Search for:
  • Home/
  • ରାଜ୍ୟ/
  • କାର୍ଗିଲ ବିଜୟ ଦିବସ ପାଳନ, ଚାରା ରୋପଣ

କାର୍ଗିଲ ବିଜୟ ଦିବସ ପାଳନ, ଚାରା ରୋପଣ

Spread the love

Loading

କାର୍ଗିଲ ବିଜୟ ଦିବସ ପାଳନ, ଚାରା ରୋପଣ
ଭୁବନେଶ୍ୱର, ୨୬/୭ : କାରଗିଲ ବିଜୟ ଦିବସ ଭୁବନେଶ୍ୱର ଟାଉନ କ୍ଳବ ଖେଳ ପଡ଼ିଆ ନିକଟରେ ପାଳନ ହୋଇଯାଇଛି । ଏହି ଉପଲକ୍ଷେ କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ବୀର ସହିଦଙ୍କ ଶ୍ରଦ୍ଧାଞ୍ଜଳି ଅପକ୍ଷ୍ଣଚ୍ଚ କରାଯିବା ସହ ସହିଦମାନଙ୍କୁ ସ୍ମୃତିରେ ଚାରା ରୋପଣ କରାଯାଇଛି । ସାହାଯ୍ୟ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଲିଙ୍ଗରାଜ ସାହୁ । ସେ ଏହି ଅବସରରେ କହିଥିଲେ ଯେ , ଆମ ଦେଶରେ ପାଳିତ ହେଉଥିବା ଜାତୀୟ ପର୍ବ ମାନଙ୍କ ପରି କାରଗିଲ ଭିଜୟ ଦିବସ ପ୍ରତ୍ୟେକ ଭାରତୀୟ ପାଳନ କରନ୍ତି । କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଅମର ଯବାନଙ୍କ ସମ୍ମାନଥେ ଓ ବିଜୟ ଦିବସର ଇତିହାସକୁ ମନେରଖିବା ପାଇଁ ଦେଶର କୋଣ ଅନୁକୋଣର ଭାରତୀୟ ଏହି ଦିନକୁ ସ୍ମରଣ କରନ୍ତି । ଏହି ଉପଲକ୍ଷେ ସହିଦଙ୍କୁ ସ୍ମରଣ କରି ଜଳ ସଂରକ୍ଷଣ ଓ ପରିବେଶ ପାଇଁ ସଚେତନତା ଆମ କର୍ତବ୍ୟ । ଏହି ଉପଲକ୍ଷେ ପରିବେଶ ସଚେତନତା କରାଯାଇଥିଲା । ଏଥି ସହ ସହୀଦମାନଙ୍କ ସ୍ମରଣରେ ଖେଳପଡ଼ିଆରେ ଆୟୁର୍ବେଦ ଚାରା ରୋପଣ କରାଯାଇଥିଲା । ଏଥିରେ ବ୍ରହ୍ମାନନ୍ଦ ପଟ୍ଟନାୟକ, ପ୍ରମୋଦ କୁମାର ଦାସ, ଶ୍ରମିଷ୍ଟା ପାଣିଗ୍ରାହୀ, ସରୋଜିନୀ ମହାନ୍ତି, ସୁନିତା ସାହାଣୀ, ଅକ୍ଷୟ ଜେନା, ସୁବାଷ ବାରିକ୍, ବିଶାଳ କର ପ୍ରମୁଖ ସାମିଲ ହୋଇଥିଲେ ।

Leave A Comment

All fields marked with an asterisk (*) are required