Search for:
  • Home/
  • Bda/
  • ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି:ନବୀନ

ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି:ନବୀନ

Spread the love

Loading

ବିଜୁ ଶ୍ରମିକ ସାମୁଖ୍ୟ ରେ
ବିଜେଡି ସଭାପତି ନବୀନ ପଟନାୟକ ଙ୍କ ଅଭିଭାଷଣ

 

ଭୁବନେଶ୍ୱର:ଆଜି ବିଜୁ ଜନତା ଦଳ ଶ୍ରମିକ ସାମୁଖ୍ୟ ସଭାରେ ଯୋଗ ଦେଇ ମୁଁ ବହୁତ ଖୁସି । ଏହି ଅବସରରେ ଆପଣମାନଙ୍କୁ ସମସ୍ତଙ୍କୁ ମୋର ଅଭିନନ୍ଦନ ଜଣାଉଛି । ଶ୍ରମିକମାନେ ହେଉଛନ୍ତି ଗୋଟିଏ ରାଷ୍ଟ୍ରର ସବୁଠାରୁ ବଡ ଶକ୍ତି । ଆପଣମାନଙ୍କର ତ୍ୟାଗ ଓ ପରିଶ୍ରମ ଦେଶକୁ ସମୃଦ୍ଧ କରିଥାଏ । ବିକାଶ ଓ ସମୃଦ୍ଧିର ପ୍ରତି କ୍ଷେତ୍ରରେ ଆପଣମାନଙ୍କର, ଆମର ଶ୍ରମିକ ଭାଇ ଭଉଣୀ ମାନଙ୍କର ବିଶେଷ ଅବଦାନ ରହିଛି । ଆପଣମାନଙ୍କର ଏହି ଅବଦାନକୁ ମୁଁ ସମ୍ମାନ ଜଣାଉଛି । ମହାନ ଜନନାୟକ ବିଜୁ ବାବୁ ଶ୍ରମିକ ମାନଙ୍କର Minimum Wage ବୃଦ୍ଧି କରି ୧୯୯୦ ରେ ଇତିହାସ ସୃଷ୍ଟି କରିଥିଲେ ।

 

ବିଜୁ ଜନତା ଦଳ ସରକାର ସମୟରେ ଆପଣମାନଙ୍କର କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ କ୍ଷେତ୍ରରେ ଆମ ସରକାର ନୂଆ ଯୁଗ ଆରମ୍ଭ କରିଥିଲା । ବିଜୁ ଜନତା ଦଳ ସବୁବେଳେ ଆପଣମାନଙ୍କର ହକ୍‌ ପାଇଁ ଲଢେଇ କରି ଆସିଛି ଓ କରି ଚାଲିବ । । ଆପଣମାନେ ଖୁସିରେ ରହିଲେ, ଭଲରେ ରହିଲେ ମୁଁ ସବୁଠାରୁ ବେଶୀ ଖୁସି ହେବି । ମୁଁ ସବୁବେଳେ ଆପଣମାନଙ୍କ ସାଥିରେ ଅଛି ଓ ରହିଥିବି ଏବଂ ଶେଷ ପର୍ଯ୍ୟନ୍ତ ଆପଣମାନଙ୍କ କଲ୍ୟାଣ ପାଇଁ କାମ କରି ଚାଲିବି ।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required