ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ
*ବିକଶିତ ଭାରତ ଓ ବିକଶିତ ଓଡିଶା ଗଠନର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନଙ୍କ ବିଭିନ୍ନ ସ୍ଥାନ ଗସ୍ତ କାର୍ଯ୍ୟକ୍ରମ
ଆସନ୍ତା କାଲି ୧୯ତାରିଖ ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଆସନ୍ତା ୨୦ ତାରିଖ ସକାଳେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ପ୍ରଧାନମନ୍ତ୍ରୀ
୨୦ ତାରିଖ ପୂର୍ବାହ୍ନ ୯.୩୦ରେ ଅନୁଗୁଳ ଏବଂ ୧୦.୩୦ରେ କଟକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ
ଆସନ୍ତା କାଲି ୧୯ ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରେଢ଼ାଖୋଲର ନାକଟିଦେଉଳ, କେନ୍ଦୁଝରର ପାଟଣା ଏବଂ ଖୋର୍ଦ୍ଧାଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
ଆସନ୍ତା କାଲି ୧୯ ତାରିଖ ଦିନ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ବାରିପଦାରେ ଅନୁଷ୍ଠିତ ଜନ ଆର୍ଶୀବାଦ ସମାବେଶରେ ଯୋଗ ଦେବେ
କେନ୍ଦ୍ରମନ୍ତ୍ରୀଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ୧୯ ତାରିଖ ଦିନ ରେଢ଼ାଖୋଲର ନାକଟିଦେଉଳ ଏବଂ ଆଠମଲ୍ଲିକଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆସନ୍ତା କାଲି ୧୯ ତାରିଖ ଦିନ କୁଚିଣ୍ଡାରେ ଜନସଭାକୁ ସମ୍ବୋଧନ କରିବେ
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ଆସନ୍ତା ୨୧ ତାରିଖ ଦିନ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଏବଂ ନୟାଗଡ (ଲାଠିପଡା)ଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ
ଭୁବନେଶ୍ୱର, ତା.୧୮/୦୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଓଡିଶାରେ ବିଜେପିର ଭୋଟ ବୃଦ୍ଧି ପାଇବା ସହିତ ସଂଖ୍ୟାଗରିଷ୍ଠ ଆସନ ପାଇ ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିବ । ବିଜେପିର ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସୁଛନ୍ତି । ଓଡିଶାରେ ବିକାଶକୁ ଶିଖରରେ ପହଂଚାଇବା ପାଇଁ ବିଜେପି ଏକମାତ୍ର ବିକଳ୍ପ । ନୂତନ ଓଡିଶା ଗଠନ ପାଇଁ ରାଜ୍ୟ ରାଜନୀତିରେ ପରିବର୍ତନ ଆସିବ ଏବଂ ଓଡିଶାରେ ବିଜେପିର ସରକାର ଗଠନ ହେବ । ଦୁଇ ଥର ପଦ୍ମ, ଦୁଇ ଗୁଣା ବିକାଶ । ନିର୍ବାଚନ ପ୍ରଚାରକୁ ଶାଣିତ କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ନେତୃବୃନ୍ଦମାନେ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।
ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ୧୯ତାରିଖ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରରେ ରାତ୍ରିଯାପନ କରିବା ପରେ ୨୦ତାରିଖରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ । ଏହା ପରେ ପୁରୀର ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ ।
ଆସନ୍ତା କାଲି ୧୯ ତାରିଖ ଦିନ ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପୂର୍ବାହ୍ନ ୧୦.୦୦ରେ ସମ୍ବଲପୁରର ରେଢ଼ାଖୋଲର ନାକଟିଦେଉଳଠାରେ ଜନସଭାକୁ ସମ୍ବୋଧନ କରିବେ, କେନ୍ଦୁଝରର ପାଟଣାଠାରେ ମଧ୍ୟାହ୍ନ ୧୧. ୪୦ଟାରେ ଜନସଭାକୁ ସମ୍ବୋଧନ କରିବେ ଏବଂ ୧.୩୦ରେ ଖୋର୍ଦ୍ଧାଠାରେ ଜନସଭାକୁ ସମ୍ବୋଧନ କରିବେ । ଏହାପରେ ଭୁବନେଶ୍ୱରରୁ ବିଜୁ ପଟ୍ଟନାୟକ ବିମାନବନ୍ଦରୁ ମଧ୍ୟାହ୍ନ ୨.୫୫ରେ ପ୍ରତ୍ୟାବର୍ତନ କରିବେ ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆସନ୍ତା କାଲି ୧୯ ତାରିଖ ଦିନ ମଧ୍ୟାହ୍ନ ୧୨.୪୫ରେ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରର ବାରିପଦାରେ ଜନ ଆର୍ଶୀବାଦ ସମାବେଶ, ମଧ୍ୟାହ୍ନ ୧.୪୫ ରେ ବାରିପଦା ବିଜେପି କାର୍ଯ୍ୟାଳୟରେ ଜନସଭା ସମ୍ବୋଧନା ଓ ମିଶ୍ରଣପର୍ବରେ ଯୋଗ ଦେବେ ।
ସେହିପରି କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା କାଲି ୧୯ ତାରିଖ ଦିନ ପୂର୍ବାହ୍ନ ୧୦.୩୦ଟାରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ନାକଟିଦେଉଳ କଲେଜ ପଡିଆଠାରେ ଜନସଭାକୁ ସମ୍ବୋଧନ କରିବେ । ଅପରାହ୍ନ ୨.୧୫ରେ ଆଠମଲ୍ଲିକଠାରେ ଅନୁଷ୍ଠିତ ଜନସଭାରେ ଯୋଗ ଦେବେ ।
ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଆସନ୍ତା କାଲି ୧୯ ତାରିଖ ଦିନ ପୂର୍ବାହ୍ନ ୧୦.୫୦ରେ ସମ୍ବଲପୁରର କୁଚିଣ୍ଡା କଲେଜ ପଡିଆରେ ଜନସଭା ସମ୍ବୋଧନ କରିବେ ।
କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ୨୧ ତାରିଖ ଦିନ ପୂର୍ବାହ୍ନ ୧୨.୫ରେ ସମ୍ବଲପୁରର ରେମେଡ ଗାଁ ପଡିଆ ଜନସଭାକୁ ସମ୍ବୋଧନ, ୧.୩୦ରେ କେନ୍ଦୁଝର ମେଡିକାଲ ପଡିଆରେ ଜନସଭା ସମ୍ବୋଧନ, ମଧ୍ୟାହ୍ନ ୨.୩୫ ଢ଼େଙ୍କାନାଳ ପରଜଙ୍ଗ ବାଟଗାଁ ଖେଳପଡିଆରେ ଜନସଭା ସମ୍ବୋଧନ, ଅପରାହ୍ନରେ ୩.୪୦ରେ ନୟାଗଡ (ଲାଠିପଡା ଟାଙ୍ଗି ପଡିଆ) ଜନସଭା ସମ୍ବୋଧନ କରିବେ ।