Search for:
  • Home/
  • ରାଜ୍ୟ/
  • ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର– ଧର୍ମେନ୍ଦ୍ର ପ୍ରଧାନ

ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର– ଧର୍ମେନ୍ଦ୍ର ପ୍ରଧାନ

Spread the love

Loading

ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳୀ ହେବ ସମ୍ବଲପୁର– ଧର୍ମେନ୍ଦ୍ର ପ୍ରଧାନ

• ମା’ଙ୍କ ଆଶିଷ ଓ ଜନଆଶୀର୍ବାଦ କାରଣରୁ ବିଜୟୀ ହୋଇଛି
• ମୁଁ ସମ୍ବଲପୁରବାସୀଙ୍କ ପାଖରେ ଚିର ଋଣୀ ହୋଇ ରହିବି
• ସମ୍ବଲପୁରକୁ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି
• ଝାରସୁଗୁଡା ଓ ସମ୍ବଲପୁରର ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ

ସମ୍ବଲପୁର, ଜୁନ ୧୭ – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇ ମୋଦୀ ସରକାରଙ୍କ ତୃତୀୟ ପାଳିରେ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ନେବା ପରେ ଆଜି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି । ମା’ଙ୍କ ଆଶିଷ ଓ ଜନଆଶୀର୍ବାଦ କାରଣରୁ ସମ୍ବଲପୁର ଲୋକସଭା ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ସମ୍ବଲପୁରବାସୀଙ୍କ ପାଖରେ ଚିର ଋଣୀ ।

ସମ୍ବଲପୁରକୁ ଏକ ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଗୁଣ୍ଡୁଚି ମୂଷାର ଦାୟିତ୍ୱ ନେବି, ଏହା ମୋର ସଂକଳ୍ପ । ମୁଁ ଯେଉଁ କାମରେ ବି ରୁହେ, ଶେଷ ସମୟ ପର୍ଯ୍ୟନ୍ତ ସମ୍ବଲପୁରବାସୀଙ୍କ ସେବାରେ ରହିବି । ସମ୍ବଲପୁରକୁ ଏକ ଜ୍ଞାନ ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ସମସ୍ତେ ଉଦ୍ୟମ କରିବା । ମା’ଙ୍କ କରୁଣା ଓ ଶୁଭ ଦୃଷ୍ଟି ସମ୍ବଲପୁର ସମେତ ସମଗ୍ର ବିଶ୍ୱବାସୀଙ୍କ ଉପରେ ରହିବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

ଉଲ୍ଲେଖନୀୟ ଯେ, ଝାରସୁଗୁଡା ବିମାନବନ୍ଦରରେ ପହଞ୍ଚିବା ପରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସମ୍ବଲପୁରର ଅନେକ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଜନସାଧାରଣଙ୍କୁ ମଧ୍ୟ ଶ୍ରୀ ପ୍ରଧାନ ଅଭିବାଦନ ଜଣାଇଥିଲେ ।

Leave A Comment

All fields marked with an asterisk (*) are required