Search for:
  • Home/
  • ରାଜ୍ୟ/
  • ବିନ୍ଦୁ ସାଗର ବୋଇତ ବନ୍ଦାଣ ଉତ୍ସବ ରେ ପାଞ୍ଚଜଣ ପାଇବେ ଏକାମ୍ର ସମ୍ମାନ

ବିନ୍ଦୁ ସାଗର ବୋଇତ ବନ୍ଦାଣ ଉତ୍ସବ ରେ ପାଞ୍ଚଜଣ ପାଇବେ ଏକାମ୍ର ସମ୍ମାନ

Spread the love

Loading

ବିନ୍ଦୁ ସାଗର ବୋଇତ ବନ୍ଦାଣ ଉତ୍ସବ ରେ ପାଞ୍ଚଜଣ ପାଇବେ ଏକାମ୍ର ସମ୍ମାନ

ଭୁବନେଶ୍ୱର:ଚଳିତ ବର୍ଷ ଭୁବନେଶ୍ୱର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗର ବୋଇତ ବନ୍ଦାଣ କାର୍ଯ୍ୟକ୍ରମରେ ଉତ୍ତରେଶ୍ୱର୍ ଘାଟ ଠାରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପ୍ରାତଃ ୪ ଘଟିକା ରୁ ଆରାଧନା ଭଜନ ସନ୍ଧ୍ୟା ପକ୍ଷରୁ ଓଡ଼ିଶାର ସୁନାମ ଧନ୍ୟ ଗାୟକ ସୁବାସ ଦାସ୍ ଙ୍କୁ ନେଇ ସଚିନ ରଥଙ୍କ ପରିଚାଳନା ଏବଂ ମୃତୁଞ୍ଜୟ ରଥଙ୍କ ସଂଯୋଜନାରେ ଆୟୋଜିତ ହେବ। ପରେ ସକାଳ ୬ ଘଟିକା ରେ ଏକାମ୍ର ସମ୍ମାନ ୨୦୨୩ ରେ ବରିଷ୍ଠ କଣ୍ଠ ଶିଳ୍ପୀ ତାନ୍ ସେନ ସିଂ, ବରିଷ୍ଠ ଚିକିତ୍ସକ ଡ ଅଜୟ ମିଶ୍ର, ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟନାୟକ, ସାହିତ୍ୟିକ ରକ୍ଷକ ନାୟକ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କାରିଣୀ ଶୁଭଶ୍ରୀ ପଟ୍ଟନାୟକ ପ୍ରମୁଖ ଙ୍କୁ ଏକାମ୍ର ସମ୍ମାନରେ ସମ୍ମାନିତ କରାଯିବ।ଶେଷରେ ଶିଳ୍ପୀ ହୃଷୀକେଶ ବେହେରା ଙ୍କ ଦ୍ଵାରା ପ୍ରସ୍ତୁତ ଏକ ସୁସଜ୍ଜିତ ବୋଇତ କୁ ସାଧବ ସାଧବାଣୀ ଦ୍ଵାରା ବନ୍ଦାପନା କରାଯିବ।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ ପ୍ରସନ୍ନ କୁମାର ପାଟ୍ଟଶାଣୀ,ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ଘଡେ଼ଇ,ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ,ମେୟର ସୁଲୋଚନା ଦାସ ଏବଂ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ଶ୍ରୀମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେବ।
ଗତକାଲି ଅନୁଷ୍ଠାନର ସଭାପତି ଶ୍ରୀ ପଣ୍ଡା ଙ୍କ ବାସଭବନରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଉପସଭାପତି ସମରେନ୍ଦ୍ର ସାହୁ,ସମ୍ପାଦକ ଦୀପକ ମହାପାତ୍ର, ,ଡ ସୁରେଶ ବାରିକ,ଦାଶରଥି ଗରାବଡୁ, କର୍ପୋରେଟର ଚନ୍ଦ୍ର ଶେଖର ମଲ୍ଲିଆ, ଶିବପ୍ରସାଦ ବେହେରା,ଶିବ ନାରାୟଣ ରାୟ,ଅନୁଷ୍ଠାନର ସଦସ୍ୟ .ପୁ6ର୍ଣ୍ଣନ୍ଦୁ ପୂଜାପଣ୍ଡା,ଶିବପ୍ରସାଦ ମହାପାତ୍ର, ନଳିନୀକାନ୍ତ ପଣ୍ଡା,ସୁବାସ ମହାପାତ୍ର,ହିମାଦ୍ରି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required