ବିଜୁ ଶ୍ରମିକ ସାମୁଖ୍ୟ ରୁ ସୁରେନ୍ଦ୍ର ସ୍ବାଇଁ ସମ୍ପାଦକ ପଦରୁ ବହିଷ୍କୃତ।
ବିଜୁ ଶ୍ରମିକ ସାମୁଖ୍ୟ ରୁ ସୁରେନ୍ଦ୍ର ସ୍ବାଇଁ ସମ୍ପାଦକ ପଦରୁ ବହିଷ୍କୃତ।
ଭୁବନେଶ୍ୱର:ଆଜି ଭୁବନେଶ୍ଵର ଠାରେ ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସାମୁଖ୍ୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶ୍ରୀ ପଞ୍ଚାନନ ସେନାପତିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି।
ଏହି କାର୍ଯ୍ୟକାରିଣୀ ବୈଠକ ରେ ସାରା ରାଜ୍ୟରୁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ସାମୁଖ୍ୟ ସହିତ ଜଡିତ ବିଭିନ୍ନ ସଂଗଠନର ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବିଜୁ ଶ୍ରମିକ ସାମୁଖ୍ୟ ସମ୍ପାଦକ ଶ୍ରୀ ସୁରେନ୍ଦ୍ର ସ୍ବାଇଁ ଙ୍କ ବିରୋଧରେ ବିଶୃଙ୍ଖଳିତ କାର୍ଯ୍ୟ ଓ ସଙ୍ଗଠନ କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବା, ସଙ୍ଗଠନ ବିରୋଧି ମନ୍ତବ୍ୟ ଦେଇ ସଙ୍ଗଠନ ମାନଙ୍କୁ ଭାଙ୍ଗିବାର କୁଚକ୍ରାନ୍ତ ଆଦି ଅଭିଯୋଗ ଭିତ୍ତିରେ ସାମୁଖ୍ୟ ପକ୍ଷରୁ ସମ୍ପାଦକ ଶ୍ରୀ ସ୍ବାଇଁ ଙ୍କୁ ସର୍ବ ସମ୍ମତିକ୍ରମେ ବହିଷ୍କୃତ କରାଯାଇଛି। ସୂଚନା ମୁତାବକ ୨୨/୦୮/୨୦୨୧ ରେ ହୋଇଥିବା କାର୍ଯ୍ୟକାରିଣୀ ବୈଠକ ରେ ଶ୍ରୀ ସ୍ବାଇଁ ଙ୍କ ବିରୋଧରେ ସମାନ ଅଭିଯୋଗ ହୋଇଥିଲା ଓ ସଙ୍ଗଠନ ତରଫରୁ ଏହାକୁ ଭର୍ତ୍ସନା କରିବା ସହିତ କୈଫତ୍ ମଗାଯାଇଥିଲା। ସେ ଏପରି କାର୍ଯ୍ୟ ନକରିବା ଓ ନିଜକୁ ସଂଶୋଧନ କରିବେ ବୋଲି ଅନୁରୋଧ ପୂର୍ବକ ସମୟ ମାଗିଥିଲେ। ଏହାପରେ ମଧ୍ୟ ସେ ବିଶୃଙ୍ଖଳିତ କାର୍ଯ୍ୟ ଜରି ରଖି ସଂଗଠନକୁ ଭାଙ୍ଗିବାର ଅପଚେଷ୍ଟା ଚଲାଇଥିବା କ୍ରମାଗତ ଭାବେ ଅଭିଯୋଗ ହୋଇଆସୁଥିଲା ଯାହାକୁ ଭିତ୍ତିକରି ଶ୍ରୀ ସ୍ବାଇଁ ଙ୍କୁ ବହିଷ୍କୃତ କରାଯାଇଛି।
ବିଜୁ ଶ୍ରମିକ ସାମୁଖ୍ୟ ସହବନ୍ଧିତ ସମସ୍ତ ବ୍ୟକ୍ତି ଓ ସଂଗଠନ ମାନଙ୍କୁ ସାମୁଖ୍ୟ ର ନିଷ୍ପତ୍ତି ଆଧାରରେ ସୂଚାଇ ଦିଆଯାଉଅଛି ଯେ ଆପଣମାନେ ଶ୍ରୀ ସ୍ବାଇଁ ଙ୍କ ସହିତ ସାମୁଖ୍ୟ କାର୍ଯ୍ୟ ବାବଦକୁ କୌଣସି ସମ୍ପର୍କ ରଖିବେ ନାହିଁ।