Search for:
  • Home/
  • ରାଜ୍ୟ/
  • ବିରୋଧୀ କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି’

ବିରୋଧୀ କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି’

Spread the love

Loading

ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ସଭା ନାଁରେ ସେ ନିଜର ଦମ୍ ଦେଖାଇବାକୁ ଚେଷ୍ଠା କରିଥିଲେ ।

 

ଭୁବନେଶ୍ୱର:କିଚକ ବାହୁବଳେ ବିରାଟ ରାଜା’ ଭଳି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା (ବୁନୁ) ଅଶୋକ, ସୁର, ବିଭୂତି ଓ ରାଜୁଙ୍କ ବଳରେ ନିଜର ଶକ୍ତି ପ୍ରଦର୍ଶନ କରିବା ଏବେ ରାଜଧାନୀରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଲୋକେ ଟାହି ଟାପରା କରି କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି…..’ ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଲକ୍ଷ୍ମୀସାଗର ମେଲଣ ପଡିଆରେ ଅନନ୍ତ ନାରାୟଣ ଜେନା ଶକ୍ତି ପ୍ରଦର୍ଶନ କରିଥିଲେ । ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମ୍ବର୍ଦ୍ଧନା ସଭା ନାଁରେ ସେ ନିଜର ଦମ୍ ଦେଖାଇବାକୁ ଚେଷ୍ଠା କରିଥିଲେ । ଅମରେଶ ଜେନା ଓରଫ ବାଇଁଆ ନିର୍ବାଚନ ମଣ୍ଡଳୀରେ ବାରମ୍ବାର ଶକ୍ତି ପ୍ରଦର୍ଶନ, ସମାବେଶ ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ବୁନୁଙ୍କ ନିଦ ହଜାଇବା ପରେ ଆଜି ସେ ଏଭଳି ପ୍ରୟାସ କରିଥିଲେ । ମାତ୍ର ଏକୁଟିଆ ଶକ୍ତି ପ୍ରଦର୍ଶନ କରିବାକୁ ସାହାଶ ଜୁଟାଇ ପାରିନଥିଲେ । ସାଙ୍ଗରେ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ମେୟର ସୁଲୋଚନା ଦାସ ଭଳି ଅନେକ ନେତାଙ୍କୁ ମଧ୍ୟ ନେଇଥିଲେ ।

ଏହି ସଭାକୁ ସଫଳ କରିବା ସହ ନିଜର ଶକ୍ତି ଦେଖାଇବା ଲାଗି ନିର୍ବାଚନ ମଣ୍ଡଳୀ ବାହାରୁ ହଜାର ହଜାର ଲୋକଙ୍କୁ ଅଣାଯାଇଥିଲା । ଜଟଣୀରୁ ସୁର ରାଉତରାୟ, ବିଭୂତି ବଳବନ୍ତରାୟ, କାଟକପୁର ରାଜୁ ମଲ୍ଲିକ ଓ ଏକାମ୍ରରୁ ଅଶୋକ ପଣ୍ଡାଙ୍କ ସମର୍ଥକଙ୍କୁ ବସ୍ ଯୋଗେ ସଭାସ୍ଥଳକୁ ଅଣାଯାଇଥିଲା । ମଧ୍ୟ ନିର୍ବାଚନ ମଣ୍ଡଳୀରୁ ଆସିଥିବା ଲୋକଙ୍କ ସଂଖ୍ୟା ନଗନ୍ୟ ଥିଲା । ସର୍ବାଧିକ ଲୋକ ଅଶୋକ ପଣ୍ଡା, ସୁର ରାଉତରାୟ ଓ ବିଭୂତିଙ୍କ ନିର୍ବାଚନ ମଣ୍ଡଳିରୁ ଆସିଥିଲେ । ଜଟଣୀରୁ ୧୨ଟି ବସ୍‌, କାକଟପୁର ୫, ଏକାମ୍ରରୁ ୧୦ଟି ବସ୍ ସମେତ ଅନ୍ୟାନ୍ୟ ଗାଡିରେ ଲୋକଙ୍କୁ ବୁହାଯାଇଥିଲା । ବିଶେଷ କରି ଏହି ସଭା କାର୍ଯ୍ୟଟି ମନ୍ମଥଙ୍କ ଉଦ୍ୟମରେ କରାଯାଇଥିଲା । ଏଥିପାଇଁ ସମସ୍ତ ଖର୍ଚ୍ଚ ମଧ୍ୟ ମନ୍ମଥ କରିଥିବା ତାଙ୍କ ବାପା ସୁର ରାଉତରାୟଙ୍କ ସମର୍ଥକମାନେ କହୁଛନ୍ତି ।

ଲକ୍ଷ୍ମୀସାଗରେ କରାଯାଇଥିବା ସଭାକୁ ମଧ୍ୟ ନିର୍ବାଚନ ମଣ୍ଡଳୀ ବାହାରୁ ଲୋକ ଆସିବା ଓ ଖର୍ଚ୍ଚ ମନ୍ମଥ କରିବା ଦର୍ଶାଉଛି ଯେ, ବୁନୁ ଏଠି ‘ବିରାଟ ରାଜା’ ସାଜିଥିବା ବେଳେ ଏହା ପଛରେ ଅଶୋକ, ସୁର, ବିଭୂତି ଓ ରାଜୁ ‘କିଚକ’ ଭଳି ବଳ ଯୋଗାଇଛନ୍ତି । ନିଜର ବଳ ନଥାଇ ଅନ୍ୟ ବଳରେ ଦମ୍ ଦେଖାଇବା ପରେ ବୁନୁଙ୍କୁ ଏବେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । ବିରୋଧୀ କହୁଛନ୍ତି ‘ମୋର ସିନା ନିଶ ନାହିଁ, ହେଲେ ମୋ ଭାଇର ଅଛି’ । ଏହା ଉକ୍ତିଟି ବୁନୁଙ୍କ ଉର୍ଦ୍ଦେଶ୍ୟରେ କୁହାଯାଉଥିବା ସ୍ପଷ୍ଟ ବାରିହୋଇପଡୁଛି ।

Leave A Comment

All fields marked with an asterisk (*) are required