ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପ୍ରେମିକ ଫେରାର
ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ ; ପ୍ରେମିକ ଫେରାର
ଭୁବନେଶ୍ୱର:କୋରାପୁଟ ଦାମନଯୋଡ଼ି ଥାନା ମାଥାଲପୁଟ ଗାଁର ଜ୍ୟୋତିରେଖା ପରିଡ଼ା ଏମ୍ସିଏ ପାସ୍ କରିଛନ୍ତି। ତାଙ୍କୁ ଭଲ ପାଉଥିଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବଣତୁମ୍ୱ ଗାଁର ପ୍ରିୟ ରଞ୍ଜନ ପାତ୍ର। ଉଭୟଙ୍କ ଭଲ ପାଇବା ଦୀର୍ଘ ଦିନର। କିନ୍ତୁ ଏଥିରେ ପରିବାର ଲୋକେ ରାଜି ନଥିଲେ। ଯେଉଁଥିପାଇଁ ଉଭୟଙ୍କ ପ୍ରେମରେ ସାମାନ୍ୟ ଭଟ୍ଟା ପଡ଼ିଥିଲା। ସେଥିପାଇଁ ଜ୍ୟୋତିରେଖାଙ୍କ ପରିବାର ଲୋକଙ୍କୁ ମିଳୁଥିଲା ଧମକ। ଅଭିଯୋଗ ଅନୁସାରେ ଜ୍ୟୋତିରେଖାଙ୍କୁ ତାଙ୍କ ସମ୍ପର୍କୀୟ ଘର ଭବାନୀପାଟଣାରେ ଛାଡ଼ିଥିଲେ ପରିବାର ଲୋକ। ଗତ ଫେବ୍ରୁଆରୀରେ ପ୍ରିୟରଞ୍ଜନ ଓ ତାଙ୍କର ଦୁଇ ଜଣ ସାଥୀ ଭବାନୀପାଟଣା ଯାଇଥିଲେ। ଆଉ ସେଠାରୁ ଜ୍ୟୋତିରେଖାଙ୍କୁ ଅପହରଣ କରିଥିଲେ। ଅପହରଣ ନେଇ ସେତେବେଳେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।
ଅପହରଣ ପରେ ଜ୍ୟୋତିରେଖାଙ୍କୁ ତାଙ୍କ ନିଜ ଘରକୁ ନେଇନଥିଲେ ପ୍ରିୟ ରଞ୍ଜନ। ରାଜଧାନୀ ଭୁବନେଶ୍ୱରରେ ଏଠି ସେଠି ଘର ଭଡ଼ା ନେଇ ରହୁଥିଲେ। ତେବେ ରାକ୍ଷୀ ପୂର୍ଣ୍ଣିମାଠାରୁ ଉଭୟରେ ଖଣ୍ଡଗିରିରେ ଥିବା ଏକ ଆପାର୍ଟମେଣ୍ଟର ଆଉଟ୍ହାଉସରେ ରହୁଥିଲେ। ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ ଜ୍ୟୋତିରେଖା ଓ ତାଙ୍କ ପ୍ରେମିକ ପ୍ରିୟଙ୍କୁ ଦିନ ବେଳାରେ କେବେ ଦେଖିବାକୁ ପାଆନ୍ତି ନାହିଁ। ତେବେ ଗୁରୁବାର ରାତିରେ ଆପାର୍ଟମେଣ୍ଟ ସୋଶାଇଟି ମେମ୍ୱରମାନେ ଆଉଟ୍ହାଉ