Search for:
  • Home/
  • ରାଜ୍ୟ/
  • କ୍ବାର୍ଟର ଯେମିତି ଥିଲା, ସେମିତି ଫେରାଇବି’

କ୍ବାର୍ଟର ଯେମିତି ଥିଲା, ସେମିତି ଫେରାଇବି’

Spread the love

Loading

ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗ: ‘କ୍ବାର୍ଟର ଯେମିତି ଥିଲା, ସେମିତି ଫେରାଇବି’

ଭୁବନେଶ୍ବର: ସରକାରୀ ବାସଭବନ ଭଙ୍ଗା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ । କହିଲେ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ବଙ୍କର କରାଯାଇଥିବା ନେଇ ଖବର ପ୍ରକାଶ ପାଉଛି । ଯାହା ସଂପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି ପ୍ରଣବ।ସେହିଭଳି କିଛି ଗଣମାଧ୍ୟମକୁ ସଦବୁଦ୍ଧି ମିଳୁ। ‘ମୋତେ କ୍ବାର୍ଟର ଛାଡ଼ିବା ପାଇଁ ୪ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ଓ ୧୫ ତାରିଖ ଯାଏଁ ହାତରେ ସମୟ ଅଛି । ସରକାରୀ କ୍ବାର୍ଟର ଯେଉଁଭଳି ନିଆଯାଇଥାଏ ସେଭଳି ଫେରାଯାଏ । ମୁଁ କିଛି ଅସ୍ଥାୟୀ ନିର୍ମାଣ କରିଥିଲି, ଲୋକଙ୍କ ଅଭିଯୋଗ ଶୁଣାଣି ଓ ସୁବିଧା ପାଇଁ ।’ ସେଗୁଡିକୁ ଭାଙ୍ଗିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।

Leave A Comment

All fields marked with an asterisk (*) are required