ଭାରତ ବନ୍ଦକୁ ସମର୍ଥନ ଘୋଷଣା: ମହାପ୍ରତିବାଦ କରାଯିବ
ସୁପ୍ରିମକୋର୍ଟ ରାୟ ଏସ୍ସି-ଏସ୍ଟି ସଂରକ୍ଷଣ ବ୍ୟବସ୍ଥା
ଅକାମୀ କରିଦେବ
ଭାରତ ବନ୍ଦକୁ ସମର୍ଥନ ଘୋଷଣା: ମହାପ୍ରତିବାଦ କରାଯିବ
ଭୁବନେଶ୍ଵର, ୨୧.୮ : ଗତ ଅଗଷ୍ଟ ୧ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏସସି-ଏସଟି ସ୍ଥାନ ସଂରକ୍ଷଣ ସଂକ୍ରାନ୍ତରେ ଯେଉଁ ରାୟ ପ୍ରଦାନ କରିଛନ୍ତି, ତାହା ଅନୁସୂଚିତନର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଅକାମୀ କରିଦେବ ଓ ଅଧିକ ସଂଖ୍ୟକ ସାଧାରଣବର୍ଗର ବ୍ୟକ୍ତିମାନେ ଏହାଦ୍ୱାରା ଉପକୃତ ହେବେ; ଓଡ଼ିଶା ରାଜ୍ୟ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ରାୟକୁ ତୀବ୍ର ବିରୋଧ କରାଯାଇଛି । ମାନ୍ୟବର ସୁପ୍ରିମକୋର୍ଟ ସମ୍ପ୍ରତି ଏସ୍ସି- ଏସ୍ଟିମାନଙ୍କ ସଠିକ୍ ସାମାଜିକ, ଆର୍ଥକ, ଶିକ୍ଷାଗତସ୍ଥିତିକୁ ଆକଳନ ନକରି ତଥା ଏହି ବର୍ଗର ସୁରକ୍ଷା ନିମନ୍ତେ ଅଭିପ୍ରେତ ସାମ୍ବିଧାନିକ ଅନୁଷ୍ଠାନ ଓ ମନ୍ତ୍ରଣାଳୟ ସହ ପରାମର୍ଶ ନକରି ଏପରି ଏକ ରାୟ ପ୍ରଦାନ କରିଥିବାରୁ ଯଥାଶୀଘ୍ର ଏହା ପୁନର୍ଦିଗର କରନ୍ତୁ ବୋଲି ସଂଗଠନଗୁଡ଼ିକ ପକ୍ଷରୁ ବାଦୀ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ସୁପ୍ରିମକୋର୍ଟ ଏସ୍ସି ଓ ଏସ୍ଟିବର୍ଗ ମଧ୍ୟରେ ବିଭିନ୍ନ ଜାତିକୁ ଉପଶ୍ରେଣୀରେ ବିଭଲ୍ଲୀକରଣ କରାଯିବା ଓ ଉଚ୍ଚଆୟଯୁକ୍ତ ପରିବାରଗୁଡ଼ିକୁ ସଂରକ୍ଷଣରୁ ବାଦ୍ ଦେବାକୁ ରାୟ ଦେଇଛନ୍ତି । ଏହି ରାୟ ପ୍ରଦାନ ପୂର୍ବରୁ ଜାତୀୟ ଅନୁସୂଚିତ ଜାତି କମିଶନ, ଜାତୀୟ ଅନୁସୂଚିତ ଜନଜାତି କମିଶନ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ, ଭାରତର ମହାପଞ୍ଜିକରଣ ଓ ଜନଗଣନା କମିଶନ ଆଦି ଗୁରୁତ୍ବପୂର୍ଣ ସାମ୍ବିଧାନିକ ପ୍ରତିଷ୍ଠାନଗୁଡ଼ିକର ପରାମର୍ଶ କରିନାହାଁନ୍ତି । ଏସ୍ସି- ଏସ୍ଟି ବର୍ଗର ଯୁବକମାନଙ୍କ ଶିକ୍ଷାଗତ ଯୋଗ୍ୟତା, ଏହିବର୍ଗର ଭୂମିହୀନ, ବାସହୀନ, ଉପାର୍ଜନ କ୍ଷମତା ଓ ଆର୍ଥିକ ସ୍ଥିତି, ବିଭିନ୍ନ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିଯୁକ୍ତି ଆଦିର ପରିସଂଖ୍ୟାନକୁ ସୁପ୍ରିମକୋର୍ଟ ବିସ୍ତରକୁ ନେଇନାହାଁନ୍ତି ।
ଅପରପକ୍ଷରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏପର୍ଯ୍ୟନ୍ତ ସମସ୍ତ ସଂରକ୍ଷିତ ସ୍ଥାନ ପୂରଣ ହୋଇପାରୁ ନଥୁଲା ବେଳେ ଏହି ରାୟ ଆଧାରରେ ସଂରକ୍ଷଣରୁ ବାଦି ଦିଆଗଲେ ଅଧିକରୁ ଅଧିକ ପଦବୀ ଓ ସ୍ଥାନ, ଅଣସଂରକ୍ଷିତବର୍ଗ ହାତେଇ ନେବେ ବୋଲି ନେତୃବୃନ୍ଦ ପ୍ରକାଶ କରିଛନ୍ତି । ଦେଶରେ ଜାତି ଆଧାରରେ ଭେଦଭାବ ଓ ନିର୍ଯ୍ୟାତନା ଘଟଣା ବଢି ଗଲିଥିବା ବେଳେ, ସୁପ୍ରିମକୋର୍ଟ ଏହି ରାୟରେ ଉଚ୍ଚଆୟଯୁକ୍ତ (କ୍ରିମି ଲେୟାର) ଅନୁସୂଚିତ ବର୍ଗର ବ୍ୟକ୍ତିମାନେ ଅସ୍ପୃଶ୍ୟତାରୁ ମୁକ୍ତି ପାଇଥାନ୍ତି ବୋଲି ବିବେଚନା କରିବା ଚିନ୍ତାଜନକ ଓ ସାମାଜିକ ସ୍ଥିତିର ସଠିକ୍ ବିଶ୍ଳେଷଣ ନୁହେଁ ।
ଏସବୁକୁ ଦୃଷ୍ଟିରୁ ସୁପ୍ରିମକୋର୍ଟ ସ୍ୱତଃ ଆଉ ଏକ ବୃହରର ସାମ୍ବିଧାନିକ ବେଞ୍ଚ ଗଠନ କରି ତାଙ୍କ ରାୟର ପୁନର୍ବିଗର କରିବାକୁ ସଂଗଠନ ପକ୍ଷରୁ ଅନୁରୋଧ କରାଯାଇଛି ଓ କେନ୍ଦ୍ର ସରକାର ଏ ସମ୍ପର୍କରେ ତୁରନ୍ତ ଅଧ୍ୟାଦେଶ ଜାରି କରିବାକୁ ଦାବି କରାଯାଇଛି ।