Search for:
  • Home/
  • ରାଜ୍ୟ/
  • ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ

Spread the love

Loading

ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣା: ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଉତ୍ତରକାଶୀ: ତ୍ତରକାଶୀ ଟନେଲରୁ ଆଜି ଆସିଛି ବଡ଼ ଖବର । ଦୀର୍ଘ ୧୭ ଦିନ ଧରି ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି। ତେବେ ରେସ୍କ୍ୟୁ ଅପରେସନରେ ସାମିଲ ଥିବା ସମସ୍ତ କର୍ମଚାରୀଙ୍କୁ ଓ ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟକୁ ସାରା ଦେଶ ଭୁରିଭୁରି ପ୍ରଶଂସା କରୁଛି।

ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ କରିଛନ୍ତ ରାଷ୍ଟ୍ରପତି । ଉଦ୍ଧାର କାର୍ଯ୍ୟରେ ସାମିଲ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କ ଧୈର୍ଯ୍ୟ ଓ ସ୍ଥିରତାକୁ ଦେଶ ସାଲ୍ୟୁଟ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସେହିପରି ରେସ୍କ୍ୟୁ ଅପରେସନ୍‌ର ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ସମସ୍ତଙ୍କୁ ଭାବବିହ୍ବଳ କଲା ଭଳି ସମୟ। ଫସିଥିବା ଶ୍ରମିକଙ୍କ ସାହସ ଓ ଧୈର୍ଯ୍ୟ ପ୍ରେରଣା ଦାୟକ ।ସାହସ ଓ ସଂକଳ୍ପର ଶକ୍ତି ନୂତନ ଜୀବନ ଦେଇଛି ବୋଲି ପ୍ରଧନାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Leave A Comment

All fields marked with an asterisk (*) are required