ଜଗନ୍ନାଥ ସେବା ସମିତି ଦ୍ୱାରା ରବିବାର ଦିନ ତୃତୀୟ ସ୍ବେଛାକୃତ ରକ୍ତଦାନ ଶିବିର
ଭୁବନେଶ୍ୱର ୟୁନିଟ -୧ ସ୍ଥିତ ଶ୍ରୀ ଜଗନ୍ନାଥ ସେବା ସମିତି ଦ୍ୱାରା ରବିବାର ଦିନ ତୃତୀୟ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହେଇଯାଇଛି l ଅନୁଷ୍ଠାନିକ ଭାବେ ଅନୁଷ୍ଠାନ ର ସଭାପତି, ସମ୍ପାଦକ, ପୃଷ୍ଠପୋଷାକ ଓ ସକ୍ରିୟ ସଦସ୍ୟ ମାନଙ୍କ ଉପସ୍ଥିତି ରେ ସକାଳ ୯ ଘଟିକା ରୁ ଆରମ୍ଭ ହେଇ ଦିବା ୨ ଘଟିକା ପର୍ଯ୍ୟନ୍ତ ରକ୍ତଦାନ କାର୍ଯ୍ୟକ୍ରମ ଚାଲିଥିଲା l ଏଥିରେ ମୋଟ ୬୨ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ l ରକ୍ତଦାନ ମହାପୂଣ୍ୟ ମହାମନ୍ତ୍ର ରେ ଅଭିଭୂତ ହେଇ ପ୍ରତେକ ବର୍ଷ ଜଗନ୍ନାଥ ସେବା ସମିତି ଦ୍ୱାରା ଆୟୋଜନ କରାଯାଇଥାଏ l କ୍ୟାପିଟାଲ ହସ୍ପିଟାଲ ର ଏକ ସ୍ୱତନ୍ତ୍ର ଟେକନିକାଲ ଟିମ ଉପସ୍ଥିତ ରହି ଏହି କାର୍ଯ୍ୟ କୁ ସୁଚାରୁରୂପେ ତୁଲାଇବା ସହ ରକ୍ତ ସଂଗ୍ରହ କରିଥିଲେ l ସମିତି ର ସ୍ବେଛାସେବୀ ମାନଙ୍କ ମଧ୍ୟରେ ରକ୍ତଦାନ କରିବା ନେଇ ଆଗ୍ରହ ପ୍ରକାଶ ପାଇଥିଲା l ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବା ସହିତ ସ୍ବେଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟ ରେ ୱାର୍ଡ ନମ୍ବର – ୪୦ ର କର୍ପୋରେଟର ଆସିୟା ବେଗମ (ଖୁଡି ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ…….