Search for:
  • Home/
  • ରାଜ୍ୟ/
  • ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀଡାକ୍ତର ସଂଘମିତ୍ରା ଗାଡ଼େକର ଆଉ ନାହାଁନ୍ତି।

ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀଡାକ୍ତର ସଂଘମିତ୍ରା ଗାଡ଼େକର ଆଉ ନାହାଁନ୍ତି।

Spread the love

Loading

ବିଶିଷ୍ଟ ଗାନ୍ଧୀବାଦୀ ସର୍ବୋଦୟ ନେତ୍ରୀଡାକ୍ତର ସଂଘମିତ୍ରା ଗାଡ଼େକର ଆଉ ନାହାଁନ୍ତି।

ଭୁବନେଶ୍ୱର:ମହାତ୍ମା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ ଓ ଓଡ଼ିଶାର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀଙ୍କ ନାତୁଣୀ, ଗାନ୍ଧୀ କଥାକାର ନାରାୟଣ ଦେଶାଇ ଓ ବିପ୍ଳବୀଣୀ ଉତ୍ତରା ଦେଶାଇ(ଚୌଧୁରୀ) ଙ୍କ ସୁକନ୍ୟା, ଗୁଜରାଟର ବେଡଛିସ୍ଥିତ ସମ୍ପୂର୍ଣକ୍ରାନ୍ତି ବିଦ୍ୟାଳୟର ମୁଖ୍ୟା, ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନର ନେତ୍ରୀ,ଡାକ୍ତର ସଂଘମିତ୍ରା ଗାଡେକର ଆଉ ନାହାଁନ୍ତି। ହାର୍ଟ ଆଟାକ କାରଣରୁ ଓପନ ହାର୍ଟ ସର୍ଜରୀ ହେଉଥିବା ବେଳେ ସୁରତର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି। ପେଶାରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଗାଡେକର ଓ ତାଙ୍କ ସ୍ଵାମୀ ପରମାଣୁ ବିଜ୍ଞାନୀ ସୁରେନ୍ଦ୍ର ଗାଡେକର ଦମ୍ପତ୍ତି ଭାରତରେ ପରମାଣୁ ବୋମା ବିରୋଧୀ ଆନ୍ଦୋଳନର ନେତୃତ୍ଵ ନେଉଥିଲେ। ସମ୍ପୂର୍ଣ କ୍ରାନ୍ତି ବିଦ୍ୟାଳୟରେ ଦେଶ ବିଦେଶର ଛାତ୍ର ଯୁବକଙ୍କୁ ଗାନ୍ଧୀ ବିନୋବା ଜୟପ୍ରକାଶ ବିଚାରରେ ଟ୍ରେନିଂ ଦେଉଥିଲେ। ଗୁଜରାଟ ଦଙ୍ଗା ପରେ ଗୁଜରାଟର ଅଞ୍ଜାର ଅଞ୍ଚଳର ମୁସଲମାନ ତନ୍ତୀ ମାନଙ୍କ ମଧ୍ୟରେ ଜୈବିକ ରଙ୍ଗ ଯୁକ୍ତ ଖଦୀ ଉତ୍ପାଦନ କାର୍ଯ୍ୟ ଡାକ୍ତର ଗାଡେକର୍ ଚଳାଇଥିଲେ। ଓଡ଼ିଶାର ବିଖ୍ୟାତ ଚୌଧୁରୀ ପରିବାରର ବଡ ଭାଣିଜୀ ସଂଘମିତ୍ରା, ଯାହାଙ୍କୁ ଅନେକେ ଶ୍ରଦ୍ଧାରେ ପୁଶୁ ଦିଦି ଓ ଉମା ଦିଦି ବୋଲି ଡ଼ାକିଥାନ୍ତି, ତାଙ୍କର ମୃତ୍ୟୁରେ ଗାନ୍ଧୀ ଓ ସର୍ବୋଦୟ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଂଜଳି।

Leave A Comment

All fields marked with an asterisk (*) are required