୨.୩୪କୋଟି ଟଙ୍କା ମଞ୍ଜୁର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବାରିପଦା ପୌରପରିଷଦ
ଧର୍ମାନୁଷ୍ଠାନ ଓ ଗୋଷ୍ଠୀ କେନ୍ଦ୍ର ପାଇଁ
ହାତ ଖୋଲିଦେଲେ ରାଜ୍ୟସରକାର
୨.୩୪କୋଟି ଟଙ୍କା ମଞ୍ଜୁର
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବାରିପଦା ପୌରପରିଷଦ
ବାରିପଦା, ୨୫।୧୧:ବାରିପଦା ପୌରପାଳିକାର ସମସ୍ତ ୨୮ ଗୋଟି ୱାର୍ଡ ମାନଙ୍କରେ ସ୍ଥିତ ମଠ ମନ୍ଦିର, ଧର୍ମାନୁଷ୍ଠାନର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମେତ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର (କମ୍ୟୁନିଟି ସେଣ୍ଟର) ଗୃହ ନିର୍ମାଣ ପାଇଁ ମୁଖମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ଏନେଇ ବାରିପଦା ପୌରପାଳିକା କାର୍ଯ୍ୟାଳୟ ଠାରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୌରପରିଷଦ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିୟାନ ଗତ ମାର୍ଚ୍ଚ ଓ ଅଗଷ୍ଟ ମାସରେ ଜିଲ୍ଲା ଗସ୍ତ ଆସିଥିଲେ। ଏହି ସମୟରେ ବାରିପଦା ପୌରପାଳିକା ଅନ୍ତର୍ଗତ ମଠ ମନ୍ଦିର ସମେତ ବିଭିନ୍ନ ସମ୍ପ୍ରଦାୟ ଧର୍ମାନୁଷ୍ଠାନ ଗୁଡିକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ତଥା ସୌନ୍ଦର୍ଯ୍ୟକରଣ ନିମନ୍ତେ
ସ୍ଥାନୀୟ ଜନସାଧାରଣ ଓ ପୌରପାଳିକା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା। ବାରିପଦାବାସୀଙ୍କ ଉଦ୍ବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସତନ୍ତ୍ର ସହାୟତା ଯୋଜନାରେ ୨କୋଟି ୩୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି।
ସେ ଗୁଡିକ ହେଲା ୱାର୍ଡ ନମ୍ବର ୫ ଓ ୧୬୭ର ମା ମଙ୍ଗଳା ମନ୍ଦିର, ମଧୁବନର ବଳଙ୍ଗେଶ୍ୱର ମହାଦେବ ମନ୍ଦିର, ୱାର୍ଡ ନମ୍ବର ୨୭ର ମା’ ତାରିଣୀ ମନ୍ଦିର, ୱାର୍ଡ ନମ୍ବର ୭ର ବାବା ବେଳେଶ୍ୱର ଶିବ ମନ୍ଦିର, ୱାର୍ଡ ନମ୍ବର ୧ର ଜଳେଶ୍ବର ମନ୍ଦିର, ୱାର୍ଡ ନମ୍ବର ୨୭ର ଶିବ ମନ୍ଦିର, ବାବୁସାହିର ବୁଢ଼ାବାବା ଶିବ ମନ୍ଦିର, ରଘୁନାଥପୁର ଶିବ ମନ୍ଦିର ଆଦିର ପୁନରୁଦ୍ଧାର ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ସେହିପରି ୱାର୍ଡ ନମ୍ବର ୨୫ର ରାମେଶ୍ୱର ମହାଦେବ ମନ୍ଦିର, ୱାର୍ଡ ନମ୍ବର ୨୩ର ଶିବ ଓ ଲକ୍ଷ୍ମୀ ନାରାୟଣ ମନ୍ଦିର, ୱାର୍ଡ ନମ୍ବର ୧୧ର ଗ୍ରାମ ଦେବତୀ ମନ୍ଦିର, ୱାର୍ଡ ନମ୍ବର ୧୬, ୨୩, ୧୫ ଏବଂ ୧୪ର ଇମାମବାଡ଼ା, ୱାର୍ଡ ନମ୍ବର ୧୨ର ଶ୍ରୀ ଶ୍ରୀ କେଶବଚନ୍ଦ୍ର ଉପାସନା ସ୍ଥଳୀ, ଷ୍ଟେସନ ବଜାର ସ୍ଥିତ ହନୁମାନ ମନ୍ଦିର, ୱାର୍ଡ ନମ୍ବର ୧ର ଗ୍ରାମଦେବୀ ଉଡିପାଟ ମନ୍ଦିର, ୱାର୍ଡ ନମ୍ବର ୧୪ର ସୁନି ମସଜିଦ, ୱାର୍ଡ ନମ୍ବର ୨୮ର ଶିବ ମନ୍ଦିର, ୱାର୍ଡ ନମ୍ବର ୨୭ର ପୁନରୁଦ୍ଧାର ନିମନ୍ତେ ୩ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି। ୱାର୍ଡ ନମ୍ବର ୨୩ ଭିଆରପି କଲୋନୀର ଜଗନ୍ନାଥ ଓ ଶିବ ମନ୍ଦିର, ୱାର୍ଡ ନମ୍ବର ୨୩ର ହନୁମାନ ଓ ଶିବ ମନ୍ଦିର, ୱାର୍ଡ ନମ୍ବର ୫ର ଗାୟତ୍ରୀ ମନ୍ଦିର ପାଇଁ ୪ଲକ୍ଷ ଲେଖାଏଁ ଟଙ୍କା। ୱାର୍ଡ ନମ୍ବର ୧୫ର ଲାଲପାଡ଼ ଓ ସାଲପାଡ, ୱାର୍ଡ ନମ୍ବର ୨୨ର ଇମାମବାଡ଼ା, ୱାର୍ଡ ନମ୍ବର ୧୦ର ଭଂଜେଶ୍ୱର ମନ୍ଦିର, ୱାର୍ଡ ନମ୍ବର ୧ର ପଞ୍ଚାନନ ମନ୍ଦିର, ୱାର୍ଡ ନମ୍ବର ୯ର ଗୁରୁଦ୍ୱାରା ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ଏବଂ ୱାର୍ଡ ନମ୍ବର ୮ର ଚୈତନ୍ୟ ପୀଠ ପାଇଁ ୬ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ୱାର୍ଡ ନମ୍ବର ୬ର ରଘୁନାଥ ଜୀଉ ମଠ, ୱାର୍ଡ ନମ୍ବର ୨୨ହରିହର ମନ୍ଦିର ପାଇଁ ୭ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ୱାର୍ଡ ନମ୍ବର ୨ର ଜଗନ୍ନାଥ ମନ୍ଦିର ଓ ମା ଅର୍ଣ୍ଣପୂର୍ଣ୍ଣସ୍ୱରି ମନ୍ଦିର, ୱାର୍ଡ ନମ୍ବର ୨୭ ବନବିହାରୀ ମନ୍ଦିର ପାଇଁ ୮ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ସାନ ଜଗନ୍ନାଥ ମନ୍ଦିରର ମାଉସୀ ମା ମନ୍ଦିର ପାଇଁ ୧୦ଲକ୍ଷ ଟଙ୍କା, ବଡ଼ବଜାର ସ୍ଥିତ ଗୌରାଙ୍ଗ ମନ୍ଦିର ପାଇଁ ୧୨ଲକ୍ଷ ଟଙ୍କା ଏବଂ ସାନ ଜଗନ୍ନାଥ ମନ୍ଦିର ପାଇଁ ୨୦ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି।
ସେହିପରି ବାରିପଦା ପୌରପାଳିକାରେ ବିଭିନ୍ନ ସ୍ଥାନରେ କମ୍ୟୁନିଟି ସେଣ୍ଟର ନୂତନ ଭାବେ ନିର୍ମାଣ ହେବ। ଉକ୍ତ କମ୍ୟୁନିଟି ସେଣ୍ଟର ମଧ୍ୟରେ ଈସ୍କନ ଧର୍ମାଲମ୍ବୀଙ୍କ ନିମନ୍ତେ ୭ଲକ୍ଷ ଟଙ୍କା, ୱାର୍ଡ ନମ୍ବର ୨୭ ନିମନ୍ତେ ୩ଲକ୍ଷ ଟଙ୍କା, କୁମ୍ଭାର ସମାଜ, କରତବସା, କୁମାର୍ସ କ୍ଲବ, ଦେବେନ୍ଦ୍ର ପୁର ସାଇ ମନ୍ଦିର, ଶ୍ରୀପଦଗଞ୍ଜ ଏବଂ ମହିଳା ପ୍ରଧାନ କ୍ଷେତ୍ରୀୟ ବଚତ ଯୋଜନାର ଏଜେଣ୍ଟଙ୍କ ନିମନ୍ତେ ୫ଲକ୍ଷ ଟଙ୍କା ଲେଖାଏଁ ରହିଛି। ସାମ୍ବାଦିକ ଭବନ
କୁଡୁମି ସମାଜ ଏବଂ ଭୂୟାଁ ସମ୍ପ୍ରଦାୟର କମ୍ୟୁନିଟି ସେଣ୍ଟର ପାଇଁ ୧୦ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଥିବା ନେଇ ସୂଚନା ପ୍ରଦାନ କରାଯାଇଛି। କିଛି ଦିନ ପୂର୍ବେ ବାରିପଦା ସହରର ମା’ ଅମ୍ବିକା ମନ୍ଦିରର ସୌନ୍ଦର୍ଯ୍ୟକରଣ ନିମନ୍ତେ ୫୦ ଲକ୍ଷ ଟଙ୍କା ଏବଂ ରାଧାମୋହନ ମନ୍ଦିରର ମରାମତି ଓ ପୁନଃରୁଦ୍ଧାର ନିମନ୍ତେ ୨୫ ଲକ୍ଷ ଟଙ୍କା ଅନୁମୋଦନ କରିଯାଇଥିଲା। ଏହା ପୂର୍ବରୁ ବାରିପଦା ସହରର ବିଭିନ୍ନ ଧର୍ମାନୁଷ୍ଠାନ, କମ୍ୟୁନିଟି ସେଣ୍ଟର ଏବଂ ଶ୍ମଶାନ ନିମନ୍ତେ ଦେଢ କୋଟିରୁ ଉର୍ଦ୍ଧ୍ବ ଅର୍ଥ ମଞ୍ଜୁର ପରେ ନିର୍ମାଣ କାର୍ଯ୍ୟ ଆରମ୍ ହୋଇସାରିଛି।
ଉକ୍ତ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲା ନିମନ୍ତେ ସମୁଦାୟ ୪କୋଟି ୧ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ବାରିପଦା ପୌରପାଳିକା ପାଇଁ ୨କୋଟି ୩୪ଲକ୍ଷ ଟଙ୍କା ରହିଛି। ଏଥି ସହିତ ଉକ୍ତ ଅର୍ଥରାଶିରେ ଉପର ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ ନାହିଁ ପୌରପାଳିକା ପକ୍ଷରୁ ନିଜସ୍ୱ ପାଣ୍ଠିରୁ ଅତିରିକ୍ତ ଅନୁଦାନ ଯୋଗାଇ କାର୍ଯ୍ୟର ସମ୍ପୂର୍ଣ୍ଣ କରାଯିବ ବୋଲି ନଗରପାଳ ଶ୍ରୀ ମହାନ୍ତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏନେଇ ବାରିପଦା ସହରରେ ଖୁସିର ବାତାବରଣ ଖେଳିଯାଇଛି। ହଜାର ହଜାର ଶ୍ରଦ୍ଧାଳୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କର ଭାବନାକୁ ସମ୍ମାନ ଜଣାଇଥିବାରୁ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଉନ୍ନତି କଳ୍ପେ ଅର୍ଥ ମଞ୍ଜୁର କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିୟାନ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ରାଜ୍ୟ ବିଜୁ ଜନତା ଦଳ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ବାରିପଦା ବାସୀଙ୍କ ତରଫରୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପନଗରପାଳ ସୀମାଦାସ ଏବଂ ସମସ୍ତ କାଉନସିଲର ଗଣ କୃତଜ୍ଞତା ଜ୍ଞାପନ କରିଛନ୍ତି।