ଦାବି ପୁରଣ ନହେଲେ ୧୦ ସେପ୍ଟେମ୍ବରରେ ବିଧାନସଭା ଘେରିବେ ୫୦ହଜାରରୁ ଊର୍ଦ୍ଧ ଗାଁସାଥୀ
ମାସିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଣି ଓ ଯୋଗ୍ୟ ଗାଁସାଥୀ (ମେଟ୍)ଙ୍କୁ ଜି.ଆର.ଏସ୍. ପଦବୀ ପ୍ରଦାନ ଦାବିରେ ଗାଁସାଥୀଙ୍କ ସାମ୍ବାଦିକ ସମ୍ମିଳନୀ
ଦାବି ପୁରଣ ନହେଲେ ୧୦ ସେପ୍ଟେମ୍ବରରେ ବିଧାନସଭା ଘେରିବେ ୫୦ହଜାରରୁ ଊର୍ଦ୍ଧ ଗାଁସାଥୀ (ମେଟ୍) ଗାଁସାଥୀ (ମେଟ୍)ଙ୍କ ଦାବି ପୂରଣ ପାଇଁ ବିଧାନସଭାରେ ସ୍ତର ନଭୋଳନ ପାଇଁ ବିଧାୟକ/ବିଧାରିକାମାନଙ୍କୁ ସଂଘର ନିବେଦନ
ଭୁବନେଶ୍ଵର, ତା ୪.୯ : ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ସଭାପତି ଶ୍ରୀ ଲକ୍ଷ୍ମୀଧର ବିଶ୍ଵାଳଙ୍କ ନେତୃତ୍ବରେ ସଂଘ ଶତାଧିକ ରାଜ୍ୟସ୍ତରୀୟ ଗାଁସାଥୀ (ମେଟ୍) ସଂଗଠକ ଗଣ ୪ ଦଫା ଦାବିନେଇ ଉତ୍କଳ ସାମ୍ବାଦିକ ଭବନ, ଭୁବନେଶ୍ଵର ଠାରେ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସରକାରଙ୍କୁ ନମସ୍କାର ମୁଦ୍ରାରେ ୪ ଦଫା ଦାବି ଯଥା – (୧) ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଲିଗାଲ୍ ଗାଁସାଥୀ (ମେଟ୍)ଙ୍କୁ ସଠିକ୍ ଚିହ୍ନଟ କରି ମାସିକ ୧୦ ହଜାର ଟଙ୍କାରୁ ଉର୍ଦୁ ପ୍ରୋସାହନ ରାଶି ପ୍ରଦାନ (୨) ରାଜ୍ୟରେ ଫାଙ୍କା ହୋଇଥିବା ହଜାର ହଜାର ଜି.ଆର.ଏସ୍. ପଦବୀରେ ଯୋଗ୍ୟ ଗାଁସାଥୀ (ମେଟ୍)ଙ୍କୁ ନିଯୁକ୍ତି (୩) ଚଳିତ ଅଗଷ୍ଟ ୧ରେ ଜିଆରଏସ୍ ପୋଷ୍ଟି ପାଇଁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ତରଫରୁ ହୋଇଥିବା ଚିଠି ନଂ – ୧୬୯୯୬ର କ୍ରିୟାନ୍ଵୟନ ପ୍ରକ୍ରିୟାକୁ ସମ୍ପୂର୍ଣ ବନ୍ଦ ରଖାଯାଉ । (୪) ଗାଁସାଥୀ (ମେଟ)ଙ୍କ ଦାବିର ସମାଧାନ ବାବଦରେ ଅବିଳମ୍ବେ ଏକ ଉଚ୍ଚସ୍ତରୀୟ ମିଳିତ ସରକାରୀ ବୈଠକ କରାଯିବା ଲାଗି ସଂଘ ଦାବି ଜଣାଇଛି । ବିଗତ ଦିନରେ ବିଜେପି, ଓଡ଼ିଶା ଶାଖାର ତୁଙ୍ଗ ନେତୃତ୍ୱ ମାନଙ୍କ ଲିଖୁତ ଓ ମୌଖକ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବର୍ତ୍ତମାନର