Search for:
  • Home/
  • ରାଜ୍ୟ/
  • ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା ଚିନ୍ତା ପକାଉଛି

ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା ଚିନ୍ତା ପକାଉଛି

Spread the love

Loading

ଉପକୂଳ ଓଡ଼ିଶାର ଏହି ଆସନରେ ବିଜେଡି ହାରିବା ଆଶଙ୍କା

ଭୁବନେଶ୍ୱର : ବିଜୁ ଜନତା ଦଳ ଗଠନ ହେବା ଠାରୁ କୌଣସି ସାଧାରଣ ନିର୍ବାଚନରେ ହାରିନାହିଁ ଦଳ । ଏପରିକି ଲୋକସଭା ଆସନ ଗୁଡ଼ିକରେ ହୋଇଥିବା ସବୁ ଭୋଟରେ ବିଜେଡି ଆଗରେ ରହିଛି। ପାଞ୍ଚ ଥର ରାଜୁତି ପରେ ଆସନ୍ତା ବର୍ଷ ଷଷ୍ଠ ଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛି ବିଜେଡି। ତେଣୁ ସ୍ୱାଭାବିକ ଭାବେ ଶାସକ ବିରୋଧୀ ହାଓ୍ୱା, ଦଳୀୟ ଅନ୍ତଃକନ୍ଦଳ ଏବଂ ପ୍ରଚାରିତ ପ୍ରାର୍ଥୀଙ୍କ ଆସନ ବଦଳ ନେଇ କେତେକ ଆସନ ଫଳାଫଳ ବିଗିଡ଼ି ଯିବାର ଆଶଙ୍କା କରାଯାଉଛି। ପୂର୍ବ ଓଡ଼ିଶାର ଅବିଭକ୍ତ ପୁରୀ, ବାଲେଶ୍ୱର ଏବଂ କଟକ ଜିଲ୍ଲାର ୨୨ଟି ଆସନକୁ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ବିଜେଡି ଆଗାମୀ ଦିନରେ ଏହି ଆସନ ଗୁଡିକ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏହି ଆସନରେ ଉପଯୁକ୍ତ ପ୍ରାର୍ଥୀ ଚୟନ ସହ ଅନ୍ତଃକନ୍ଦଳକୁ ପ୍ରଶମିତ ନ କଲେ ଏହାର ଫାଇଦା ବିରୋଧୀ ନେବାର ସମ୍ଭାବନା ରହିଛି। ଏହି ଆସନ ଗୁଡିକ ମଧ୍ୟରେ ରହିଛି ଯାଜପୁର ଜିଲ୍ଲାର- ବଡ଼ଚଣା, ବରୀ ଏବଂ ବିଂଝାରପୁର, ନୟାଗଡ଼ ଜିଲ୍ଲାର ରଣପୁର, ଖୋର୍ଦ୍ଧା ଜିଲ୍ଲାର ଖୋରଧା, ଭୁବନେଶ୍ୱର ଏକାମ୍ର ଏବଂ ମଧ୍ୟ, ପୁରୀ ଜିଲ୍ଲାର ପୁରୀ, ପିପିଲି, ବ୍ରହ୍ମଗିରୀ, କଟକ ଜିଲ୍ଲାର ନିଆଳି ଓ ବଡ଼ମ୍ବା। ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର ସଦର, ସୋର, ରେମୁଣା ଏବଂ ବାଲେଶ୍ୱର ଲୋକସଭାରେ ଆସୁଥିବା ବଡ଼ସାହି ପ୍ରତି ବିଶେଷ ଧ୍ୟାନ ଦେବାକୁ ବିଜେଡି ନେତୃତ୍ୱ ଚିନ୍ତା କରୁଛି। ଅନୁରୂପ ଭାବେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଧାମନଗର, ଚାନ୍ଦବାଲି, ବାସୁଦେବପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଏବଂ ମହାକାଳପଡ଼ାକୁ ଅତିସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏହି ସବୁ ଆସନରେ ସାମାନ୍ୟ ଭୁଲ୍ ଦଳ ପାଇଁ ବିପଦ ଆଣିପାରେ ବୋଲି ଜଣାପଡିଛି।

Leave A Comment

All fields marked with an asterisk (*) are required