ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସ୍ତରୀୟ କନ୍ଭେସନ୍ ଆୟୋଜିତ
ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସ୍ତରୀୟ କନ୍ଭେସନ୍ ଆୟୋଜିତ
ଭୁବନେଶ୍ୱର:ଆଜି ତା-୦୭.୦୪.୨୦୨୪ ରିଖ ରବିବାରଦିନ ଓଡିଶା ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟ ସ୍ତରୀୟ କନ୍ଭେନ୍ସନ୍
ଭୁବନେଶ୍ୱର ମୁଖ୍ୟକାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଏହି କନ୍ଭେନ୍ସନ୍ରେ ସାରାରାଜ୍ୟରୁ ବିଭିନ୍ନ ଶ୍ରମିକ ସଂଗଠନର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ୱ ନେତୃମଣ୍ଡଳୀ ଓ କର୍ମକର୍ତା ଯୋଗଦେଇଥିଲେ ।
ଏହି କନ୍ଭେନ୍ସନ୍ ରେ ମାନ୍ୟବର ଅଧ୍ୟକ୍ଷ 5T ଓ ନବୀନ ଓଡିଶା- ମୋ ଓଡିଶା ଶ୍ରୀ ଭି. କାର୍ତିକେୟନ୍ ପାଣ୍ଡିଆନ୍ ମହୋଦୟ ଉଦ୍ଘାଟକ ଭାବରେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହିତ ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ରୂପାନ୍ତରୀକରଣରେ ପ୍ରକୃତ ଭୂମିକାରେ ଲୁହ ଲହୁ ଦେଇ ସମସ୍ତ ଯୋଯନା କୁ ସଫଳତାର ଶୀର୍ଷରେ ପହଂଚାଉଥିବା ଶ୍ରମିକ ଭାଇ ଓ ଭଉଣି ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଓଡିଶାରେ ପାଖାପାଖି ୨ କୋଟି ଶ୍ରମିକ କାର୍ଯ୍ୟରତ ଅଛନ୍ତି । ଓଡିଶାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ଯୋଜନାମାନ କାର୍ଯ୍ୟକରିଛନ୍ତି । ସମସ୍ତ ଯୋଜନା ଆମପାଇଁ ଜୀବନଜୀବିକା କ୍ଷେତ୍ରରେ କଲ୍ୟାଣକାରୀ ଯୋଜନା ଭାବରେ ସାରା ଦେଶରେ ଓଡିଶା ୧ନମ୍ବର ହୋଇରହିଛି । ସେଥିପାଇଁ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ୧ନଂ ମୁଖ୍ୟମନ୍ତ୍ରୀ ଭାବରେ ପୁରସ୍କୃତ ହୋଇଛନ୍ତି । ଓଡିଶାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଯଥା- ଲକ୍ଷ୍ମୀବସ୍, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଦି ଶ୍ରମିକ ମାନଙ୍କ ପାଇଁ ସହାୟକ ହୋଇପାରିଛି । ଓଡିଶାର ଲକ୍ଷ୍ୟାଧିକ ଶ୍ରମିକ ଏଥିରେ ଦୈନିକ ସାମିଲ ହୋଇଛନ୍ତି । ଜଣେ ଶ୍ରମିକ ଯଦି କିଛି ଜଟିଳ ରୋଗର ଶିକାର ହେଉଛି ତାହେଲେ ସେ କୈାଣସି ବେସରକାରୀ ଚିକିତ୍ସାଳୟକୁ ଯିବାକୁ ସାହାସ କରିପାରୁନଥିଲା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସେ ସାହାସ ଦେଇଛନ୍ତି । ଆପଣ ମାନେ ଜାଣି ଖୁସିହେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ସବୁଠୁ ଅଧିକା ଗୁରୁତ୍ୱ ଦେଇଆସୁଛନ୍ତି । ଆପଣ ମାନଙ୍କ ଦ୍ୱାରା ସର୍ବନିମ୍ନ ମଜୁରି ଦୈନିକ ୭୦ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ଥାବ ଦିଆଯାଇଥିଲା କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୈନିକ ଏକକାଳିନ ୧୦୦ ଟଙ୍କାରୁ ଉର୍ଦ୍ଧ ବୃଦ୍ଧିକରି ଏକ ନଜୀର ସୃଷ୍ଟି କରିଛନ୍ତି । ଯାହା ସମଗ୍ର ଦେଶରେ ଓ ୬୦ବର୍ଷ ମଧ୍ୟରେ ପ୍ରଥମ ପଦକ୍ଷେପ ହୋଇଛି । ଆଗକୁ ମଧ୍ୟ ଆପଣ ମାନଙ୍କ ସହାୟତାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ସହିତ ଶକ୍ତିବୃଦ୍ଧି କରିବା ପାଇଁ ଆହ୍ୱାନ ଦେଇଥିଲେ ।
