରାଜ୍ୟ/
  • ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

Spread the love

Loading

ଭୋଟରଙ୍କୁ ସମ୍ବିତ ପାତ୍ରଙ୍କ ଘଣ୍ଟା ଉପହାର, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର : ପୁରୀ ଲୋକସଭା କ୍ଷେତ୍ରରେ ନିର୍ବାଚନ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ ହୋଇଛି। ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମତଦାତାଙ୍କ ମନ ଜିଣିବା ଲାଗି ଘଣ୍ଟା ବାଣ୍ଟୁଛନ୍ତି। ଯାହାକୁ ନେଇ ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି ବିଜେଡି ।

ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ପୁରୀ ଅଞ୍ଚଳରେ ଘରେ ଘରେ ଘଣ୍ଟା ବାଣ୍ଟୁଛନ୍ତି । ଦୋକାନୀ ମାନଙ୍କୁ ମଧ୍ୟ ଘଣ୍ଟା ଦେଇଛନ୍ତି । ନିର୍ବାଚନ ରାଲି କରି ବୁଲୁଥିବା ବେଳେ ସମ୍ବିତ ଘଣ୍ଟା ବାଣ୍ଟୁଛନ୍ତି ଏବଂ ଘଣ୍ଟାରେ ନିଜ ଫଟୋ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ବିଜେପିର ନିର୍ବାଚନ ଚିହ୍ନ ପଦ୍ମ ଫୁଲ ମଧ୍ୟ ରହିଛି। ଘଣ୍ଟାର ପ୍ରଲୋଭନ ଦେଖାଇ ସମ୍ବିତ ନିଜର ଓ ବିଜେପିର ପ୍ରଚାର ନିମନ୍ତେ ଏହି ଫର୍ମୁଲା ଆପଣାଇଛନ୍ତି। ଭୋଟର୍‌ଙ୍କୁ ଏଭଳି ଘଣ୍ଟା ଦେଇ ପ୍ରଲୋଭିତ କରିବା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରିଛି ବିଜେଡି। ଅତୀତରେ ମଧ୍ୟ ଉଜ୍ବଳା ଯୋଜନାରେ ସେ ଲୋକଙ୍କୁ ଭ୍ରମିତ କରିଛନ୍ତି । ତେଣୁ ଏହି ଖର୍ଚ୍ଚକୁ ନିର୍ବାଚନୀ ଖର୍ଚ୍ଚରେ ସାମିଲ କରିବାକୁ ଦାବି କରିଛି ବିଜେଡ଼ି। ଏହା ଛଡ଼ା ଏହି ଘଟଣା ଉପରେ ଗୁରୁତ୍ବ ଦେଇ ମୁଖ୍ୟାନିର୍ବଚନ ଅଧିକାରୀଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡି ।

Leave A Comment

All fields marked with an asterisk (*) are required