Search for:
  • Home/
  • ରାଜ୍ୟ/
  • ବିଦ୍ୟୁତ୍‌ ସଂଶୋଧନ ବିଲ୍‌-୨୦୨୨ ପ୍ରତ୍ୟାହାର ଓ ପ୍ରିପେଡ୍‌ ବିଦ୍ୟୁତ୍‌ ମିଟର ବିରୁଦ୍ଧରେ ରାଜ୍ୟସ୍ତରୀୟ ବିଦ୍ୟୁତ୍‌ ଉପଭୋକ୍ତା କନ୍‌ଭେନସନ

ବିଦ୍ୟୁତ୍‌ ସଂଶୋଧନ ବିଲ୍‌-୨୦୨୨ ପ୍ରତ୍ୟାହାର ଓ ପ୍ରିପେଡ୍‌ ବିଦ୍ୟୁତ୍‌ ମିଟର ବିରୁଦ୍ଧରେ ରାଜ୍ୟସ୍ତରୀୟ ବିଦ୍ୟୁତ୍‌ ଉପଭୋକ୍ତା କନ୍‌ଭେନସନ

Spread the love

Loading

ବିଦ୍ୟୁତ୍‌ ସଂଶୋଧନ ବିଲ୍‌-୨୦୨୨
ପ୍ରତ୍ୟାହାର ଓ ପ୍ରିପେଡ୍‌ ବିଦ୍ୟୁତ୍‌
ମିଟର ବିରୁଦ୍ଧରେ ରାଜ୍ୟସ୍ତରୀୟ
ବିଦ୍ୟୁତ୍‌ ଉପଭୋକ୍ତା କନ୍‌ଭେନସନ
ଭୁବନେଶ୍ୱର,  : ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ
ଓଡ଼ିଶା ରାଜ୍ୟ ୟୁନିଟ୍‌ ଉଦ୍ୟୋଗରେ ରବିବାର ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ
ସଦନଠାରେ ରାଜ୍ୟସ୍ତରୀୟ ବିଦ୍ୟୁତ୍‌ ଉପଭୋକ୍ତା କନଭେନସନ ଅନୁଷ୍ଠିତ ହୋଇଯାଇଛି ।
ବିଦ୍ୟୁତ୍‌ କ୍ଷେତ୍ରରେ ଘରେଇକରଣ ବନ୍ଦ କରିବା, ଜନବିରୋଧୀ ବିଦ୍ୟୁତ୍‌ ଆଇନ-୨୦୦୩ ଓ
ବିଦ୍ୟୁତ୍‌ ସଂଶୋଧଦନ ବିଲ୍‌-୨୦୨୨କୁ ପ୍ରତ୍ୟାହାର କରିବା, ପ୍ରିିପେଡ୍‌ ସ୍ମାର୍ଟ ବିଦ୍ୟୁତ୍‌
ମିଟର ଲଗାଇବା ବନ୍ଦ କରିବା, ମାସିକ ୨୦୦ ୟୁନିଟ୍‌ରୁ କମ୍‌ ବିଦ୍ୟୁତ୍‌ ବ୍ୟବହାର କରୁଥିବା
ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଦ୍ୟୁତ୍‌ ଯୋଗାଇଦେବା, କୃଷି ପାଇଁ ଦେୟମୁକ୍ତ ନିରବଚ୍ଛିନ୍ନ
ବିଦ୍ୟୁତ୍‌ ଯୋଗାଇଦେବା, ବିଦ୍ୟୁତ୍‌କୁ ବଜାରର ପଣ୍ୟ ନୁହେଁ, ଅତ୍ୟାବଶ୍ୟକ ସେବା ଭାବେ
ସମସ୍ତଙ୍କୁ ବିଦ୍ୟୁତ୍‌ ଯୋଗାଇଦେବା, ତୃଟିପୂର୍ଣ୍ଣ ବିଦ୍ୟୁତ୍‌ ଶୁଳ୍କ ବିଲ୍‌ ଅବିଳମ୍ବେ ସଂଶୋଧନ
କରିବା, ଘନ ଘନ ବିଦ୍ୟୁତ୍‌ କାଟ ବନ୍ଦ କରିବା, ଘରୋଇ ବିଦ୍ୟୁତ୍‌ କମ୍ପାନୀ ଟାଟା
ପାୱାରର ଶୋଷଣ ଜୁଲୁମ ବନ୍ଦ କରିବା ଆଦି ଦାବୀରେ ରାଜ୍ୟବ୍ୟାପୀ ଶକ୍ତିଶାଳୀ
ଦୀର୍ଘସ୍ଥାୟୀ ଆନ୍ଦୋଳନ ସଂଗଠିତ କରିବା ପାଇଁ ଏହି କନଭେନସନ ଅନୁଷ୍ଠିତ
ହୋଇଯାଇଛି ।
ଅଲ୍‌ ଇଣ୍ଡିଆ ଇଲେକ୍ଟ୍ରିସିଟି କଞ୍ଜୁମର୍ସ ଆସୋସିଏସନ ଓଡ଼ିଶା ରାଜ୍ୟ ଆବାହକ
ଜୟସେନ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କନଭେନସନରେ ପ୍ରହ୍ଲାଦ ଚନ୍ଦ୍ର ସାହୁ, ହର
