Search for:

ମେଧା ପାଟେକରଙ୍କୁ ଦଣ୍ଡାଦେଶ।

Spread the love

Loading

ମେଧା ପାଟେକରଙ୍କୁ ଦଣ୍ଡାଦେଶ: ଅଭିବ୍ୟକ୍ତିର ଅଧିକାରକୁ ନୀରବ କରିପାରିବ ନାହିଁ: ରାଷ୍ଟ୍ରୀୟ ଜନ ଆନ୍ଦୋଳନ ମାନଙ୍କର ସମନ୍ବୟ (ଏନ୍.ଏ.ପି.ଏମ୍)

ଭୁବନେଶ୍ୱର, ତା ୦୨/୦୭/୨୪: ଦୀର୍ଘ ୨୪ ବର୍ଷ ତଳେ ତତ୍କାଳୀନ ନ୍ୟାସନାଲ କାଉନସିଲ ଫର୍ ସିଭିଲ ସୋସାଇଟି ର ଅଧ୍ୟକ୍ଷ ତଥା ବର୍ତ୍ତମାନର ଦିଲ୍ଲୀ ରାଜ୍ୟପାଳ ଭି.କେ. ସାକ୍ସେନା ଙ୍କ ବିରୋଧରେ ମନ୍ତବ୍ୟ ପାଇଁ ନର୍ମଦା ବଞ୍ଚାଅ ଆନ୍ଦୋଳନ ତଥା ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ ( ଏନ୍.ଏ.ପି.ଏମ୍) ର ବିଶିଷ୍ଟ ନେତ୍ରୀ ମେଧା ପାଟେକରଙ୍କୁ ୫ ମାସ ଜେଲ୍ ଦଣ୍ଡାଦେଶ ଓ ୧୦ ଲକ୍ଷ ଟଙ୍କା ଜୋରିମାନା ଅଭିବ୍ୟକ୍ତିର ଅଧିକାର ଉପରେ ନଗ୍ନ ଆକ୍ରମଣ ବୋଲି ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଜନ ସଂଗଠନ ମାନେ ଅଭିଯୋଗ କରିଛନ୍ତି। ଏ ଭଳି ଦଣ୍ଡାଦେଶ ସମ୍ବିଧାନ ଦ୍ବାରା ସ୍ୱୀକୃତ ଅଭିବ୍ୟକ୍ତିର ସ୍ୱାଧୀନତା ଓ ସ୍ୱରକୁ ନୀରବ କରିପାରିବ ନାହିଁ ବୋଲି ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍) ଓଡ଼ିଶା ରାଜ୍ୟ କମିଟି ସମେତ ବିଭିନ୍ନ ମାନବାଧିକାର ସଂଗଠନ ମାନଙ୍କ ପକ୍ଷରୁ ମତବ୍ୟକ୍ତ କରାଯାଇଛି।
କେବଳ ମେଧା ପାଟେକର ନୁହଁନ୍ତି, ଏପରି ସ୍ୱାଧୀନ ବିଚାର ରଖୁଥିବା ବିଶିଷ୍ଟ ଲେଖିକା ଅରୁନ୍ଧତୀ ରାୟ ଓ ପ୍ରଖ୍ୟାତ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ମଧ୍ୟ ଏପରି ମକଦ୍ଦମା କିମ୍ବା ଦଣ୍ଡାଦେଶ କରାଯାଇଛି। ବିଶେଷ କରି ୨୦୧୪ ମସିହାରେ ବିଜେପି ନେତୃତ୍ଵରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ବ୍ୟକ୍ତି ସ୍ୱାଧୀନତା ତଥା ସ୍ୱତନ୍ତ୍ରତା ର ମୂଖର ବ୍ୟକ୍ତିତ୍ୱ ମାନଙ୍କୁ ବାଛି ବାଛି ସେମାନଙ୍କ ବିରୋଧରେ ଏପରି ମକଦ୍ଦମା ଗୁଡ଼ିକୁ ଉଜାଗର କରାଯାଉଛି। ଏପରିକି ନ୍ୟାୟପାଳିକା ଉପରେ ହସ୍ତକ୍ଷେପ ଓ ନିୟନ୍ତ୍ରଣ ଜାହିର୍ କରି ଶାସକ ଶ୍ରେଣୀର ସ୍ୱାର୍ଥ ଦୃଷ୍ଟିରୁ ରାୟ ପ୍ରକାଶ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। କିନ୍ତୁ ବିଭିନ୍ନ ଜନ ସ୍ୱାର୍ଥ ସମ୍ବଳିତ ମକଦ୍ଦମା ଗୁଡ଼ିକରେ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନ୍ୟାୟାଳୟ ମାନେ ଅହେତୁକ ବିଳମ୍ବ
କରୁଛନ୍ତି କିମ୍ବା କର୍ପୋରେଟ୍ ତଥା ଶାସକ ଗୋଷ୍ଠୀ ସପକ୍ଷରେ ରାୟ ପ୍ରଦାନ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଭୀମା କୋରେଗାଁଓ ମାମଲାରେ ବହୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ନାମରେ ମିଥ୍ୟା ମାମଲା ରୁଜ୍ଜୁ କରି ସେମାନଙ୍କୁ ଜେଲ୍ ର କାଳ କୋଠରୀରେ ବର୍ଷ ବର୍ଷ ରଖାଯାଇଛି ଓ ସେମାନଙ୍କୁ ନ୍ୟାୟ ମିଳି ପାରୁନାହିଁ । ଷ୍ଟାନ ସ୍ୱାମୀ ଙ୍କ ଭଳି ବିଶିଷ୍ଟ ସାମାଜିକ କର୍ମୀଙ୍କୁ ବ୍ୟବସ୍ଥାଗତ ଭାବେ ହତ୍ୟା କରାଯାଇଛି।
ଏପରି ସମୟରେ ମେଧା ପାଟେକରଙ୍କ ପ୍ରତି ଏହି ଦଣ୍ଡାଦେଶ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ (ଏନ୍.ଏ.ପି.ଏମ୍), ଓଡ଼ିଶା ସମେତ ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା,ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶାର ଆବାହକ ନରେନ୍ଦ୍ର ମହାନ୍ତି, କୃଷକ ନେତା ଲିଙ୍ଗରାଜ, ନିୟମଗିରି ସୁରକ୍ଷା ସମିତିର ଲିଙ୍ଗରାଜ ଆଜାଦ୍, ଜିନ୍ଦାବାଦ ସଂଗଠନର ତ୍ରିଲୋଚନ ପୁଞ୍ଜି, ଲୋକମୁକ୍ତି ସଂଗଠନର ଅନନ୍ତ, ବଲାଙ୍ଗୀର ଲୋୟର ସୁକତେଲ ଆନ୍ଦୋଳନର ନେତା ସତ୍ୟ ବନଛୋର୍, ମାଳି ପର୍ବତ ସୁରକ୍ଷା ସମିତିର ଦାସୀ ନନ୍ଦିବାଲି, ସୁବର୍ଣ୍ଣରେଖା ପେଟ୍ରୋ କେମିକାଲ ବିରୋଧୀ ଆନ୍ଦୋଳନର ଅରୁଣ ଜେନା ପ୍ରମୁଖ ଏକ ପ୍ରେସ୍ ବିବୃତି ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି।।

 

Leave A Comment

All fields marked with an asterisk (*) are required