Search for:
  • Home/
  • ରାଜ୍ୟ/
  • ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ।

Spread the love

Loading

-ବିଜେଡିର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:ଦଳକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ନେଇ ଆଲୋଚନା
ମୟୁରଭଞ୍ଜ ଜିଲ୍ଲାରେ ବିଜୁ ଜନତା ଦଳକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବା ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବିଜୁ ଭବନ ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ମହାନ୍ତିଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ନେତୃମଣ୍ଡଳୀ ସମେତ ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ମାନେ ଯୋଗ ଦେଇଥିଲେ। ଗତ ନିର୍ବାଚନରେ ବିଜେପି ଯେଉଁ ସବୁ ମିଥ୍ୟା ପ୍ରତିଶୃତି ଦେଇ ନିର୍ବାଚନ ବୈତରଣୀ ପାର କରିଲା। ସରକାର ଗଠନ କରିବା ପରେ ସେ ସବୁ ପୁରଣ କରିବାକୁ ଭୁଲି ଗଲେ। ଯାହା ଫଳରେ ଲୋକେ ଉପେକ୍ଷିତ ହୋଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଦିନ ପୂର୍ବେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଡାକି ଆଲୋଚନା କରିଥିଲେ। ପୂର୍ବ ଭଳି ଲୋକଙ୍କ ସେବା କାର୍ଯ୍ୟ କରିବା ସହ ସମସ୍ୟା ସମାଧାନ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ବିଜେଡି ଦଳକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଆଲୋଚନା କରି କ୍ରାଇସିସ ମେନେଜମ୍ୟାଣ୍ଟ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାବ୍ୟାପି ବିଜେଡିର ସଙ୍ଗଠନକୁ ତୃଣମୂଳ ସ୍ତରରୁ ସଙ୍ଗଠିତ କରିବା ନେଇ ସେ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ନେତୃବର୍ଗଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଛି। ଲୋକଙ୍କ ସେବା କରିବାରେ ବିଜେଡି କେବେ ଅବହେଳା କରି ନାହିଁ କି ଭବିଷ୍ୟତ୍ୟରେ ଦାୟିତ୍ବ ସମ୍ପାଦନରେ ଅବହେଳା କରିବ ନାହିଁ। ବିଜେଡି ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ
ନିକଟରେ ଉତ୍ତରଦାୟୀ। ଲୋକେ ଆମକୁ ଯେଉଁ “ଲୋକଙ୍କ ସହ ରୁହ, ଆମ କାର୍ଯ୍ୟକ୍ରମକୁ ଅଞ୍ଚଳରେ ଆହୁରି ବ୍ୟାପକ କରିବାକୁ ଆଲୋଚନା କରାଯାଇଛି। ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ବିଜେଡି ଆରମ୍ଭ କରିଥିବା ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଆହୁରି ବ୍ୟାପକ କରିବା ଲାଗି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପରାମର୍ଶକ୍ରମେ କାର୍ଯ୍ୟ ହେବ। ଜିଲ୍ଲାର ସାମଗ୍ରୀକ ବିକାଶ ତଥା ଜନସାଧାରଣ ବିଶେଷକରି ଜନଜାତି ସମ୍ପ୍ରଦାୟର ଶିକ୍ଷା, ସ୍ବାସ୍ଥ୍ୟ ଆଦି ବିକାଶ କ୍ଷେତ୍ରରେ ବିଜେଡି ସରକାର
ସମୟରେ ନିଆଯାଇଥ‌ିବା ଉଲ୍ଲେଖନୀୟ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଭଳି ପ୍ରକଳ୍ପ ଜିଲ୍ଲାର ବିକାଶରେ ମାଇଲ୍‌ଖୁଣ୍ଟ ଅଟେ। ସେହିପରି ସାନ୍ତାଳି ଭାଷାକୁ ସମ୍ବିଧାନର ମାନ୍ୟତା ଦେବା ତଥା ସାନ୍ତାଳି ଭାଷାର ସୁରକ୍ଷା ଓ ପ୍ରସାର
ଦିଗରେ ପୂର୍ବ ସରକାରର ଐତିହାସିକ ପଦକ୍ଷେପକୁ ଜିଲ୍ଲାବାସୀ ସବୁ ଦିନ ମନେ ରଖି ବୋଲି ବିଜେଡି ନେତୃବୃନ୍ଦ ଦୃଢୋକ୍ତି ପ୍ରକାଶ କରିଥିଲେ। ତେଣୁକରି ଲୋକଙ୍କ ସହିତ ସମ୍ପର୍କକୁ ଆହୁରି ମଜଭୁତ କରିବା ସହ ସେମାନଙ୍କ ସୁଖ ଦୁଃଖରେ ସବୁବେଳେ ରହିବା
ପାଇଁ ଶ୍ରୀ ପଟ୍ଟନାୟକ ଆହ୍ବାନକ୍ରମେ କାର୍ଯ୍ୟ ଜାରି ରହିବ ବୋଲି ଆଲୋଚନା କରିଛନ୍ତି। ବୈଠକରେ ପୂର୍ବତନ ଉପ-ବାଚସ୍ପତି ସାନନ୍ଦ
ମାଣ୍ଡି, ପୂର୍ବତନ ବିଧାୟକ ରାଜକିଶୋର ଦାସ ଓ ଗଣେଶ୍ଵର ପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ବିଧାୟକ ପ୍ରାର୍ଥୀ ଗଣ ଶ୍ରୀନାଥ ସୋରେନ୍, ଦେବାଶିଷ
ମାର୍ଣ୍ଡି, ରାଇସେନ ମୁର୍ମୁ, ପ୍ରୀତିନନ୍ଦା କାନୁନଗୋ, ଅନସୂୟା ପାତ୍ର, ବାରିପଦା ପୋୖରପାଳିକା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମୟୂରଭଞ୍ଜ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଦେବାଶିଷ ମହାନ୍ତି, ଗିରିଧାରୀ ପୃଷ୍ଟି ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required