ଏହି କନ୍ଭେନ୍ସନ୍ ରେ ବିଜୁ ଶ୍ରମିକ ସାମୁଖ୍ୟର ମହାସଚିବ ତଥା କଟକ ମେୟର ଶ୍ରୀ ସୁବାସ ସିଂହ ସଭାପତିତ୍ବ କରିଥିଲେ । ଶ୍ରୀ ସିଂହ ନୀଜ ବକ୍ତବ୍ୟରେ ଓଡିଶାରେ ଶିଳ୍ପାୟନର ମହାବିଳ୍ପବରେ ଶ୍ରମିକ ମାନଙ୍କର ଅବଦାନ ଅତୁଳନୀୟ ବୋଲି ପ୍ରକାଶ କରିଥିଲେ । ଯାହାର ଫଳସ୍ୱରୂପ ଆଜି ସାରା ପୃଥିବୀରୁ ଶିଳ୍ପ ସଂସ୍ଥାମାନେ ଓଡିଶାକୁ ଆକୃଷ୍ଟ ହୋଇ ଆସୁଛନ୍ତି । ମହାମାରୀ କରୋନା ସମୟରେ ଶ୍ରମିକ ମାନଙ୍କର ଅବଦାନ ସ୍ୱର୍ଣ୍ଣକ୍ଷରରେ ଲିପିବଧ ହୋଇରହିବ । ଖାଦ୍ୟ ପଦାର୍ଥ ପରିବହନ କରିବାରେ, ଆମ୍ବୁଲାନ୍ସ ଯଥା ଛୋଟ ପରିବହନ ଗାଡି, ଅଟୋ ଓ କାର ଚାଳକ- ଟ୍ରକ ଚାଳକ ମାନଙ୍କ ଜୀବନକୁ ବିପନକରି ସେବା ଯୋଗାଇ ଦେବା, ବିଦ୍ୟୁତ୍ କର୍ମଚାରୀ ମାନଙ୍କର ଭୂମିକା ଉଚ୍ଚ ପ୍ରସଂଶନୀୟ, ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରତ ସବୁ ପ୍ରକାର ଶ୍ରମିକ ଓ କର୍ମଚାରୀ ମାନଙ୍କର ଅବଦାନ ଚୀରସ୍ମରଣୀୟ । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ contractual କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତିପତ୍ର ପ୍ରଦାନକରି ଇତିହାସ ରଚନା କରିଛନ୍ତି । ଓଡିଶାରେ କାର୍ଯ୍ୟରତ ଲକ୍ଷାଧିକ ଠିକା କର୍ମଚାରୀଙ୍କ ଦରମା ୨୫% ବୃଦ୍ଧିକରିବା ଓ ପ୍ରତୀ ୫ବର୍ଷରୁ ଉର୍ଦ୍ଧ୍ୱ କାର୍ଯ୍ୟରତ ଶ୍ରମିକ ମାନଙ୍କୁ ଏକ ହଜାର ସ୍ୱତନ୍ତ୍ର ବୋନସ୍ ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ବୁଣାକାର ଓ କେନ୍ଦୁପତ୍ର କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କର ସବୁପ୍ରକାର ସୁରକ୍ଷା କୁ ୫୦% ବୃଦ୍ଧି କରାଯାଇଛି । ଓଡିଶା ସରକାର Skill Development Programme ଙ୍କୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପାଇଁ ଭୁବନେଶ୍ୱର ଠାରେ ଏକ World Skill Center ପ୍ରତିଷ୍ଠାକରି ଓଡିଶାର ସବୁ ସ୍ତରର ଶ୍ରମିକ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲକରି ପ୍ରଶିକ୍ଷଣ ଦେଇ ଦେଶ ଓ ବିଦେଶରେ ଓଡିଶା ପୁରସ୍କୃତ ହୋଇଆସୁଛି । ନିର୍ମାଣ ଶ୍ରମିକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବାଧିକ ସୁରକ୍ଷା ପ୍ରଦାନକରୀ ସମଗ୍ର ଦେଶରେ ନଜୀର ସୃଷ୍ଟି କରିପାରିଛନ୍ତି । ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ମାଧ୍ୟମରେ ବର୍ତମାନ ସୁଦ୍ଧା ୪୨ଲକ୍ଷ ୪୮ ହଜାର ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଯାଇ ବିଭିନ୍ନ ଯୋଜନା ମାଧ୍ୟମରେ ୩ହଜାର ୫୨୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଅଛି ।ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରାଯାଇ ସବୁ ସ୍ତରର ଶ୍ରମିକ ଏପରିକି Domestic ଶ୍ରମିକ ପର୍ଯ୍ୟନ୍ତ ସାମାଜିକ ସୁରକ୍ଷା ପ୍ରଦାନ କରାଯାଉଅଛି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଧ୍ୟ ସାମିଲ କରାଯାଇପାରିଛି । ଓଡିଶାରେ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସବୁ ପ୍ରକାର ଚାଳକ ଓ ଶ୍ରମିକ ମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦେବାପାଇଁ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ କରାଯାଇ ବିଭିନ୍ନ ସୁବିଧା ସୁଯୋଗ ଘୋଷଣା କରାଯାଇଛି । ଓଡିଶାରେ କାର୍ଯ୍ୟରତ ପ୍ରାୟ ୧୦ଲକ୍ଷ ଶ୍ରମିକ ବିଷେଶକରି ମିଶନ ଶକ୍ତି, ଅଙ୍ଗନବାଡି, ଆଶା, ପାଚିକା, କୃଷି କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସବୁ ପ୍ରକାର ଶ୍ରମିକ ମାନଙ୍କ ଭତା ବୃଦ୍ଧି ଓ ଅନ୍ୟାନ୍ୟ କଲ୍ୟାଣକାରି ଯୋଜନା ପ୍ରଦାନ କରାଯାଇଛି । ଓଡିଶାରେ କାର୍ଯ୍ୟରତ ଖଣି-ଖାଦାନ ଓ କୋଇଲା କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଦୈନିକ ମଜୁରୀ ବୃଦ୍ଧି ସଙ୍ଗେ ସଙ୍ଗେ ବିଭୀନ୍ନ ସାମାଜିକ ସୁରକ୍ଷା ବଳୟ ବଳୟ ମଧ୍ୟକୁ ଅଣା ଯାଇପାରିଛି । ବିଜୁ ଶ୍ରମିକ ସାମୁଖ୍ୟ ସମସ୍ତ ସ୍ତରର ଶ୍ରମିକ ଶ୍ରେଣୀ ଭାଇମାନଙ୍କୁ ସଂଗଠିତକରି ସାମାଜିକ ସୁରକ୍ଷା ପହଂଚାଇବାରେ ଏକ ବଳିଷ୍ଠ ଭୂମିକା ଗ୍ରହଣ କରିଅଛି । ଏହି କନ୍ଭେନ୍ସନ୍ ରେ ନୂତନରୂପେ ମନୋନିତ ହୋଇଥିବା କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ମୋନିଦୀପା ସର୍କିଲ୍ ଯୋଗଦେଇ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୁ ଶ୍ରମିକ ସାମୁଖ୍ୟର ଅନ୍ୟାନ୍ୟ କର୍ମକର୍ତା ମଧ୍ୟରେ ଉପଦେଷ୍ଠା ତଥା ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରୀତୀ ରଞ୍ଜନ ଘଡେଇ, ବିଧାୟକ ଶ୍ରୀ ଶୁସାନ୍ତ ରାଉତ, ଭୁବନେଶ୍ୱର ଲୋକସଭା ପାର୍ଥି ଶ୍ରୀ ମନ୍ମଥ ରାଉତରାୟ, ସାମୁଖ୍ୟର ଉପ-ସଭାପତି ଶ୍ରୀ ବୈଦ୍ୟନାଥଦାସ, ଶ୍ରୀ ପଂଚାନନ ସେନାପତି, ସମ୍ପାଦକ ଶ୍ରୀରାଜେନ୍ଦ୍ର ଦାସ, ଶ୍ରୀ ଗୋଲେଖ ଚନ୍ଦ୍ର ନାୟକ, ଶ୍ରୀକାନ୍ତ ପଟ୍ଟନାୟକ ରାଜ୍ୟ ଉପଦେଷ୍ଠା ଶ୍ରୀ ରାଜୀବ ମହାନ୍ତି, ଯୋଗେନ୍ଦ୍ର ସ୍ୱାଇଁ, ପଦ୍ୟୁମ୍ନ ସାମଲ, ଚୈତନ୍ୟ ସାହାଣି, ନିରଞ୍ଜନ ପାତ୍ର ଓ ସାମୁଖ୍ୟର ଅନ୍ୟାନ୍ୟ ପଦାଧିକାରୀ ଯୋଗଦେଇ ନିଜନିଜ ର ବକ୍ତବ୍ୟ ରଖିଥିଲେ । ପରିଶେଷରେ ସାମୁଖ୍ୟର ଭୁବନେଶ୍ୱର ସଭାପତି ତଥା ବିଶିଷ୍ଟ ଶ୍ରମିକନେତା ଶ୍ରୀ ନବ କିଶୋର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।