Search for:
  • Home/
  • ରାଜ୍ୟ/
  • କ୍ୟାନସର ରୋଗୀଙ୍କ ପାଇଁ କେଶ ଦାନ କଲେ ଲିଜା

କ୍ୟାନସର ରୋଗୀଙ୍କ ପାଇଁ କେଶ ଦାନ କଲେ ଲିଜା

Spread the love

Loading

କ୍ୟାନସର ରୋଗୀଙ୍କ ପାଇଁ କେଶ ଦାନ କଲେ ଲିଜା

ଭୁବନେଶ୍ୱର:ଟିଭିରେ ଦିନେ କ୍ୟାନସର ରୋଗୀଙ୍କ ମାନସିକ ଅବସାଦ ଦୂର ପାଇଁ ଚୁଟି ଦାନ କରାଯାଉଥିବା ଜାଣିବା ପରେ ଦୁଇବର୍ଷ ତଳୁ ଚୁଟି ଦାନ କରିବା ପାଇଁ ମନେ ମନେ ସ୍ଥିର କରି ନେଇଥିଲେ ଲିଜା । ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ଗମ୍ଭାରିପଦା ଗ୍ରାମର ମାୟାଧର ନାୟକ ଓ ବିଷ୍ଣୁପ୍ରିୟାଙ୍କ ମଝିଆଁ ଝିଅ ଲିଜା ନାୟକ । ଘରଲୋକ ପ୍ରଥମେ ପ୍ରଥମେ ମନା କରୁଥିଲେ ବି ତାଙ୍କର ଆଗ୍ରହ ଦେଖି ସହମତି ଦେଇଥିଲେ । ସ୍ନାତକ ଶିକ୍ଷା ଶେଷ ପରେ ଲିଜା ଏବେ କମ୍ପିଟିଟିଭ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । କେଶ ଦାନ କରିବା ପାଇଁ ଉପଯୁକ୍ତ ସାଇଜ ହେବା ପରେ ଗାଁରୁ ଭୁବନେଶ୍ୱର ଆସି କେଶ ଦାନ କରିଛନ୍ତି ଲିଜା । ସୂଚନାଯୋଗ୍ୟ ଯେ ଏହି ଦାନ କେଶ ରୁ ୱିଗ ତିଆରି କରି କ୍ୟାନସର ରୋଗୀ ମାନଙ୍କୁ ଦିଆଯାଇଥାଏ । କେମୋ ଚିକିତ୍ସା ଯୋଗୁ ଚୁଟି ଝଡ଼ିବା ସମସ୍ୟାରୁ ହେଉଥିବା ମାନସିକ ଦୁଶ୍ଚିନ୍ତା ଦୂର କରିବା ନିମନ୍ତେ ଏହା ସହାୟକ ହୋଇଥାଏ । ଲିଜାଙ୍କ ଏହି ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷ ଶୁଭେଚ୍ଛା ଜଣାଇଛନ୍ତି । ସେ ଜଣେ ଭଲ ପ୍ରଶାସନିକ ଅଧିକାରୀ ହେବାର ଲକ୍ଷ୍ୟ ରଖିଛନ୍ତି। ଚୁଟି ଦାନ କରି ସେ ବହୁତ ଖୁସି ଅଛନ୍ତି ବୋଲି ଜଣାଇଛନ୍ତି ଏବଂ ଭବିଷ୍ୟତରେ ଚୁଟି ବଡ଼ ହୋଇଗଲେ ଆଉଥରେ ଚୁଟି ଦାନ କରିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି ।

Leave A Comment

All fields marked with an asterisk (*) are required