କାର୍ତ୍ତିକ ପୂର୍ଣ୍ଣିମା ରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେବେ ପାଣ୍ଡିଆନ ବାବୁ
କାର୍ତ୍ତିକ ପୂର୍ଣ୍ଣିମା ରେ ବିଧିବଦ୍ଧ ଭାବେ ବିଜେଡ଼ିରେ ଯୋଗ ଦେବେ ପାଣ୍ଡିଆନ ବାବୁ
ଭୁବନେଶ୍ୱର:ଆସନ୍ତା କାଲି ସକାଳ ୧୦:୪୫ ରେ ନବୀନ ନିବାସ ରେ ଘୋଷଣା ପରେ ଶଙ୍ଖ ଭବନରେ ଅନୁଷ୍ଠିତ ହେବ ଯୋଗଦାନ କାର୍ଯ୍ୟକ୍ରମ । କରାଯାଇଛି ବିଶାଳ ବ୍ଲଡ଼ ଡୋନେସନ କ୍ୟାମ୍ପ ର ଆୟୋଜନ । ବରିଷ୍ଠ ନେତାଙ୍କୁ କରାଯାଇଛି ନିମନ୍ତ୍ରଣ । ଶଙ୍ଖ ଭବନ ରୁ ରିଲିଜ ହେବ ପାଣ୍ଡିଆନ ବାବୁଙ୍କ ଯୋଗଦାନ ଫଟୋ ।
ସମସ୍ତ କଳ୍ପନା ଜଳ୍ପନା ର ଘଟିଲା ଅନ୍ତ । ଆସନ୍ତା କାଲି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେବେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ । ଶଙ୍ଖ ଭବନ ରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କରାଯାଇଛି ବିଶାଳ ବ୍ଲଡ଼ ଡୋନେସନ କ୍ୟାମ୍ପ ର ଆୟୋଜନ । ସମସ୍ତ ବରିଷ୍ଠ ନେତା ଙ୍କୁ କରାଯାଇଛି ଆମନ୍ତ୍ରଣ । ପାଣ୍ଡିଆନ ବାବୁଙ୍କ ନୂତନ ଦାୟିତ୍ୱ ଗ୍ରହଣ ପରେ ସମସ୍ତ ସଙ୍ଗଠନ ପକ୍ଷରୁ ନବୀନ ନିବାସ ରେ ଦିଆଯାଇଥିଲା ସମ୍ବର୍ଦ୍ଧନା । ସବୁବେଳେ ନବୀନଙ୍କ ଛାଇ ପରି ରହି ନବୀନ ଓଡ଼ିଶାକୁ ସୁଦୃଢ କରିବାକୁ ନିଜକୁ କରିଛନ୍ତି ସମର୍ପଣ ।
ଓଡ଼ିଶା ର ଉନ୍ନତି ପାଇଁ ଯଦି କିଏ ଏକ ନିଷ୍ଟ ହୋଇ କାମ କରୁଛି ସେ ହେଉଛନ୍ତି ପାଣ୍ଡିଆନ ବାବୁ । କର୍ମଠ ପାଣ୍ଡିଆନ ବାବୁ ଦିନ ରାତି ଏକ କରି ପରିଶ୍ରମ କରୁଛନ୍ତି । ତାଙ୍କର ଏତେ ତ୍ୟାଗ ଆଗରେ ବିଜେଡି ସମସ୍ତ ନେତା ନତମସ୍ତକ । ବିଜେଡ଼ିର ସବୁ ନେତାଙ୍କ ମୁହଁରେ ଗୋଟିଏ କଥା ଓଡ଼ିଶାର ବିକାଶର ସାରଥୀ ହେଲେ ପାଣ୍ଡିଆନ ବାବୁ । ଆଗାମୀ ୧୦୦ବର୍ଷ ପର୍ଯ୍ୟନ୍ତ କିପରି ବିଜେଡି ଓଡ଼ିଶା ରେ ଶାସନ ଗାଦି ଅକ୍ତିଆର କରିବ ସେ ନେଇ ପ୍ରସ୍ତୁତ ହୋଇସାରିଛି ରୋଡ ମ୍ୟାପ । ଚାକିରୀ ବନ୍ଧନ ଭିତରେ ଓଡ଼ିଶା ବାସୀ ଙ୍କ ସେବା କରିବା ପାଣ୍ଡିଆନ ବାବୁ ଙ୍କ ପକ୍ଷରେ ସମ୍ଭବ ନଥିଲା । ତେଣୁ ପ୍ରଶାସନିକ ପଦରୁ ଇସ୍ତଫା ପ୍ରଦାନ କରି ୫ଟି ଅଧ୍ୟକ୍ଷ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନବୀନ ବାବୁ ଦେଖିଥିବା ନବୀନ ଓଡ଼ିଶାର ସ୍ୱପ୍ନ, କିପରି ଓଡ଼ିଶାର ଉନ୍ନତି ଓ ବିକାଶ ହେବ ସେଥିପାଇଁ ପାଣ୍ଡିଆନ ବାବୁ ଆସନ୍ତା କାଲି ବିଧିବଦ୍ଧ ଭାବେ ଦଳର ମଙ୍ଗ ଧରି ବିକାଶ କାମରେ ଆଗକୁ ଆଗକୁ ମାଡି ଚାଲିବେ ।