ମନ୍ତ୍ରୀ ଓ ବିଜେପିର ରାଜ୍ୟ ନେତୃତ୍ବ ଚାହୁଁଥିବା ବେଳେ ଏଥିରେ ଏବେକାର ପ୍ରଶାସନିକ ଅଧୁକାରୀମାନେ ପ୍ରତିବନ୍ଧକ ସାଜୁଛତି ବୋଲି ସଂଘର ସଂଗଠକମାନେ ମିଳିତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି । ଏଣୁ ଖୁବ୍ଶୀଘ୍ର ପଞ୍ଚାୟତିରାଜ, ଅର୍ଥ ଓ ଆଇନ୍ ବିଭାଗର ମାନନୀୟ ମନ୍ତ୍ରୀ, ସଚିବ ଓ ଡାଇରେକ୍ଟର, ଅନ୍ୟ ଅଧୁକାରୀ ଓ ଗାଁସାଥୀ (ମେଟ୍) ସଂଘର ପ୍ରତିନିଧ୍ବ ଦଳଙ୍କର ଏକ ମିଳିତ ସରକାରୀ ବୈଠକ କରାଯାଇ ତୁରନ୍ତ ଗାଁସାଥୀ (ମେଟ୍)ଙ୍କର ୪ଟି ଦାବିର ସମାଧାନ ପାଇଁ ସଂଘ ଆଜି ଗଣଧାରଣାକୁ ଓହ୍ଲାଇଛି। ବିଭାଗୀୟ ଅଧିକାରୀମାନେ ତୁରନ୍ତ ସଠିକ୍ ପଦକ୍ଷେପ ନ ନେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ବିଶ୍ଵାଳ ଜଣାଇଛନ୍ତି । ବିଧାନସଭାରେ ଗାଁସାଥୀ (ମେଟ୍)ଙ୍କ ଦାବି ପ୍ରସଙ୍ଗରେ ମାନନୀୟ ବିଧାୟକ ବିଧାୟିକାମାନେ ବିଭିନ୍ନ ମୋସନ୍ ଜରିଆରେ ସ୍ଵର ଉତ୍ତୋଳନ ଓ ପଞ୍ଚାୟତିରାଜ ବିଭାଗର ଖର୍ଜଦାବି ଆଲୋଚନା ବେଳେ ଏ ବାବଦରେ ଦାବି ଉପସ୍ଥାପନ ପାଇଁ ସଂଘ ନିବେଦନ ଜଣାଇଛି । ସଂଘର ଚଳିତ ସେପ୍ଟେମ୍ବର ୫ ସୁଦ୍ଧା ଗାଁସାଥୀ (ମେଟ୍)ଙ୍କ ଦାବି ପୁରଣ ନ ହେଲେ ଏହି ସେପ୍ଟେମ୍ବର ୧୦ରେ ଥିବା ବଜେଟ୍ ଅଧିବେଶନର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ଦିନରେ ୫୦ ହଜାରରୁ ଉର୍ଦ୍ଧ ଗାଁସାଥୀ (ମେଟ୍) ବାଧ୍ୟହୋଇ ବିଧାନସଭା ଘେରିବେ ବୋଲି ସଂଘ ଜଣାଇଛି । ଆଜିର କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ଶ୍ରୀ ବିବେକାନନ୍ଦ ଠାକୁର, ପ୍ରତାପ ଦଳାଇ, ସୁଶାନ୍ତ ନିଲ୍କଲ, ମଙ୍ଗଳସାହି ଭତ୍ରା, କଣ୍ଠ ଦୁରିଆ, ବିଶାଲ ହାତୀ, ଅନାମ ରାଉତ, ନୟନା ନାୟକ, ଗଦାଧର ଶିକା, ମଙ୍ଗୁଳୁ ରଣା, ଗୀତାଞ୍ଜଳି ମିଶ୍ର, ଜ୍ୟୋତ୍ସ୍ନାରାଣୀ ବେହେରା, ଅନୀଲ ଜେନା, ବିଜୟ ବେହେରା, ଜନ୍ମ ଓରାମ, କରୁଣାକର ମଲ୍ଲିକ ଓ ଅନ୍ୟାନ୍ୟ ଶତାଧିକ ସଂଗଠକ ଉପସ୍ଥିତ ଥିଲେ ।