ବାଇଁଆଙ୍କ ଶକ୍ତି ଆଗରେ ଅନନ୍ତ (ବୁନୁ) ଜିରୋ ।
ଭୁବନେଶ୍ୱର: ସେମିତି କୌଣସି ବିଶେଷ ଯୋଗ୍ୟତା ନ ଥାଇ ଦୁଇ ଦୁଇ ଥର ଭୁବନେଶ୍ୱରର ମେୟର । ତା’ ପରେ ସମ୍ମାନଜନକ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ ହାତେଇ ବିଧାୟକ । ଏଠି ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ଅନନ୍ତ ନାରାୟଣ ଜେନା ଓରଫ୍ ବୁନୁଙ୍କୁ ବିଧାୟକ ଟିକେଟ୍ ମିଳିବାର ନ ଥିଲା । ମାତ୍ର କୌଣସି ଅଦୃଶ୍ୟ ଶକ୍ତିର ବଳରେ ଟିକେଟ୍ ପାଇଁ ଜିଦ୍ ଧରି ବସିଥିଲେ ବୁନୁ । ବିଜେଡି ନେତୃତ୍ୱ ତାଙ୍କୁ ଖୁସି କରାଇବାକୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ଦେଇଥିଲେ । ପରେ ପରେ କ୍ୟାବିନେଟ୍ ପାହ୍ୟାର ବିଡିଏ ଅଧ୍ୟକ୍ଷ ପଦ ତାଙ୍କ ପାଇଁ ସୃଷ୍ଟି କରାଗଲା । ମାତ୍ର ବୁନୁ ଅତି ସନ୍ତର୍ପଣ ସହକାରେ ସେସବୁକୁ ପ୍ରତ୍ୟାଖାନ କଲେ । ନବୀନ ନିବାସରେ ସାର୍ଟ କୋଲାର୍ ଟେକି ବୁଲିଲେ । ସାମ୍ବାଦିକମାନଙ୍କୁ କହିଲେ, ମୁଁ ଅଲବତ୍ ଟିକେଟ ନେବି । ଆଉ ତାଙ୍କ ଜିଦ୍ ରହିଲା ବି । ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ୍ ନେଇ ଏମଏଲଏ ହୋଇଗଲେ ବୁନୁ । ୨୦୧୯ରେ ବୁନୁ ଖଟାଇଥିବା କୌଶଳ ଏଥର ବି ଖଟାଇ ଦ୍ୱିତୀୟ ଥର ଏମଏଲଏ ହେବା ନିଶାରେ ଅଛନ୍ତି । ତାଙ୍କ ଟିକେଟ୍ କଟିବ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେହି କୌଶଳକୁ ଧରି ଆଗକୁ ମାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି । ହେଲେ ଏଥର ତାଙ୍କ ବାଟରେ କଣ୍ଟା ହୋଇଛନ୍ତି ଅମରେଶ ଜେନା ଓରଫ୍ ବାଇଁଆ । ଭୁବନେଶ୍ୱରର ଏହି ପୁରୁଖା ତଥା ଅଭିଜ୍ଞ କର୍ପୋରେଟର ରାଜ୍ୟ ବିଜେଡିର ଜଣେ ଟାଣୁଆ ଯୁବ ଚେହେରା । ଭୁବନେଶ୍ୱର ବିଜେଡି ସଂଗଠନରେ ତାଙ୍କର ପ୍ରବଳ ଦବଦବା ଅଛି । ଦୀର୍ଘ ୨୫ ବର୍ଷ ଧରି ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ବାଇଁଆ ଏଥର କିନ୍ତୁ ନଛୋଡ଼ବନ୍ଧା ସଫା ସଫା ଶୁଣାଇ ଦେଇଛନ୍ତି, ‘ମୁଁ ନୁହେଁ ତ ବୁନୁ ନୁହେଁ’ । ବୁନୁ ଟିକେଟ୍ ପାଇଲେ ଅନ୍ୟତମ ଟିକେଟ୍ ଦାବିଦାର ତଥା ଯୁବ ସଂଗଠକ ଓ ସମାଜସେବୀ ରୁଦ୍ର ସାମନ୍ତରାୟକଙ୍କ ସହ ମିଶି ସେ ତାହାକୁ ବିରୋଧ କରିବେ ଏବଂ ଦୁଇଜଣଙ୍କ ଭିତରୁ ଜଣେ କିଏ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି । ଏହିକ୍ରମରେ ବୁନୁଙ୍କ ବିରୋଧରେ ବାଇଁଆ ଓ ରୁଦ୍ର ଏକାଠି ହୋଇଛନ୍ତି । ବଡ଼କଥା ହେଉଛି, ବାଇଁଆଙ୍କ ଚାପରେ ବୁନୁ ଏକପ୍ରକାର ଚେପା ଅବସ୍ଥାରେ ଅଛନ୍ତି । ବାଇଁଆଙ୍କୁ ମନେଇବାକୁ ଗତ ସପ୍ତାହରେ ବୁନୁ ତାଙ୍କ ଘର ଏବଂ ଅଫିସକୁ ଯାଇଥିଲେ ମଧ୍ୟ ବାଇଁଆ ତାଙ୍କୁ ଭେଟିବା ପାଇଁ ରୋକଠୋକ ମନା କରିଦେଇଥିଲେ । କୌଣସି ପରିସ୍ଥିତିରେ ବୁନୁଙ୍କ ସହ ସାଲିସର ପ୍ରଶ୍ନ ଉଠୁନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି । ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନେତୃତ୍ୱ ପ୍ରତି ସେ କିନ୍ତୁ ପୂର୍ଣ୍ଣ ଆସ୍ଥା ରଖିଛନ୍ତି । ବୁନୁଙ୍କ ପାଇଁ ସେ ବିଜେଡି ଛାଡ଼ିବେ ନାହିଁ ବୋଲି ମଧ୍ୟ ଜଣାଇ ଦେଇଛନ୍ତି । ସମ୍ମାନଜନକ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଟିକେଟ ହାତେଇ ବିଧାୟକ । ଏଠି ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ଅନନ୍ତ ନାରାୟଣ ଜେନା ଓରଫ୍ ବୁନୁଙ୍କୁ ବିଧାୟକ ଟିକେଟ୍ ମିଳିବାର ନ ଥିଲା । ମାତ୍ର କୌଣସି ଅଦୃଶ୍ୟ ଶକ୍ତିର ବଳରେ ଟିକେଟ୍ ପାଇଁ ଜିଦ୍ ଧରି ବସିଥିଲେ ବୁନୁ । ବିଜେଡି ନେତୃତ୍ୱ ତାଙ୍କୁ ଖୁସି କରାଇବାକୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ଦେଇଥିଲେ । ପରେ ପରେ କ୍ୟାବିନେଟ୍ ପାହ୍ୟାର ବିଡିଏ ଅଧ୍ୟକ୍ଷ ପଦ ତାଙ୍କ ପାଇଁ ସୃଷ୍ଟି କରାଗଲା । ମାତ୍ର ବୁନୁ ଅତି ସନ୍ତର୍ପଣ ସହକାରେ ସେସବୁକୁ ପ୍ରତ୍ୟାଖାନ କଲେ । ନବୀନ ନିବାସରେ ସାର୍ଟ କୋଲାର୍ ଟେକି ବୁଲିଲେ । ସାମ୍ବାଦିକମାନଙ୍କୁ କହିଲେ, ମୁଁ ଅଲବତ୍ ଟିକେଟ ନେବି । ଆଉ ତାଙ୍କ ଜିଦ୍ ରହିଲା ବି । ଭୁବନେଶ୍ୱର ମଧ୍ୟ ଆସନରୁ ଟିକେଟ୍ ନେଇ ଏମଏଲଏ ହୋଇଗଲେ ବୁନୁ ।
୨୦୧୯ରେ ବୁନୁ ଖଟାଇଥିବା କୌଶଳ ଏଥର ବି ଖଟାଇ ଦ୍ୱିତୀୟ ଥର ଏମଏଲଏ ହେବା ନିଶାରେ ଅଛନ୍ତି । ତାଙ୍କ ଟିକେଟ୍ କଟିବ ବୋଲି ବହୁ ପୂର୍ବରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ସେହି କୌଶଳକୁ ଧରି ଆଗକୁ ମାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି । ହେଲେ ଏଥର ତାଙ୍କ ବାଟରେ କଣ୍ଟା ହୋଇଛନ୍ତି ଅମରେଶ ଜେନା ଓରଫ୍ ବାଇଁଆ । ଭୁବନେଶ୍ୱରର ଏହି ପୁରୁଖା ତଥା ଅଭିଜ୍ଞ କର୍ପୋରେଟର ରାଜ୍ୟ ବିଜେଡିର ଜଣେ ଟାଣୁଆ ଯୁବ ଚେହେରା । ଭୁବନେଶ୍ୱର ବିଜେଡି ସଂଗଠନରେ ତାଙ୍କର ପ୍ରବଳ ଦବଦବା ଅଛି । ଦୀର୍ଘ ୨୫ ବର୍ଷ ଧରି ଦଳର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଥିବା ବାଇଁଆ ଏଥର କିନ୍ତୁ ନଛୋଡ଼ବନ୍ଧା ।
