Search for:

ବିଜେଡରି ଜନ ସଚେତନତା ଅଭିଯାନ।

Spread the love

Loading

ଉଉର ବିଜେଡରି ଜନ ସଚେତନତା ଅଭିଯାନ
ସମସ୍ତ ଭାଧରୀଙ୍କୁ ବର୍ଦ୍ଧିତ ଭା ହିଆଯାଉ : ସୁଶାନ୍ତ ରାଉତ
ଭୁବନେଶ୍ୱର,୧୮ା୮ ଭୁବନେଶ୍ୱର ଉର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ତରଫରୁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଭାଧାରୀ ମାନଙ୍କୁ ବର୍ଦ୍ଧିତ ଭା ପ୍ରଦାନ ଦାବିରେ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଯୁବନେତା ମନୋଜ ସାହୁଙ୍କ ଦ୍ୱାରା ୮ ନଂ ୱାର୍ଡର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଭାଧାରୀ ଉପସ୍ଥିତ ହୋଇ ନିଜ ନିଜର ଅସନ୍ତୋଷ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶୃତି ବିରୁଦ୍ଧରେ ବିଭିନ୍ନ ନାରାବାଜି ଦେଇ ପ୍ରତିବାଦ ଜଣାଇଥିଲେ । ବିଧାୟକ ଶ୍ରୀଯୁକ୍ତ ରାଉତ କହିଥିଲେ ର୍ବମାନର ବିଜେପି ସରକାର ନିର୍ବାଚନ ପୁର୍ବରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ୩ ହଜାର ୫ ଶହ ଟଙ୍କା ଭା ଦେବା ପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ସରକାରକୁ ଆସିଲା ପରେ ଚଳିତ ବଜେଟରେ କେବଳ ୮୦ ବର୍ଷରୁ ଉର୍ଦ୍ଧ୍ୱ ଲୋକ ମାନଙ୍କ ପାଇଁ ୩ ହଜାର ୫ ଶହ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ବର୍ଦ୍ଧିତ ଭା ପାଇବାରୁ ବିତ ହୋଇଛନ୍ତି । ରାଜ୍ୟ ସରକାର ଲୋକ ମାନଙ୍କ ସହିତ ପ୍ରତାରଣା କରଛନ୍ତି । ଆମେ ଅନୁରୋଧ କରୁଛୁ ତୁରନ୍ତ ସମସ୍ତ ଭାଧାରୀ ମାନଙ୍କୁ ବର୍ଦ୍ଧିତ ଭା ପ୍ରଦାନ କରନ୍‌ୁ ନଚେତ ଏ ଆନ୍ଦୋଳନ ଆହୁରି ବୃହତର ହେବ । ପ୍ରତ୍ୟେକ ୱାର୍ଡ ଓ ପାୟତରେ ଦୃୃଢ ପ୍ରତିବାଦ କରାଯିବ । ମେୟର ସୁଲୋଚନା ଦାସ ଯୋଗଦେଇ କହିଥିଲେ ମାନ୍ୟବର ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଓଡିଶାର ଲୋକମାନଙ୍କ ହିତ ପାଇଁ କାମ କରି ଆସୁଛନ୍ତି । ସରକାରରେ ଥିଲାବେଳେ ଲୋକଙ୍କ ସହିତ ଥିଲେ ବିରୋଧୀ ଦଳରେ ଥାଇ ମଧ୍ୟ ସେ ଲୋକଙ୍କ ପାଇଁ ସ୍ୱର ଉଠାଉଛନ୍ତି । ଏ ବିଜେପି ସରକାର ଲୋକମାନଙ୍କୁ ଠକିଛନ୍ତି । ସମସ୍ତଙ୍କୁ ଭା ଦେବାକୁ କହି ୮୦ ବର୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ଭା ବୃଦ୍ଧି କରିଛନ୍ତି । ଯଦି ଦେଖାଯାଏ ବିଏମସିର ୬୭ ୱାର୍ଡ ମଧ୍ୟରେ ୨୧ ହଜାର ହିତାଧିକାରୀ ଭା ପାଉଥିଲାବେଳେ ୮୦ ବର୍ଷରୁ ଉର୍ଦ୍ଧ୍ୱଙ୍କ ସଂଖ୍ୟା ମାତ୍ର ୧୦୦ ଜଣ ଭିତରେ ରହିବ । ତେଣୁ ସମସ୍ତ ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ଭା ପ୍ରଦାନ କରାଯାଉ । କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବରିଷ୍ଠ ନେତା ସୁବାସ ପାତ୍ର, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଲାଲ ମୋହନ ଟୁଡୁ, ବରିଷ୍ଠ ନାଗରିକ ସତ୍ୟନାରାୟଣ ମହାନ୍ତି, ପ୍ରଫୁଲ ଦାସ, ନିରଞ୍ଜନ ସାମଲ, ବିଦୁଭୂଷଣ ଆଚାର୍ଯ୍ୟ, ୱାର୍ଡ ସଭାପତି ଲକ୍ଷ୍ମୀଧର ସାହୁ, ଯୁବନେତା ଚିରଞ୍ଜନ ଦାସ, ନାରୀନେତ୍ରୀ ରୀନାବାଳା ସାହୁ, ମନୋରମା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required