Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ

ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ

Spread the love

Loading

ଭୁବନେଶ୍ୱର ରେଳଓ୍ବେ ଟିକଟ କାଉଣ୍ଟର ସମ୍ମୁଖରେ ଦୁର୍ବୁତଙ୍କ ଆତଙ୍କରାଜ

ଭୁବନେଶ୍ଵର, ତା ୩୦/୦୯. ଭୁବନେଶ୍ଵର ରେଳଓ୍ବେ ଷ୍ଟେସନ ଟିକେଟ କାଉଣ୍ଟରରୁ ବାହାରକୁ ବାହାରିବା ସମୟରେ କାଳୀ ନାମ୍ନୀ ଜଣେ ମହିଳା ଧକ୍କା ମାରି ଜୋର୍ ଜବରଦସ୍ତ ୬୫୦ ଟଙ୍କା ଲୁଟି ନେଇଥିବା ସଂପର୍କରେ ଛାତ୍ର ନେତା ଶଶାଙ୍କ ପାତ୍ର ଆଜି ରେଳଓ୍ବେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ଅଖିଳ ଭାରତ କ୍ରାନ୍ତିକାରୀ ଛାତ୍ର ସଂଗଠନର ରାଜ୍ୟ ନେତା ଶଶାଙ୍କ ପାତ୍ର ଗତକାଲି ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ରାଜ୍ୟ କମିଟି ସାଥୀ ମାନଙ୍କ ଭୁବନେଶ୍ୱର – ଅମୃତସର ଟିକେଟ କରିବା ପାଇଁ ଯାଇଥିଲେ। ୮ ଜଣଙ୍କ ଟିକଟ କରି ବାହାରକୁ ଆସିବା ସମୟରେ କାଳୀ ନାମରେ ସେହି ଅଞ୍ଚଳରେ ପରିଚିତ ଦେଉଥିବା ଏହି ମହିଳା ଶଶାଙ୍କ ଙ୍କୁ ଟଂକା ମାଗିବା ଏବଂ ମନା କଲାପରେ ପକେଟ୍ ରୁ ଜୋର ଜବରଦସ୍ତ ଲୁଟିନେବା ସ୍ମାର୍ଟ୍ ସିଟିର ଆଇନ୍ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କିଛି ବ୍ୟକ୍ତିବିଶେଷ ନିଜକୁ ବିଭିନ୍ନ ଗୋଷ୍ଠୀର କହି ଜବରଦସ୍ତ ଟଙ୍କା ମାଗିବା, ପ୍ରତିବାଦ କଲେ ମୋବାଇଲ ଛଡ଼ାଇ ନେବା, ଧକ୍କା ମାରିବା, ଅସଭ୍ୟ ଭାଷା ରେ ଗାଳିଗୁଲଜ କରିବା ସହିତ ଟଙ୍କା ଲୁଟି ନେବା ଭଳି ଆତଙ୍କ ସୃଷ୍ଟି କରୁଛନ୍ତି। ଏହି ଘଟଣାପରେ ଟଙ୍କା ଛଡାଇ ନେଇଥିବା ମହିଳାଙ୍କ ଫଟୋ ସହ ଏତଲା ଦିଆଯାଇଛି। ଯାତ୍ରୀମାନଙ୍କ ବ୍ୟସ୍ତତା ର ସୁଯୋଗ ନେଇ ଏହି ଭଳି କିଛି ଦୁର୍ବୁର୍ତ୍ତ ଆତଙ୍କରାଜ ଚଲାଇ ଆସୁଛନ୍ତି। ଏହାକୁ ଦୃଢ଼ ହସ୍ତରେ ଦମନ କରିବା ସହ ଯାତ୍ରୀମାନଙ୍କ ଧନ ଜୀବନକୁ ସୁରକ୍ଷା ଦେବା ସହ ଲୁଟି ନେଇଥିବା ଟଙ୍କାକୁ ଉଦ୍ଧାର କରିବା ସହ ଅପରାଧୀମାନଙ୍କୁ ଗିରଫ କରିବାପାଇଁ ସେ ନିବେଦନ କରିଛନ୍ତି। ଏତଲା ଦେବା ସମୟରେ ସି.ପି.ଆଇ(ଏମ୍ ଏଲ୍)ରେଡଷ୍ଟାରର ରାଜ୍ୟ ସମ୍ପାଦିକା କମ୍ରେଡ ପ୍ରମିଳା ଏବଂ ରାଜ୍ୟ କମିଟି ସଦସ୍ୟ ବିଚିତ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required