Search for:
  • Home/
  • ରାଜ୍ୟ/
  • ଗରିବ ଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରୁଛି ବିଜେପି :ବିଜେଡି

ଗରିବ ଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରୁଛି ବିଜେପି :ବିଜେଡି

Spread the love

Loading

ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି  କରିଥିଲା ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ୱର: ଲକ୍ଷ ଲକ୍ଷ ଗରିବ ଓଡ଼ିଆଙ୍କ ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାହାର ପର୍ଦ୍ଦାଫାସ୍‌ ହୋଇ ସାରିଛି । ଓଡ଼ିଶା ବିଜେପିର ସେହି ଷଡ଼ଯନ୍ତ୍ରକାରୀ ନେତାମାନେ ଆଜି ପୁଣି ଆବାସ ଯୋଜନା କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।ଆବାସ ଯୋଜନା ସଂପର୍କରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ବିଜେଡ଼ି ଗଣମାଧ୍ୟମ ପ୍ରବକ୍ତା ଇପସିତା ସାହୁ କହିଛନ୍ତି ଯେ ପୃଥ୍ୱୀରାଜ ବାବୁ ସବୁକଥାରେ ଯେମିତି ଗଣମାଧ୍ୟମ ଆଗକୁ ଆସି ଡାହା ମିଛ ଗପୁଛନ୍ତି ଏବଂ ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି, ତାହା ଦେଖି ଓଡ଼ିଶାବାସୀ ତାଙ୍କୁ ଜୋକର୍‌ ଭାବୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ମଧ୍ୟ ଆଜି ତାଙ୍କ ମନ୍ତବ୍ୟ ଶୁଣି ଲୋକେ ନିଶ୍ଚୟ ହସୁଥିବେ । ଲକ୍ଷ ଘର ଜାଗାରେ ଓଡ଼ିଶାକୁ ମାତ୍ର ୮ ଲକ୍ଷ ଘର ମିଳିଲା ।ଶ୍ରୀମତୀ ସାହୁ ଆହୁରି କହିଲେ ଯେ ଓଡ଼ିଶା ବିଜେପି ନେତାମାନଙ୍କ ଏଭଳି କାରସାଦି ସଂପର୍କରେ ଓଡ଼ିଶାବାସୀ ଜାଣି ସାରିଲେଣି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ସଚେତନ ଓଡ଼ିଶାବାସୀ ବିଜେପିକୁ ଏମିତି ଜବାବ ଦେଲେ ଯେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପି ମାଟି କାମୁଡ଼ିଲା । ସେମାନଙ୍କ ଏଭଳି ଓଡ଼ିଶା ସ୍ୱାର୍ଥ ବିରୋଧୀ ନୀତି ଯୋଗୁଁ ଆଗାମୀ ନିର୍ବାଚନରେ ମଧ୍ୟ ଓଡ଼ିଶାବାସୀ ବିଜେପିକୁ ପ୍ରତ୍ୟାଖ୍ୟାନ କରିବେ।

Leave A Comment

All fields marked with an asterisk (*) are required