Search for:
  • Home/
  • ରାଜ୍ୟ/
  • ନବୀନଙ୍କ ସାଂସଦଙ୍କୁ ଗୁରୁମନ୍ତ୍ର ସହ ଗୁରୁଶିକ୍ଷା ଦେଲେ।

ନବୀନଙ୍କ ସାଂସଦଙ୍କୁ ଗୁରୁମନ୍ତ୍ର ସହ ଗୁରୁଶିକ୍ଷା ଦେଲେ।

Spread the love

Loading

ଭୁବନେଶ୍ୱର: ସଂସଦର ଗତ ଅଧିବେଶନରେ ବିଜେଡି ସାଂସଦମାନେ ଗୃହ ବାହାରେ ଧାନ ଉଠାଣ ଠାରୁ ଆରମ୍ଭ କରି ବଳକା ଉଷୁନା ଚାଉଳ ଉଠାଣ ଦାବି, ରେଳବାଇ ସମସ୍ୟା, ଆବାସ ଯୋଜନାରେ ପୋର୍ଟାଲ ଖୋଲିବା, ଜାତୀୟ ରାଜପଥ ସମସ୍ୟା, ରାଜ୍ୟରେ ଇଣ୍ଟରନେଟ୍ ସମସ୍ୟା ସବୁ ପ୍ରସଙ୍ଗରେ ଗୃହ ବାହାରେ କେନ୍ଦ୍ର ମନ୍ତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବାଧ୍ୟ ହେଉଥିଲେ । କାରଣ ସଂସଦରେ ଜାତୀୟ ଦଳମାନେ ଏପରିକି ନିଜେ କେନ୍ଦ୍ର ମନ୍ତ୍ରୀ ବି ଗୃହ ଚଳାଇ ଦେଉନଥିଲେ । ବିଜେଡି ସଂସଦୀୟ ଦଳ ବୈଠକରେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ରାଜ୍ୟର ବିଭିନ୍ନ ଆବଶ୍ୟକତା ପୁରଣ ପାଇଁ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବିଭିନ୍ନ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗରେ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି କେନ୍ଦ୍ର ଶୁଣୁନି । ମହିଳା ସଂରକ୍ଷଣ ବିଲ ହେଉ କି ସ୍ୱତନ୍ତ୍ର ଫୋକସ ରାଜ୍ୟ ମାନ୍ୟତା ଦାବିକୁ ଏଯାଏଁ କେନ୍ଦ୍ର ଗ୍ରହଣ କରୁନି । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ବହୁବାର କେନ୍ଦ୍ର ନିକଟରେ ଦାବି କରିଛନ୍ତି । ତେଣୁ ଆସନ୍ତା ଅଧିବେଶନରେ ଏହିସବୁ ଦାବିକୁ ପୁଣିଥରେ ସଂସଦ ଉଠାଇବ ବିଜେଡି । ସେହିଭଳି ରାଜ୍ୟର ବିକାଶରେ କିଭଳି 5T ଯୋଜନା ଏକ ଉଦାହାରଣ ପାଲଟିଛି ସେନେଇ ସଂସଦକୁ ଅବଗତ କରିବ ବିଜେଡି । କାରଣ ସବୁ କ୍ଷେତ୍ରରେ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ୫ଟି ମଡେଲ ।

Leave A Comment

All fields marked with an asterisk (*) are required