Search for:
  • Home/
  • ରାଜ୍ୟ/
  • ବାଲିପାଟଣାରେ ରକ୍ତଦାନ ଶିବିର “ଅମୃତ ବିନ୍ଦୁ” ୩୦ ୟୁନିଟ୍ ରକ୍ତ ସଂଗ୍ରହ

ବାଲିପାଟଣାରେ ରକ୍ତଦାନ ଶିବିର “ଅମୃତ ବିନ୍ଦୁ” ୩୦ ୟୁନିଟ୍ ରକ୍ତ ସଂଗ୍ରହ

Spread the love

Loading

ବାଲିପାଟଣାରେ ରକ୍ତଦାନ ଶିବିର “ଅମୃତ ବିନ୍ଦୁ”
୩୦ ୟୁନିଟ୍ ରକ୍ତ ସଂଗ୍ରହ
ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ପକ୍ଷରୁ ଆରମ୍ଭ ହୋଇଥିବା ରକ୍ତଦାନ ଅଭିଯାନ “ଅମୃତ ବିନ୍ଦୁ” ର ଦ୍ୱିତୀୟ ଶିବିର ବାଲିପାଟଣା ବ୍ଲକ୍ ସୋମଣା ଶାସନ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଥିଲା । ନିଜକୁ “ମୁଁ ବି ଜୀବନ ଦାତା” କହିବାର ସୁଯୋଗରେ ରକ୍ତଦାନ କରିବା ପାଇଁ ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରେଡକ୍ରସ୍ ରକ୍ତ ଭଣ୍ଡାର ଅଧିକାରୀ ଏବଂ ତାଙ୍କ ଟିମ୍ ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ କରିଥିଲେ ।
କାର୍ଯ୍ୟକ୍ରମରେ ସୋମଣା ଶାସନ ର ସରପଞ୍ଚ ନର୍ଗିସ ବେଗମ୍, ସମିତି ସଭ୍ୟ ଶୈଳେନ୍ଦୁ ଦାସ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵାଗତ ଶୁଭମ୍ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତା ଙ୍କୁ ଉତ୍ସାହିତ କରିବା ସହ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଶିବିରକୁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।
ସୂଚନାଯୋଗ୍ୟ, କ୍ୟାନ୍ସର ପୀଡ଼ିତଙ୍କୁ ଚିକିତ୍ସା କ୍ଷେତ୍ରରେ ସହଯୋଗ କରି ଆସୁଥିବା “କୋଣାର୍କ କ୍ୟାନସର୍ ଫାଉଣ୍ଡେସନ୍‌” ଏହି ମହତ୍ କାର୍ଯ୍ୟ ହାତକୁ ନେଇଛି । ବର୍ତ୍ତମାନ ସମୟରେ ଓଡ଼ିଶାର ରକ୍ତଭଣ୍ଡାରଗୁଡ଼ିକରେ ଦେଖାଯାଉଥିବା ରକ୍ତର ଅଭାବ ପୂରଣ କରିବା ପାଇଁ “ଅମୃତ ବିନ୍ଦୁ” ନାମରେ ନୂଆ ଅଭିଯାନ ଆରମ୍ଭ ହୋଇଛି । ରକ୍ତ ବିନା କାହାରି ଜୀବନ ଯେଭଳି ବିପଦରେ ନପଡ଼େ ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଅରୂପ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କାର୍ଯ୍ୟ କରୁଛି ।

Leave A Comment

All fields marked with an asterisk (*) are required