ବାଲିଅନ୍ତା ବଜାର ରେ ଅସମ୍ଭାଳ ଭିଡ।
ବାଲିଅନ୍ତା ବଜାର ରେ ଅସମ୍ଭାଳ ଭିଡ
ଭୁବନେଶ୍ୱର:ବାଲିଅନ୍ତା – ୨୯/୧୦ ବାଲିଅନ୍ତା ବଜାର ରେ ପ୍ରତିଦିନ ସନ୍ଧ୍ୟା ସମୟରେ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି।ମହାତ୍ମା ଗାନ୍ଧୀ ସେତୁ ଠାରୁ ବଜାର ଛକ ପର୍ଯ୍ୟନ୍ତ ଉଠା ଦୋକାନୀ ଙ୍କ କବଜା ରେ ରହିଅଛି।ଯାହାଫଳ ରେ ଏହି ରାସ୍ତା ଦେଇ ଯାଉଥିବା ଦୈନିକ ହଜାର ହଜାର ଗାଡି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏଠାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଅଛି।ରାସ୍ତା କୁ ଲଗେଇ ଦୋକାନ କରିଥିବା ହେତୁ ଗରାଖ ମାନେ ରାସ୍ତା ଉପରେ ଗାଡି ରଖି ଦୋକାନ କୁ ଯାଉଛନ୍ତି। ସେଥିପାଇଁ ସାଧାରଣ ଲୋକଙ୍କ ଯିବା ଆସିବାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ହେଇଯାଉଚି।ପ୍ରଶାସନ କୁ ବାରମ୍ବାର ଜଣାଇଲେ ବି ଏହାର କିଛି ସୁଫଳ ହୋଇପାରୁନାହିଁ।ଏହି ୫ ଦିନ ପୂର୍ବରୁ ଭୁବନପୁର ଗ୍ରାମର କମଳକାନ୍ତ ଦାସ(୪୫)ଯୁବକ ଙ୍କ ବଜାର ରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିଲା। ତା ପୂର୍ବରୁ ତଳଗଡ ଗ୍ରାମ ର ପର୍ଶୁଆ ସାହୁ ଙ୍କର ବଜାର ରେ ଦୁର୍ଘଟଣା ଘଟି ଗୁରୁତର ଆହତ ହୋଇଥିଲେ।ଯଥାଶୀଘ୍ର ଯଦି ଏହାର ସମାଧାନ କରାନଯାଏ ତାହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ସେ ଶୁଣୁନାହାନ୍ତି,ଆମେ ବଜାର ସଭାପତି ଙ୍କୁ ଡାକି ଏ ବିଷୟରେ ଅବଗତ କରାଇବୁ।