କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଜିଆଇ ରିପୋର୍ଟରେ ଓଡିଶା ଶିକ୍ଷାବ୍ୟବସ୍ଥାକୁ ନ୍ୟୁନ ଦର୍ଶାଇବା ଚିନ୍ତାଧାରାକୁ ଦୃଢ଼ ନିନ୍ଦା
କେନ୍ଦ୍ର ସରକାରଙ୍କ ପକ୍ଷରୁ ପୀଜିଆଇ ରିପୋର୍ଟରେ ଓଡିଶା ଶିକ୍ଷାବ୍ୟବସ୍ଥାକୁ ନ୍ୟୁନ ଦର୍ଶାଇବା ଚିନ୍ତାଧାରାକୁ ଦୃଢ଼ ନିନ୍ଦା କରିଛନ୍ତି:- ଛାତ୍ର ବିଜେଡ଼ି ସଭାପତି
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ଶିଖରରେ ପହଞ୍ଚିଥିବା ବେଳେ,ଓଡ଼ିଶା ଶିକ୍ଷା ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କ ନିଚ୍ଛ ଦର୍ଶାଇବା ମନୋବୃତ୍ତି ଏବଂ ପିଜିଆଇ ରିପୋର୍ଟରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସ୍ଥାନ ହ୍ରାସ ପାଇଥିବାରୁ ଏହାକୁ ଦୃଢ ନିନ୍ଦା କରିଛି ବିଜୁ ଛାତ୍ର ଜନତା ଦଳ । ଆଗମୀ ଦିନରେ ଏଥିପ୍ରତି ଦୃଷ୍ଟି ଆକର୍ଷଣ ନକଲେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିବ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଓଡ଼ିଶାରେ ପ୍ରାୟ ୮ ହଜାର ହାଇସ୍କୁଲ ରୂପାନ୍ତରଣ କରିଛନ୍ତି। ତତ୍ ସହିତ ଉଚ୍ଚ ବିଦ୍ୟାଳୟ, ବିଶ୍ଵ ବିଦ୍ୟାଳୟର ରୂପାନ୍ତରଣ ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତନ ଦେଖାଦେଇଛି। ଗଣଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସମଗ୍ର ପୂର୍ବ ଭାରତରେ ଓଡିଶା ଉତ୍କର୍ଷର କେନ୍ଦ୍ରବିନ୍ଦୁ ସାଜିଛି।ପ୍ରତି ବ୍ଲକରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ସହ ଶିକ୍ଷା ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ମୋ ସ୍କୁଲ ଅଭିଯାନକୁ ସର୍ବତ୍ର ପ୍ରଶଂସା ସମୟରେ କେନ୍ଦ୍ର ସରକାରଙ୍କ ଓଡିଶା ଶିକ୍ଷ୍ୟା ବ୍ୟବସ୍ଥା ପ୍ରତି ଏପରି ନିଚ୍ଛ ମନୋବୃତ୍ତି ଏବଂ ନୁନ୍ୟ ଦର୍ଶାଇବା ଉଦ୍ୟମକୁ ଛାତ୍ର ବିଜେଡ଼ି ଦୃଢ ନିନ୍ଦା କରିବା ସହ ଆଗମୀ ଦିନରେ କେନ୍ଦ୍ର ସରକାର ଏପରି ଉଦ୍ଦେଶ୍ୟମୂଳକ ହୀନ ମନୋଭାବ ପ୍ରଦର୍ଶନ କରେ ତାହାଲେ ବିଜୁ ଛାତ୍ର ଜନତା ଦଳ ଏହାର ଉଚିତ୍ ଜବାବ ଦେବ ବୋଲି ଛାତ୍ର ବିଜେଡ଼ି ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି।