Search for:

ଘରେ ନ ପଶୁଣୁ ବାଜିଲା ଚାଳ।

Spread the love

Loading

ଭୁବନେଶ୍ୱର:ଘରେ ନ ପଶୁଣୁ ବାଜିଲା ଚାଳ। ବିଦ୍ୟାଳୟରେ ସରକାରଙ୍କ ଶିଶୁ ବାଟୀକା ଆରମ୍ଭ ପ୍ରସ୍ତୁତି ପୂର୍ବରୁ ବଡ଼ ଝଟକା। ଶିଶୁ ବାଟିକାରେ ପିଲାଙ୍କୁ ପଢ଼ାଇ ପାରିବୁ ନାହିଁ ବୋଲି ଖୋଲାଖୋଲି ସରକାରଙ୍କୁ ଶୁଣାଇଦେଲା ପ୍ରାଥମିକ ଶିକ୍ଷକ ସଂଘ। ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି ତେଣୁ ବାଲ ବାଟୀକା ବା ଶିଶୁ ବାଟୀକାରେ ପିଲାଙ୍କ ଦାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ କଲେ ପ୍ରାଥମିକ ଶିକ୍ଷକ। ଏହି ଦାୟିତ୍ୱ ଆମେ ନେଇପାରିବୁ ନାହିଁ ବୋଲି ରୋକଠୋକ ଜଣାଇଦେଲା ପ୍ରାଥମିକ ଶିକ୍ଷକ ସଂଘ। ବାଲବାଟୀକା ପାଇଁ ପ୍ରଥମେ ଶିକ୍ଷକ ନିଯୁକ୍ତି ଓ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ କର। ବିନା ବିଚାରବିମର୍ଶରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି ଲାଗୁ ହୋଇଥିବା ଅଭିଯୋଗ। ତେଣୁ ବାଲ ବାଟୀକାରେ ସ୍କୁଲରେ ଛୋଟ ପିଲାଙ୍କ ଶାରୀରିକ ଯତ୍ନ କିଏ ନେବ ବୋଲି ସରକାରଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ପ୍ରଶ୍ନ। ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ରହିବେ। ତେଣୁ ପିଲାଙ୍କ ଦାୟିତ୍ୱ କିଏ ନେବ କିଏ ସେମାନଙ୍କ କେୟାର ନେବ। ଯଦି ବାଲ ବାଟୀକା ଲାଗୁ କରିବାକୁ ଚାହୁଁଛ ତାହେଲେ ଶିକ୍ଷକ ନିଯୁକ୍ତି ଅଧିକ ସଂଖ୍ୟାରେ ଦେବାକୁ ଦାବି। ନହେଲେ ଶିକ୍ଷକମାନେ ଅଧିକ ଚାପଗ୍ରସ୍ତ ହେବେ। ଏବେ ଯେତିକି ଛାତ୍ରଛାତ୍ରୀ ଅଛନ୍ତି ସେମାନଙ୍କୁ ପାଠ ପଢାଇବା ପାଇଁ ଆବଶ୍ୟକ ଶିକ୍ଷକ ନାହାନ୍ତି। ତେଣୁ ଏହି ବାଲବାଟୀକାରେ କିଏ ପାଠ ପଢାଇବ ବୋଲି ପ୍ରଶ୍ନ ଉଠାଇଲା ସଙ୍ଘ। ବିଦ୍ୟାଳୟରେ ପାଠ ପଢ଼ାଇବାକୁ ୧୯୯୭ କ୍ୟାଡର ରୂଲ ଅନୁଯାୟୀ ରାଜ୍ୟରେ ଏକ ଲକ୍ଷ ୩୬ ହଜାର ୬୬୯ ପ୍ରାଥମିକ ଶିକ୍ଷକ ପଦବୀ ଥିଲା। ଏବେ ସେଥିରୁ ୬୪ ହଜାର ଶିକ୍ଷକ ପଦବୀ ଖାଲି। ତେଣୁ ବାଲବାଟୀକା କାର୍ଯ୍ୟକ୍ରମ ବିଫଳ ହୋଇପାରେ ବୋଲି ଚେତାଇ ଦେଲେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା। ସରକାର କହୁଛନ୍ତି ରାଜ୍ୟରେ ସରପ୍ଳସ ଶିକ୍ଷକ ଅଛନ୍ତି କିନ୍ତୁ ସରପ୍ଳସ ଶିକ୍ଷକ କେଉଁଠୁ ଆସିବେ ବୋଲି ପ୍ରଶ୍ନ କଲା ପ୍ରାଥମିକ ଶିକ୍ଷକ ସଂଘ।

Leave A Comment

All fields marked with an asterisk (*) are required