ସଫା ସଫା ଶୁଣାଇ ଦେଇଛନ୍ତି, ‘ମୁଁ ନୁହେଁ ତ ବୁନୁ ନୁହେଁ’ । ବୁନୁ ଟିକେଟ୍ ପାଇଲେ ଅନ୍ୟତମ ଟିକେଟ୍ ଦାବିଦାର ତଥା ଯୁବ ସଂଗଠକ ଓ ସମାଜସେବୀ ରୁଦ୍ର ସାମନ୍ତରାୟକଙ୍କ ସହ ମିଶି ସେ ତାହାକୁ ବିରୋଧ କରିବେ ଏବଂ ଦୁଇଜଣଙ୍କ ଭିତରୁ ଜଣେ କିଏ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଚେତାବନୀ ଦେଇଛନ୍ତି । ଏହିକ୍ରମରେ ବୁନୁଙ୍କ ବିରୋଧରେ ବାଇଁଆ ଓ ରୁଦ୍ର ଏକାଠି ହୋଇଛନ୍ତି ।
ବଡ଼କଥା ହେଉଛି, ବାଇଁଆଙ୍କ ଚାପରେ ବୁନୁ ଏକପ୍ରକାର ଚେପା ଅବସ୍ଥାରେ ଅଛନ୍ତି । ବାଇଁଆଙ୍କୁ ମନେଇବାକୁ ଗତ ସପ୍ତାହରେ ବୁନୁ ତାଙ୍କ ଘର ଏବଂ ଅଫିସକୁ ଯାଇଥିଲେ ମଧ୍ୟ ବାଇଁଆ ତାଙ୍କୁ ଭେଟିବା ପାଇଁ ରୋକଠୋକ ମନା କରିଦେଇଥିଲେ । କୌଣସି ପରିସ୍ଥିତିରେ ବୁନୁଙ୍କ ସହ ସାଲିସର ପ୍ରଶ୍ନ ଉଠୁନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି । ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନେତୃତ୍ୱ ପ୍ରତି ସେ କିନ୍ତୁ ପୂର୍ଣ୍ଣ ଆସ୍ଥା ରଖିଛନ୍ତି । ବୁନୁଙ୍କ ପାଇଁ ସେ ବିଜେଡି ଛାଡ଼ିବେ ନାହିଁ ବୋଲି ମଧ୍ୟ ଜଣାଇ ଦେଇଛନ୍ତି ।
ସେପଟେ ବୁନୁ ତାଙ୍କ ନିଜସ୍ୱ କୌଶଳ ପ୍ରୟୋଗରେ ନିରାଶ ହୋଇ କିଛି ପ୍ରଭାବଶାଳୀ ନେତାଙ୍କ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କ ପାଖରେ ନିଜ ସପକ୍ଷରେ ଲବି ପାଇଁ ସେମାନଙ୍କ ସହଯୋଗ ଲୋଡ଼ିଛନ୍ତି । ତେବେ ଏହା ବୁନୁଙ୍କ ପାଇଁ ବୁମେରାଂ ହୋଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ଏଭଳି ଲବିରେ ବାଇଁଆ ବୁନୁଙ୍କ ବହୁ ପଛରେ ଥିଲେ ମଧ୍ୟ ଲୋକ ବଳ ଧରି ସେ ଆଗକୁ ବଢ଼ୁଛନ୍ତି ।
ଏଣେ ବୁନୁଙ୍କ ବିରୋଧରେ ବାଇଁଆଙ୍କର ଖୋଲା ଚାଲେଂଜ୍ ଦଳୀୟ ନେତୃତ୍ୱଙ୍କୁ ଚିନ୍ତାରେ ପକାଇ ଦେଇଛି । ଉଭୟଙ୍କ ମଧ୍ୟରେ ଛକାପଂଝା ଯୋଗୁଁ ଭୁବନେଶ୍ୱର ମଧ୍ୟ ଆସନର ପ୍ରାର୍ଥୀ ଘୋଷଣା ଅଟକି ରହିଛି । ସେଠି ଜଣେ ତୃତୀୟ ବ୍ୟକ୍ତି ପ୍ରାର୍ଥୀ ହେବା ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ରାଜନୈତିକ ଖଟିରେ ଆଲୋଚନା ହେଉଛି ।ଏଭଳି ସ୍ଥିତିରେ ଉଭୟ ବୁନୁ ଏବଂ ବାଇଁଆ ହାଇକମାଣ୍ଡଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଆଜି ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ଦେବା ଆଳରେ ବୁନୁ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଏକ ସମାବେଶ କରିଥିବା ବେଳେ ବାଇଁଆ ପୁରୁଣା ଷ୍ଟେସନ୍ ବଜାର ଛକରେ ପାଖାପାଖି ୩ ହଜାର କର୍ମୀଙ୍କୁ ଧରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ପୂର୍ବରୁ ବାଇଁଆ କଳ୍ପନା ଛକ ନିକଟରେ ଏକ ବିଶାଳ ବନ୍ଧୁ ମିଳନ ଜରିଆରେ ୧୦ ହଜାରରୁ ଅଧିକ ସମର୍ଥକଙ୍କୁ ଏକାଠି କରି ନିଜର ଶକ୍ତି ଦେଖାଇଥିଲେ ।