ବଣିଆ, ନିରଞ୍ଜନ ମହାନ୍ତି, ବ୍ରହ୍ମାନନ୍ଦ ମଲ୍ଲିକ, ସୁଶାନ୍ତ ଜେନା, ଦିଲ୍ଲୀପ ବଢେଇ, ପୂର୍ଣ୍ଣଚନ୍ଦ୍ର
ବିଶ୍ୱାଳ, ବାସୁଦେବ ସେଠୀ, ଭାଗ୍ୟରବି ଦାସ, ଦିଗାମ୍ବର ସ୍ୱାଇଁ, ସୁବାସ ସ୍ୱାଇଁ, ମହମ୍ମଦ ଶୁୁକୁର ଓ
ବିଜୟ ପ୍ରଧାନ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କେନ୍ଦ୍ର ବିଜେପି ସରକାର ବିଦ୍ୟୁତ୍‌ ଉପଭୋକ୍ତା ଓ
ବିଦ୍ୟୁତ୍‌ କର୍ମ·ରୀଙ୍କ ବିରୁଦ୍ଧରେ ଆଣିଥିବା ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ୨୦୨୨ ଓ ବିଦ୍ୟୁତ୍‌
ଉପଭୋକ୍ତା ଅଧିକାର ସଂଶୋଧନ ରୁଲସ୍‌-୨୦୨୩ ଏବଂ ପ୍ରିପେଡ୍‌ ସ୍ମାର୍ଟ ବିଦ୍ୟୁତ୍‌ ମିଟର
ଲଗାଇବାକୁ ଦୃଢ ନିନ୍ଦା କରିଥିଲେ । କେନ୍ଦ୍ର ବିଜେପି ସରକାରଙ୍କ ସମସ୍ତ ଜନବିରୋଧି ନୀତିକୁ
ସମର୍ଥନ କରି ଆସୁଥିବା ରାଜ୍ୟ ବିଜେଡ଼ି ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ ।
୧୯୯୬ ମସିହାରେ ତକ୍ରାଳୀନ ରାଜ୍ୟ କଂଗ୍ରେସ ସରକାର ଓଡ଼ିଶା ରାଜ୍ୟ ବିଦ୍ୟୁତ୍‌ ବୋଡର଼୍କୁ
ଭାଙ୍ଗି ଦେଇ ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ଘରୋଇକରଣ କରିବାକୁ ଆରମ୍ଭ କରିବା ପରେ
ରାଜ୍ୟରେ ଦୀର୍ଘଦିନ ଧରି କ୍ଷମତାସୀନ ବିଜେଡ଼ି ସରକାର ବିଦ୍ୟୁତ୍‌ ବଣ୍ଟନ ବ୍ୟବସ୍ଥାକୁ ଟାଟା
ପାୱାର ହାତରେ ଟେକିଦେଇ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ସୀମାହୀନ ଶୋଷଣ ମୁହଁକୁ ଠେଲି
ଦେଇଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିଥିଲେ ।
ଓଡ଼ିଶା ରାଜ୍ୟରେ ବିଦ୍ୟୁତ୍‌ ଉପଭୋକ୍ତାମାନଙ୍କୁ ସଂଗଠିତ କରି ଶକ୍ତିଶାଳୀ
ଦୀର୍ଘସ୍ଥାୟୀ ଆନ୍ଦୋଳନ ଗଢିତୋଳିବା ଉଦ୍ଦେଶ୍ୟରେ ଏକ ୧୩ ଜଣିଆ ଅଲ ଇଣ୍ଡିଆ
ଇଲେକ୍ଟ୍ରିିସିଟି କଞ୍ଜୁମର୍ସ ଆସୋସିଏସନ ଓଡ଼ିଶା ରାଜ୍ୟ ସାଂଗଠନିକ କମିଟି ଜୟସେନ
ମେହେରଙ୍କ ଆବାହକତ୍ୱରେ ଗଠିତ ହୋଇଥିଲା । ନଭେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟବ୍ୟାପୀ ସମସ୍ତ
ବ୍ଲକ ଅଫିସ୍‌, ଜିଲ୍ଲାପାଳ ଅଫିସ୍‌ ଓ ବିଦ୍ୟୁତ୍‌ ବିଭାଗୀୟ ଅଫିସ୍‌ ସମ୍ମୁଖରେ ସଂଗଠିତ
କରିବା ପାଇଁ ଏହି କନଭେନସନରେ ଘୋଷଣା କରାଯାଇଥିଲା ।

Leave A Comment

All fields marked with an asterisk (*) are required